ଆଜିର ରାଶିଫଳ
1 min read
ମେଷ: ଅଧିକ ଦାୟିତ୍ଵ ବହନ କରିବା ସହିତ ନିଜର ଅଧିକାର ସାବ୍ୟସ୍ତ କରିପାରନ୍ତି। ସାମୟିକ ବିଶ୍ରାମ ନେଇ ପାରନ୍ତି। ମନ ପ୍ରସନ୍ନ ରହିବ। ଭାଗ୍ୟଶାଳୀ ହେବେ। ଭୋଗ ବିଳାସ କରିପାରନ୍ତି। ସୁଖ-ସମୃଦ୍ଧିଯୁକ୍ତ ହେବେ। ବିଦ୍ବାନ୍ ଓ ସମ୍ପତ୍ତିବାନ୍ ହେବେ।
ବୃଷ: ଅହମିକା ଯୋଗୁଁ ଅପଦସ୍ତ ହୋଇପାରନ୍ତି। ସ୍ବାଭିମାନୀ ହେବେ। ଯୁଗ୍ମବ୍ୟବସାୟ ଲାଭଜନକ ହେବ। ଶାରୀରିକ ଦୁର୍ବଳତା ଅନୁଭବ କରିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ। ଜଳଯାତ୍ରା ମନା।
ମିଥୁନ: ବନ୍ଧୁ ସହଯୋଗ ପାଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସେବାରେ ନିଜକୁ ନିୟୋଜିତ କରିପାରନ୍ତି। ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ। ମନରେ ଅହଂଭାବ ଜାଗ୍ରତ ହୋଇପାରେ। ନିଜ ପତ୍ନୀଙ୍କ ପରାମର୍ଶରେ ଚଳିଲେ ସଫଳତା ମିଳିବ।
କର୍କଟ: କେତେକ କ୍ଷେତ୍ରରେ ଅପ୍ରିୟ ପରିସ୍ଥିତି ଉପୁଜି ପାରେ। ବିଚାର-ବିମର୍ଷ ଓ ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ରହିବେ। ବଳିଷ୍ଠ ହେବେ। ଶତ୍ରୁହନ୍ତା ହୋଇପାରନ୍ତି।
ସିଂହ: କର୍ମକ୍ଷେତ୍ରରେ ଉପୁଜି ଥିବା ବିଶୃଙ୍ଖଳତାକୁ ଶୃଙ୍ଖଳିତ କରିବେ। ଚଞ୍ଚଳ ପ୍ରକୃତିର ହେବେ। ଆକସ୍ମିକ ଧନଲାଭର ସୂଚନା ମିଳୁଛି। ତନ୍ତ୍ର-ମନ୍ତ୍ରାଦି ଗୁପ୍ତ ବିଦ୍ୟା ପ୍ରତି ଆଗ୍ରହୀ ହେବେ। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ବହିବ।
କନ୍ୟା: ଅଟକି ଥିବା କାର୍ଯ୍ୟ ଆଗକୁ ବଢ଼ିବ। କଳହଠାରୁ ଦୂରେଇ ରହିବେ। ଉଦାର ସ୍ବଭାବର ହେବେ। ଦାନଶୀଳ ବ୍ୟକ୍ତିଭାବେ ପ୍ରଶଂସିତ ହେବେ। ଉତ୍ତମ ବ୍ୟକ୍ତିତ୍ବର ପରିଚୟ ସୃଷ୍ଟି କରିବେ। ସ୍ବାସ୍ଥ୍ୟ ଭଲ ରହିବ। କୃଷି ଉପରେ ଧ୍ୟାନ ଦେବେ। ବୁଦ୍ଧିମାନ ହେବେ।
ତୁଳା: ଚିନ୍ତାରୁ ମୁକ୍ତି ମିଳିବ। ଯଶସ୍ବୀ ହେବେ। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ବଭାବର ହୋଇପାରନ୍ତି। ଭାଷା ମଧୁର ଯୋଗୁଁ ଆଦରଣୀୟ ହେବେ। କଫରେ ପୀଡ଼ିତ ହୋଇପାରନ୍ତି। ପ୍ରେମୀ ଓ ସାହସୀ ହେବେ। ଭାଇମାନଙ୍କ ଠାରୁ ଆଦର, ସମ୍ମାନ ପାଇପାରନ୍ତି।
ବିଛା: ବନ୍ଦ ହୋଇପଡ଼ିଥିବା କାର୍ଯ୍ୟର ଅଗ୍ରଗତି ଘଟିପାରେ। ନିଜ ଚିନ୍ତାଧାରାରେ କିଛି ନ କରି ପରାମର୍ଶ ନେବେ। ଭାଗ୍ୟଶାଳୀ ହୋଇପାରନ୍ତି। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ।
ଧନୁ: ଆଳସ୍ୟ ତ୍ୟାଗ କରି ଚଳ-ଚଞ୍ଚଳ ହୋଇପାରନ୍ତି। ବଳଶାଳୀ ହେବେ। ଐଶ୍ବର୍ଯ୍ୟଯୁକ୍ତ ହୋଇପାରନ୍ତି। ରଣକ୍ଷେତ୍ରରେ ଯବାନ୍ମାନେ ପାରଙ୍ଗମ ହେବେ। ମାଲିମୋକଦ୍ଦମାରେ ଜିଣି ଅର୍ଥ ପ୍ରାପ୍ତ ହେବେ। ମିଷ୍ଟାନ୍ନ ଭୋଜନ ମିଳିବ। ଭଲଆୟ ହେବ। ସରକାରୀ ଲାଭ ମିଳିବ।
ମକର: ନୂତନ ଯାନବାହନ କ୍ରୟ କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ସୌଜନ୍ୟତା ପ୍ରକାଶ ପାଇବ। ଚଞ୍ଚଳ ସ୍ବଭାବର ହେବେ। ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି। ମଧୁରଭାଷୀ ହେବେ। ସାହସୀ ଓ ଜ୍ଞାନୀ ହୋଇପାରନ୍ତି। କ୍ରୋଧୀ ହେବେ।
କୁମ୍ଭ: ଆୟ ବୃଦ୍ଧିର ସୂଚନା ମିଳୁଛି। ଯଶସ୍ବୀ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଲୋକପ୍ରିୟତା ଅର୍ଜନ କରିବେ। ଚଞ୍ଚଳ ପ୍ରକୃତିର ହେବେ। ସରକାରୀ ସ୍ତରରେ ସମ୍ମାନିତ ହେବେ। ତନ୍ତ୍ର-ମନ୍ତ୍ର ଓ ଜ୍ୟୋତିଷ ବିଦ୍ୟା ପ୍ରତି ରୁଚି ରଖିବେ। ରାଜଯୋଗ ଅଛି।
ମୀନ: ସୁ-ସମ୍ବାଦ ମିଳିପାରେ। କର୍ମତତ୍ପର ହେବେ। କୁଳ ଉଳକାରୀ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଦୟାଳୁ ସ୍ବଭାବର ହେବେ। ବ୍ୟବସାୟ ଲାଭଜନକ ହେବ। ଯଶସ୍ବୀ ହେବେ। ପାରିବାରିକ ସ୍ନେହ ଶ୍ରଦ୍ଧା ରହିବ।