April 19, 2024

ଆଜିର ରାଶିଫଳ

1 min read
Today-Horoscope-Aajira-Odisha

ମେଷ: ଦ୍ଵିଧାଗ୍ରସ୍ତ ହୋଇପାରନ୍ତି। ଯାତ୍ରା କ୍ଳେଶକର ହୋଇପାରେ; ମାତ୍ର ଧନାଗମ ହେବାର ସୂଚନା ମିଳୁଛି। ତ୍ୟାଗଶୀଳ ହେବେ। ନୀତିଜ୍ଞ ହୋଇପାରନ୍ତି। ବିବିଧ ଧନଯୁକ୍ତ ହେବେ। ଚଞ୍ଚଳମନା, ଅତିସୁଖୀ, କୀର୍ତ୍ତିମାନ୍‌ ଓ ସହିଷ୍ଣୁ ହେବେ।

ବୃଷ: ନିଜ ବୁଦ୍ଧି ପ୍ରୟୋଗ କରି ଅଧିକ ରୋଜଗାର କରିପାରନ୍ତି। ବନ୍ଧୁ କିମ୍ବା ସରକାରୀ ସହାୟତାରୁ ଲାଭବାନ୍‌ ହେବେ। ତୃପ୍ତିକର ଭୋଜନ ମିଳିବ। ପାରିବାରିକ ସୁଖ ଅବ୍ୟାହତ ରହିବ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ନୂଆ ବନ୍ଧୁ ଜୁଟିବେ।

ମିଥୁନ: ବ୍ୟବସାୟ ଲାଭରେ ଚାଲିବ। ବ୍ୟୟ ବୃଦ୍ଧିର ସୂଚନା ମିଳୁଛି। ତଥାପି ମନ ପ୍ରସନ୍ନ ରହିବ। ଭାଗ୍ୟବାନ୍‌ ହେବେ। ପ୍ରିୟଭାଷୀ ଓ ଧନ, ଯାନବାହନଯୁକ୍ତ ହୋଇପାରନ୍ତି। ସୁପୁଣ୍ୟଶୀଳ ହେବେ। ସରଳ ପ୍ରକୃତିର ହେବେ।

କର୍କଟ:କାର୍ଯ୍ୟରେ ସଫଳତା ଲାଭ କରିବେ। ସୁଖ-ସନ୍ତୋଷ ମିଳିବ। ଯଶସ୍ବୀ ହେବେ। ପ୍ରୀତି ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଶାନ୍ତ, ନିପୁଣ ଓ ମେଧାବୀ ହୋଇପାରନ୍ତି। ଜିତେନ୍ଦ୍ରିୟ, ବିଦ୍ଵାନ୍‌ ଦୟାଳୁ ସ୍ଵଭାବ ହେବା ଆଶାକରାଯାଏ।

ସିଂହ: ଆୟ ବୃଦ୍ଧିର ସୂଚନା ମିଳୁଛି। ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି। ପାରିବାରିକ ସୁଖ, ଶାନ୍ତି ଅବ୍ୟାହତ ରହିବ। ଦୀର୍ଘଦିନର ଆଶା ପୂରଣ ହୋଇପାରେ। ବ୍ୟବସାୟ ଲାଭଜନକ ହୋଇପାରେ।

କନ୍ୟା: ପରୋପକାର କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। କେ‌େତକ କ୍ଷେତ୍ରରେ ଭୁଲବୁଝାମଣା ଘଟିପାରେ। ପରିଶ୍ରମର ମୂଲ୍ୟ ମିଳିବ। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତ ହେବେ। ଗୋଷ୍ଠୀ, ନଗର ଓ ଗ୍ରାମର ଅଧିପତି ହେବେ। ମନ୍ତ୍ରଣା ଶକ୍ତିଯୁକ୍ତ ହେବେ।

