March 31, 2023

ଆଜିର ରାଶିଫଳ

1 min read
Today-Horoscope-Aajira-Odisha

ମେଷ: ଅଶ୍ୱିନୀ ଓ କୃତ୍ତିକା ନକ୍ଷତ୍ର ଜାତ ବ୍ୟକ୍ତିଙ୍କୁ ପାରିବାରିକ ଶାନ୍ତି ମିଳିବ। ନୀଚ ସମ୍ପର୍କ ବିଛିନ୍ନ ହେବ। ଚେଷ୍ଟା ଶୁଭପ୍ରଦ ହେବ। କୌଶଳରେ କାର୍ଯ୍ୟ ହାସଲ କରିପାରନ୍ତି। ପୁଣ୍ୟବାନ୍‌ ହେବେ। କୀର୍ତ୍ତିମାନ୍‌ ହୋଇପାରନ୍ତି। ଦ୍ଵିଜା ନକ୍ଷତ୍ରର ସମଫଳ।

ବୃଷ: ଆଇନଗତ ସମସ୍ୟା ଦୂର ହୋଇପାରେ। କର୍ମକୁଶଳତା ପ୍ରକାଶ ପାଇବ। ନୈତିକବଳ ବୃଦ୍ଧି ହୋଇପାରେ। ବିଳାସ-ବ୍ୟସନ କରିପାରନ୍ତି। ବୃଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ। କୃର୍ତ୍ତିକା ଓ ରୋହିଣୀ ଉପରୋକ୍ତ ଫଳ ପାଇବେ। ମୃଗଶିରା ସାମାନ୍ୟ ଶୁଭ।

ମିଥୁନ: ଆର୍ଦ୍ରା ନକ୍ଷତ୍ର ଜାତବ୍ୟକ୍ତିଙ୍କର ଦକ୍ଷତା ଓ ଅନୁଭୂତି ବୃଦ୍ଧି ହୋଇପାରେ। କାର୍ଯ୍ୟରେ ସଫଳତା ମିଳିବ। ଗୁରୁଜନଙ୍କଠାରୁ ସ୍ନେହ, ଶ୍ରଦ୍ଧା ଲାଭ କରିବେ। ଧାର୍ମିକ ହେବେ। ଚେଷ୍ଟା ଫଳବତୀ ହେବ। ମୃଗଶିରା ଓ ପୁନର୍ବସୁର ସାମାନ୍ୟ ଶୁଭଫଳ।

କର୍କଟ: ପୁଷ୍ୟା ନକ୍ଷତ୍ର ଜାତ ବ୍ୟକ୍ତି ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ କରିବେ। ଅଧିକ ଧନ, ରତ୍ନ ପ୍ରାପ୍ତି ପାଇଁ ଆଶାବାଦୀ ହେବେ। ଉତ୍ତମ ମିତ୍ର କିମ୍ବା ସୁପୁତ୍ର ଲାଭ କରିପାରନ୍ତି। ଶାସ୍ତ୍ରବିଶାରତ ହୋଇପାରନ୍ତି। ପୁନର୍ବସୁ ଓ ଅଶ୍ଳେଷା ନକ୍ଷତ୍ରର ସାମାନ୍ୟ ଫଳ।

ସିଂହ: ମଘା ଓ ଉତ୍ତରା ଫାଲ୍‌ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ନିଶ୍ଚିନ୍ତରେ ଦିନଟି ବିତାଇବେ। ବ୍ୟବସାୟ ଲାଭଜନକ ହେବ। ଦୀର୍ଘଦିନର ଆଶା ପୂରଣ ହୋଇପାରେ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ପୂର୍ବା ଫାଲ୍‌ଗୁନୀର ସାମାନ୍ୟ ଫଳ।

କନ୍ୟା: ଉତ୍ତରା ଫାଲଗୁନୀ ଓ ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତି କୃଷି କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇ ପାରନ୍ତି। ଶୁଭ ଖବର ପାଇ ଖୁସି ହେବେ। ବ୍ୟୟର ପରିମାଣ ବଢ଼ିପାରେ। ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ସାମାନ୍ୟ ଶୁଭଫଳ।

