March 26, 2023

ଆଜିର ରାଶିଫଳ

1 min read
Today-Horoscope-Aajira-Odisha

ମେଷ: ଆର୍ଥିକ ସ୍ଥିତିରେ ବୃଦ୍ଧି ଘଟିପାରେ। ଭାଇମାନଙ୍କ ଉପରେ ବିପଦ ରହିଛି। ସୁଖ, ଧନ, ପୁତ୍ର, କଳତ୍ର ଓ ମିତ୍ରଯୁକ୍ତ ହେବେ। ଉତ୍ତମ ସେବାକାରୀ ପ୍ରାପ୍ତ ହେବେ। ଏସବୁ ସତ୍ତ୍ବେ ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ଯାନବାହନ ସତର୍କତା ଲୋଡା।

ବୃଷ: ଉପଯୁକ୍ତ ସିଦ୍ଧାନ୍ତ ନେଲେ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ନାହିଁ। ବନ୍ଧୁ ସୁଖ ମିଳିପାରେ। ସୁସମ୍ବାଦ ପାଇ ଖୁସି ହେବେ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ତ୍ୟାଗଶୀଳ ହେବେ। ନୀତିନିଷ୍ଠ ହୋଇପାରନ୍ତି। ବିବିଧ ଧନଯୁକ୍ତ ଓ ଚଞ୍ଚଳମନା ହେବେ।

ମିଥୁନ: ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। ଦୁଃସାହସିକ ପଦକ୍ଷେପ ନେଇ କାର୍ଯ୍ୟ କରି ଚାଲିବେ। ଅର୍ଥ ପ୍ରାପ୍ତିର ସୁଯୋଗ ଅଛି। ସମ୍ମାନିତ ହେବେ। ସାଧନା ଫଳବତୀ ହେବ। ଶୁଭ ଖବର ପାଇପାରନ୍ତି। ଶାନ୍ତି ମିଳିବ। ଜିତେନ୍ଦ୍ରିୟ ହେବେ। ପଦବୀଧାରୀ ହେବେ।

କର୍କଟ: ଶୁଭ ଖବର ପାଇ ଉତ୍‌ଫୁଲ୍ଲିତ ହେବେ। ଦୂରଯାତ୍ରା ଫଳଦାୟକ ହେବ। କାର୍ଯ୍ୟରେ ସଫଳତା ପାଇବେ। କୃଷୀ ବଳରେ ବଳୀୟାନ୍‌ ହୋଇପାରନ୍ତି। ଚତୁଷ୍ପଦ ପ୍ରାଣୀ ଲାଭ ହେବ। ସମୃଦ୍ଧିର ମୂଳଦୁଆ ପଡ଼ିବ। ବହୁମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ।

ସିଂହ: ଯେକୌଣସି ସୂତ୍ରରୁ ଅର୍ଥ ପାଇପାରନ୍ତି। କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ। ଜନବଲ୍ଲଭ ହେବେ। ନୀତିଯୁକ୍ତ ହୋଇପାରନ୍ତି। ଶତ୍ରୁବିଜୟୀ ହେବେ। ଗୁଣବାନ୍‌ ହୋଇ ପ୍ରଶଂସା ଲାଭ କରିବେ। ବନ୍ଧୁ-ବାନ୍ଧବଙ୍କ ସହଯୋଗ ମିଳିବ।

କନ୍ୟା: ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ। ନିରବ ଚିନ୍ତକ ହେବେ। ପାରିବାରିକ ସୁଖ ମିଳିବ। ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଶୁଭଖବର ପାଇ ଖୁସି ହେବେ। କର୍ତ୍ତବ୍ୟନିଷ୍ଠ ଭାବେ ପ୍ରଶଂସିତ ହେବେ। ନିଜେ କଷ୍ଟଭୋଗ କରି ଶତ୍ରୁ ବିନାଶ କରିବେ।

