ଆଜିର ରାଶିଫଳ
1 min read
ମେଷ: ନିଜ ମନକୁ ଶାନ୍ତ୍ୱନା ଦେବେ। ବିଭିନ୍ନ ସ୍ତରରୁ ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ବିଶିଷ୍ଟ ବ୍ୟକ୍ତିଙ୍କ ସୁପାରିସ ଲାଭ କରିବେ। ଶତ୍ରୁମାନଙ୍କୁ ପରାଜିତ କରି ଆଶ୍ୱସ୍ତ ହେବେ। ଚାକିରି ଜୀବନରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଠାରୁ ପ୍ରଶଂସା ମିଳିବ।
ବୃଷ: ପାରିବାରିକ ଶାନ୍ତି ଫେରି ପାଇବେ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। କନ୍ୟା, ପୁତ୍ର, ପୌତ୍ର, ପ୍ରପୌତ୍ରାଦି ଲାଭ କରିବାର ସୂଚନା ମିଳୁଛି। ପତ୍ନୀଙ୍କ ଅର୍ଥବଳରେ ବଳୀୟାନ୍ ହୋଇପାରନ୍ତି। କାବ୍ୟ ରଚନା କରିବେ।
ମିଥୁନ: ଅଧିକ କାର୍ଯ୍ୟଭାର ବହନ କରିପାରନ୍ତି। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ବ୍ୟୟବୃଦ୍ଧି ହୋଇପାରେ। ଯାନ-ବାହନ ସୁଖ ଭୋଗ କରିପାରନ୍ତି। କୃଷି କ୍ଷେତ ଉପରେ ଧ୍ୟାନ ଦେବେ। ଶ୍ରେଷ୍ଠ ପଦାଧିକାରୀ ହେବେ। ସନ୍ମାର୍ଗୀ ଓ କୀର୍ତ୍ତିମାନ୍ ହେବେ।
କର୍କଟ: ପରିଶ୍ରମର ମୂଲ୍ୟ ମିଳିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଆର୍ଥିକ ସ୍ଥିତିକୁ ବୃଦ୍ଧି କରିବାର ସୂଚନା ମିଳୁଛି। ବିବାଦରେ ବିଜୟୀ ହେବେ। ପ୍ରତ୍ୟେକ କାର୍ଯ୍ୟ ଶୁଭପ୍ରଦ ହେବ। କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହେବା ଆଶାକରାଯାଏ।
ସିଂହ: ସୁଖ-ସନ୍ତୋଷ ଲାଭ କରିପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ମନ ପ୍ରସନ୍ନ ରହିବ। ଭାଗ୍ୟଶାଳୀ ହେବେ। ସାମାଜିକ ସ୍ତରରେ ଆଦରଣୀୟ ହେବେ। ବହୁମିତ୍ରଙ୍କ ସାନ୍ନିଧ୍ୟ ପାଇ ଉତ୍ଫୁଲ୍ଲିତ ହୋଇପାରନ୍ତି। ପତ୍ନୀ ପରାୟଣ ହେବେ।
କନ୍ୟା: ସମ୍ମାନିତ ହେବେ। ସୁଖୀ ହୋଇପାରନ୍ତି। ରୋଜଗାର ଆଶାନୁରୂପ ହେବ। ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ଧନବାନ୍ ଓ ଗୁଣଯୁକ୍ତ ହୋଇପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବେ। ବନ୍ଧୁଙ୍କ ଖୁସିରେ ସୁଖୀ ହେବା ଆଶାକରାଯାଏ।
ତୁଳା: ଆୟ-ବ୍ୟୟ ସମାନ୍ତରାଳ ଗତି କରିବ। ପଥରୋଧର ସମ୍ମୁଖୀନ ହୋଇପାରନ୍ତି। ଚିନ୍ତିତ ହେବେ। ମିଠାକଥା କହି ପରକୁ ଆପଣାର କରିବାରେ ସକ୍ଷମ ହେବେ। ସଂଯମୀ ହୋଇପାରନ୍ତି। ପ୍ରତ୍ୟେକ କାର୍ଯ୍ୟ ଚଞ୍ଚଳ ଶେଷ କରିବାକୁ ଚେଷ୍ଟା କରିବେ।
ବିଛା: କାର୍ଯ୍ୟ କ୍ଷେତ୍ରରେ ବିଶୃଙ୍ଖଳାର ଅବସାନ ଘଟାଇ ଶୃଙ୍ଖଳିତ କରିପାରନ୍ତି। ଆୟବୃଦ୍ଧିର ସୂଚନା ମିଳୁଛି। କର୍ମତତ୍ପରତା ପ୍ରକାଶ ପାଇବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସରକାରୀ ସ୍ତରରୁ ଅର୍ଥପ୍ରାପ୍ତ ହୋଇପାରନ୍ତି। କରିତ୍କର୍ମା ହେବେ। ଯଶସ୍ୱୀ ଓ ସ୍ନେହୀ ହୋଇପାରନ୍ତି।
ଧନୁ: ମାନସିକ ଶାନ୍ତି ଫେରି ପାଇବେ। ରାଜକୃପା ଲାଭ କରିପାରନ୍ତି। ସୁଖୀ ହେବେ। ସମ୍ମାନିତ ହେବାର ସୂଚନା ମିଳୁଛି। ବିଭାଗୀୟ ଅର୍ଥ ପ୍ରାପ୍ତିରେ ସୁଖ ଅନୁଭବ କରିବେ। ବଂଶର ମୁଖପାତ୍ର ହୋଇପାରନ୍ତି। ଧୈର୍ଯ୍ୟବାନ୍ ହେବେ। ଯଶ ଅର୍ଜନ କରିପାରନ୍ତି।
ମକର: ବିପଦ ମୁକ୍ତ ହେବେ। ଦାନ-ଧର୍ମରେ ଦୀକ୍ଷିତ ହୋଇପାରନ୍ତି। କର୍ତ୍ତବ୍ୟ ପରାୟଣ ହେବେ। ଚିନ୍ତାଧାରା ଉନ୍ନତମାନର ହେବ। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସୌଭାଗ୍ୟ ଉଦୟ ହୋଇପାରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିବାଦରେ ବିଜୟୀ ହେବେ।
କୁମ୍ଭ: ଚାପରେ ପଡ଼ି କାର୍ଯ୍ୟ କରିବାକୁ ବାଧ୍ୟ ହେବେ। ଅମୂଲ୍ୟ ସଂପଦ ପ୍ରାପ୍ତ ହେବେ। ଯଶସ୍ୱୀ ହେବେ। ସର୍ବତ୍ର ବିଜୟ ଲାଭ କରିବେ। ସୁଭାଷୀ ଓ ଉତ୍ତମ ବିଦ୍ୟାର ଅଧିକାରୀ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ପୂର୍ବାହ୍ଣରେ ସତର୍କରେ ଚଳିବେ।
ମୀନ: ଦୃଢ଼ ମନୋବଳ ନେଇ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ। ସୁଖ-ସନ୍ତୋଷ ମିଳିପାରେ। ଉଚ୍ଚକାର୍ଯ୍ୟ ନିର୍ବାହ କରିବାରେ ସକ୍ଷମ ହେବେ। ବନ୍ଧୁ ସହାୟତା ପାଇ ଖୁସି ହୋଇପାରନ୍ତି। ପତ୍ନୀଙ୍କ ପରାମର୍ଶରେ ଚଳିବାକୁ ବାଧ୍ୟ ହୋଇପାରନ୍ତି।