ତୁଳା: ସ୍ଵାତି ନକ୍ଷତ୍ର ଜାତ ବ୍ୟକ୍ତି ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତ ହେବେ। ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି। ରୋଜଗାର ଆଶାନୁରୂପ ହୋଇପାରେ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ଚିତ୍ରା ଓ ବିଶାଖାର ସାମାନ୍ୟ ଶୁଭଫଳ।

ବିଛା: ଅନୁରାଧା ନକ୍ଷତ୍ର ଜାତବ୍ୟକ୍ତି ଦେବ ପୂଜନରେ ଆଗ୍ରହୀ ହେବେ। ସୁଖ-ସମ୍ମାନ ଲାଭ କରିପାରନ୍ତି। ପ୍ରୀତି ଲାଭ କରିବେ। ସତ୍ଵାଧିକାରୀ ହୋଇପାରନ୍ତି। କୀର୍ତ୍ତିମାନ୍‌ ହେବେ। ଗୃହ ପରିବେଶ ଉତ୍ତମ ଧରଣର ହୋଇପାରେ। ବିଶାଖା ଓ ଜ୍ୟେଷ୍ଠାର ସାମାନ୍ୟ ଶୁଭଫଳ।

ଧନୁ: ମୂଳା ଓ ଉତ୍ତରାଷାଢ଼ା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର କାର୍ଯ୍ୟରେ ଢ଼େର ଉନ୍ନତି ଘଟିବ। ଦାନ-ଧର୍ମକୁ ବ୍ରତଭାବେ ଗ୍ରହଣ କରିପାରନ୍ତି। କୁଶଳ ଖବର ପାଇ ଖୁସି ହେବେ। ସନ୍‌ମାର୍ଗୀ ହେବେ। ପୁଣ୍ୟବାନ୍‌ ହୋଇପାରନ୍ତି। ଶାସ୍ତ୍ରାନୁମୋଦିତ କାର୍ଯ୍ୟ କରିବେ। ପୂର୍ବାଷାଢ଼ାର ସାମାନ୍ୟ ଶୁଭ।

ମକର: ଉତ୍ତରାଷାଢ଼ା ଓ ଶ୍ରାବଣା ନକ୍ଷତ୍ର ଜାତ ବ୍ୟକ୍ତି ବିପଦ-ଆପଦରୁ ବର୍ତ୍ତି ଯିବେ। ଯୁଗ୍ମ ବ୍ୟବସାୟରୁ ଲାଭ ପାଇବେ। ସ୍ୱାଭିମାନୀ ହୋଇପାରନ୍ତି। ଧନାଗମ ହେବାର ସୂଚନା ମିଳୁଛି; ମାତ୍ର ସାବଧାନତାର ସହ କାର୍ଯ୍ୟ କରିବେ। ଧନିଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତି ସତର୍କ ରହିବେ।

କୁମ୍ଭ: ଶତଭିକ୍ଷା ନକ୍ଷତ୍ର ଜାତ ବ୍ୟକ୍ତି ଭ୍ରାତୃ ସ୍ନେହୀ ହେବେ। ବନ୍ଧୁ ସହଯୋଗ ପାଇବେ। ସୌଭାଗ୍ୟ ବୃଦ୍ଧିର ସୂଚନା ମିଳୁଛି। ସୁଭାଷୀ ଓ ଉତ୍ତମ ବିଦ୍ୟାଯୁକ୍ତ ହୋଇପାରନ୍ତି। ତେଜୀୟାନ ହେବେ। ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି। ଧନିଷ୍ଠା ଓ ପୂର୍ବଭାଦ୍ର ନକ୍ଷତ୍ର ଜାତଙ୍କର ସାମାନ୍ୟ ଫଳ।

ମୀନ: ଉତ୍ତରଭାଦ୍ରପଦ ନକ୍ଷତ୍ର ଜାତ ବ୍ୟକ୍ତି ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ମନୋବଳ ଦୃଢ଼ ରହିବ। ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। କର୍ମକ୍ଷେତ୍ରରେ ସଫଳତା ପାଇବେ। ପ୍ରୀତି ଲାଭ କରିବେ। ପୂର୍ବଭାଦ୍ର ଓ ରେବତୀ ନକ୍ଷତ୍ରର ସାମାନ୍ୟ ଶୁଭ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.