ତୁଳା: କାର୍ଯ୍ୟ କଷ୍ଟସାଧ୍ୟ ହେଲେ ବି ଅଭିଜ୍ଞତା ଆହରଣ କରିପାରନ୍ତି। ଚିନ୍ତାଶୀଳ ହୋଇପାରନ୍ତି। ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିବେ। ମନରେ ପ୍ରସନ୍ନତା ଲାଭ କରିବେ। ବିଜ୍ଞ ବ୍ୟକ୍ତିର ପରିଚାୟକ ହେବେ। ଶାସ୍ତ୍ର ପ୍ରତି ଅନୁରକ୍ତ ହେବେ। ଶତ୍ରୁବିଜୟୀ ହେବେ।

ବିଛା: ଭବିଷ୍ୟତ ଚିନ୍ତା କରିପାରନ୍ତି। କାର୍ଯ୍ୟ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ପ୍ରତିଯୋଗିତାରେ ସଫଳ ହେବେ। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ସର୍ବାଙ୍ଗୀନ ଉନ୍ନତି ଆଶାକରାଯାଏ। ରୂପବାନ୍‍ ହେବେ। କୀର୍ତ୍ତିମାନ୍‍ ହୋଇପାରନ୍ତି। ନିଜକାର୍ଯ୍ୟରେ ସନ୍ତୁଷ୍ଟ ହେବେ।

ଧନୁ: ଉତ୍ସାବାଦିରେ ଯୋଗଦାନ କରିପାରନ୍ତି। କାର୍ଯ୍ୟରେ ପ୍ରତିରୋଧର ସମ୍ମୁଖୀନ ହୋଇପାରନ୍ତି। ଧନାଗମର ସୁଯୋଗ ସୃଷ୍ଟି ହୋଇଛି। ବହୁ ମିତ୍ରଙ୍କ ସାନ୍ନିଧ୍ୟ ପାଇ ଖୁସି ହେବେ। ବୁଦ୍ଧିମାନ୍‍ ହୋଇପାରନ୍ତି। ସନ୍‍ମାର୍ଗୀ ହେବେ। ଜିତେନ୍ଦ୍ରିୟ ହୋଇପାରନ୍ତି।

ମକର: ଅର୍ଥାଭାବ ଦୂରେଇ ଯିବ। ଧନ-ସମ୍ପଦ ଭରପୁର ରହିବ। ସମ୍ମାନିତ ହେବେ। କର୍ତ୍ତବ୍ୟ ପରାୟଣ ହୋଇପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବ। ଗୃହରେ ଶାନ୍ତିର ବାତାବରଣ ପ୍ରବାହିତ ହୋଇପାରେ। ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି। ଆତ୍ମସନ୍ତୋଷ ମିିଳିବ।

କୁମ୍ଭ: କର୍ମ ପ୍ରବଣତା ପ୍ରକାଶ ପାଇବ। ସୁଖୀ ହେବେ। ସମ୍ମାନିତ ହେବାର ସୂଚନା ମିଳୁଛି। ଐଶ୍ୱର୍ଯ୍ୟ ପ୍ରାପ୍ତ ହେବେ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଉପୁଜିଥିବା କ୍ଳେଶ ଦୂର ହେବ। ବିବେକ ଅନୁମୋଦିତ ସତ୍‍କର୍ମରେ ଲିପ୍ତ ହେବେ। ଜନବଲ୍ଲଭ ହୋଇପାରନ୍ତି।

ମୀନ: ନିଜ ଅଧିକାର ପ୍ରତି ସଚେତନ ହେବେ। ନୈତିକତା ବୃଦ୍ଧି ପାଇବ। ଅନ୍ୟର ମଙ୍ଗଳ କାମନା କରି ନିଜେ ବିଶେଷ ଉପକୃତ ହେବେ। ପାରିବାରିକ ସୁଖ ମିଳିବ। କର୍ତ୍ତବ୍ୟ ପରାୟଣ ହେବେ। କାର୍ଯ୍ୟରେ ସଫଳତା ମିଳିବ। ଜନବଲ୍ଲଭ ହେବେ। ଗୁଣଜ୍ଞ ଓ ନୀତିନିଷ୍ଠ ହେବେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.