ତୁଳା: ବନ୍ଧୁଙ୍କ ସହିତ ମତାନ୍ତର ଘଟିପାରେ। ଚିନ୍ତାଗ୍ରସ୍ତ ହୋଇପାରନ୍ତି। ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ। ଭାଷାବିତ୍‌ ହୋଇପାରନ୍ତି। କୃତକର୍ମ ପାଇଁ ରାଜପୂଜିତ ହେବେ। ଗ୍ରାମାଧୀଶ ହୋଇପାରନ୍ତି। ପରାକ୍ରମଶାଳୀ ହେବେ। ବହୁଜନ ପୋଷକ ହେବେ।

ବିଛା: ନୂତନ ଶିକ୍ଷାପ୍ରତି ଆଗ୍ରହ ପ୍ରକାଶ କରିବେ। ଆଲୋଚନା ଓ ବିଚାର-ବିମର୍ଶ ପୂର୍ବକ କାର୍ଯ୍ୟ କରି ସଫଳତା ଲାଭ କରିବେ। ନିଜ ବୃତ୍ତିର ବିଶାରଦ ହୋଇପାରନ୍ତି। ଶ୍ରେଷ୍ଠତା ବଜାୟ ରଖିବାରେ ସକ୍ଷମ ହେବେ। ବନ୍ଧୁ ସହାୟତା ପାଇ ସୁବର୍ଣ୍ଣାଦିଯୁକ୍ତ ହେବେ।

ଧନୁ: ସତ୍‌କର୍ମରେ ପ୍ରଶଂସନୀୟ ହେବେ। ମନରେ ଗର୍ବଭାବ ଉଦ୍ରେକ ହୋଇପାରେ। ଜନସାଧାରଣଙ୍କ ଶ୍ରଦ୍ଧାର ପାତ୍ର ହୋଇପାରନ୍ତି। ସମ୍ମାନିତ ହେବେ। ଶତ୍ରୁ ଦମନ କରିବାରେ ସିଦ୍ଧହସ୍ତ ହେବେ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସୁବନ୍ଧୁ ଯୁକ୍ତ ହେବେ।

ମକର: ଆର୍ଥିକ କ୍ଷେତ୍ର ସ୍ବଚ୍ଛଳ ରହିବ। କୌଣସି କାରଣରୁ ଅନୁତପ୍ତ ହୋଇପାରନ୍ତି। ଚେଷ୍ଟାରେ ସଫଳତା ଲାଭ କରିବେ। ମଧ୍ୟମଧରଣର ଶୁଭଫଳ ପ୍ରାପ୍ତ ହେବେ। ସୁଗୁଣ ସମ୍ପନ୍ନ ହୋଇପାରନ୍ତି। ଧନପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ସତ୍ୟବାଦୀ ହେବେ।

କୁମ୍ଭ: କର୍ତ୍ତବ୍ୟ ପରାୟଣ ହେବେ। ଭ୍ରମଣ ଯୋଗ ଅଛି। ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ। ସୁନ୍ଦର ବସ୍ତୁ ଲାଭ ହେବ; ଅସାବଧାନତା ହେତୁ ସତର୍କ ନ ରହିଲେ ବହୁତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ସୁଭାଷୀ ଓ ସୁବିଦ୍ୟାଯୁକ୍ତ ହୋଇପାରନ୍ତି।

ମୀନ: ବୃଥା ବ୍ୟୟ ଘଟିପାରେ। କାର୍ଯ୍ୟରେ ଅପୂର୍ବ ସଫଳତା ଲାଭ କରିପାରନ୍ତି। ଧର୍ମ କାର୍ଯ୍ୟରେ ଲିପ୍ତ ହୋଇପାରନ୍ତି। ପ୍ରୀତି ଲାଭର ସୂଚନା ମିଳୁଛି। କର୍ମକ୍ଷେତ୍ରକୁ ଅଧିକ ଉଳମୟ କରିବେ। କର୍ମଚଞ୍ଚଳ ରହିବେ। ସୌଭାଗ୍ୟ ବୃଦ୍ଧି ହେବ। ବନ୍ଧୁ, ମଙ୍ଗଳକାମନା କରିବେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.