April 19, 2024

ଆଜିର ରାଶିଫଳ

1 min read
Today-Horoscope-Aajira-Odisha

ମେଷ: ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ। କାର୍ଯ୍ୟରେ ସଫଳତା ଲାଭ କରିବେ। ବ୍ୟବସାୟ ଲାଭଜନକ ହେବ। ବୁଦ୍ଧି ଚାଳନା କରି କାର୍ଯ୍ୟ ହାସଲ କରିପାରନ୍ତି। ଗୁରୁ-ଗୁରୁଜନଙ୍କ ସୁଦୟା ଆପଣଙ୍କ ଉପରେ ଅଛି। ଖର୍ଚ୍ଚ ବୃଦ୍ଧି ହେବ।

ବୃଷ: ମୂଲ୍ୟବାନ ଦ୍ରବ୍ୟ ଲାଭ ହୋଇପାରେ। କାର୍ଯ୍ୟର ସଫଳ ରୂପାୟନ କରି ଅନ୍ୟମାନଙ୍କ ପାଇଁ ଆଦର୍ଶ ହେବେ। ସାହସୀ ହୋଇପାରନ୍ତି। ନିଜ ଲୋକଙ୍କ ଦ୍ବାରା ଉପକୃତ ହେବେ। କୁଶଳୀ ହୋଇପାରନ୍ତି। ବାଞ୍ଛିତ କାର୍ଯ୍ୟ କରି ସମ୍ମାନିତ ହେବେ।

ମିଥୁନ: ମନ ଚଞ୍ଚଳ ରହିବ। ସୁଖ-ସମ୍ମାନ ଲାଭ କରିପାରନ୍ତି। ସୁଖାଦ୍ୟ ପାଇ ଖୁସି ହୋଇପାରନ୍ତି। ହର୍ଷ-ଉଲ୍ଲାସରେ ଦିନ ବିତାଇ ପାରନ୍ତି। ସତ୍‌ କାର୍ଯ୍ୟରେ ବ୍ୟୟ କରିବାକୁ ଆଗ୍ରହୀ ହେବେ। ସତ୍ୟବାଦୀ ହେବେ। ପିତୃଭକ୍ତିଯୁକ୍ତ ଓ ଭାଗ୍ୟବାନ୍‌ ହେବେ।

କର୍କଟ: କର୍ମ ଚଞ୍ଚଳ ରହିବେ। ଧନବାନ୍‌ ହୋଇପାରନ୍ତି। ମହିଳାମାନଙ୍କ ମନ କିଣି ପାରନ୍ତି। ଶାନ୍ତ, ନିପୁଣ, ମେଧାବୀ ଜିତେନ୍ଦ୍ରିୟ, ବିଦ୍ଵାନ୍‌ ଓ ଦୟାଳୁ ସ୍ଵଭାବର ହେବେ। ଶତ୍ରୁ ବିଜୟୀ ହେବେ। ନୀତିନିଷ୍ଠ ହେବେ। ଗୁଣଜ୍ଞ ହେବେ।

ସିଂହ: ମାନସିକ ସ୍ତରରେ ଅଶାନ୍ତି ଉପୁଜିପାରେ। ନିଜକୁ ଅସହାୟ ମନେ କରିପାରନ୍ତି। ଶାରୀରିକ ସ୍ତରରେ କ୍ଳେଶ ଅନୁଭବ କରିପାରନ୍ତି। ସ୍ଵାଭିମାନୀ ହେବେ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବାକୁ ପଡ଼ିବ। ଉଚ୍ଚସ୍ଥାନ ଚଢ଼ିବା ମନା।

କନ୍ୟା: ଗୃହ ସାଜ-ସଜ୍ଜାରେ ବ୍ୟସ୍ତ ରହିବେ। ଆମୋଦ-ପ୍ରମୋଦରେ ଦିନଟି ବିତାଇ ପାରନ୍ତି। ବିଭିନ୍ନ ଦିଗରୁ ଆୟ ଆସିପାରେ। ବିନୀତ ସ୍ଵଭାବର ହେବେ। ଗୁଣବାନ୍‌ ହେବେ। ବହୁବିଦ୍ୟା ପାରଙ୍ଗମ ହୋଇପାରନ୍ତି। ନିତ୍ୟାନନ୍ଦଯୁକ୍ତ ଓ ଧନଲାଭକାରୀ ହେବେ।

ତୁଳା: ଗୃହକର୍ମ ଆନନ୍ଦଦାୟକ ହେବ। ବହୁ ମିତ୍ରଙ୍କ ସାନ୍ନିଧ୍ୟ ଲାଭ କରିବେ। ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ମାନ୍ୟତା ପ୍ରାପ୍ତ ହୋଇପାରନ୍ତି। ବୁଦ୍ଧିମାନ୍‍ ହେବେ। ସର୍ବତ୍ର ସୁଖ-ସମୃଦ୍ଧି ଆଶା କରାଯାଏ।

ବିଛା: ପରର ଉପକାର କରି ଆନନ୍ଦ ଅନୁଭବ କରିପାରନ୍ତି। ଦୃଢ଼ ମନୋବଳକୁ ପାଥେୟ କରି କାର୍ଯ୍ୟ ସମ୍ପାଦନ କରିବେ। ଆଶାଫଳବତୀ ହେବେ। କାର୍ଯ୍ୟ ହାସଲ କରିବାରେ ସକ୍ଷମ ହେବେ। ଧନଶାଳୀ ହେବେ। ପୁଣ୍ୟଦେହୀ ହେବେ। ହଠାତ୍‍ କିଛି ଅର୍ଥ ମିଳିବ।

ଧନୁ: କୃଷି କ୍ଷେତକୁ ତ୍ୱରାନ୍ୱିତ କରିପାରନ୍ତି। ଯାନବାହନ ସୁଖ ମିଳିପାରେ। ଗୃହ ପରିବେଶ ପ୍ରଦୂଷଣମୁକ୍ତ ରହିବ। କାର୍ଯ୍ୟ ଧାରାରେ ସାମାନ୍ୟ ପରିବର୍ତ୍ତନ କରାଇ ପାରନ୍ତି। ବିରୋଧୀମାନଙ୍କ ମୁଖ ବନ୍ଦ କରିବାରେ ସଫଳ ହେବେ। ଘାତଚନ୍ଦ୍ର ଯୋଗୁଁ ସତର୍କ ହେବେ।

ମକର: ସହକର୍ମୀମାନଙ୍କ ସହାୟତା ମିଳିପାରେ। କାର୍ଯ୍ୟରେ ସଫଳତା ଲାଭ କରିପାରନ୍ତି। ଧନ-ମନ-ସୁଖ-ସମ୍ଭୋଗ ଓ ଧର୍ମକାର୍ଯ୍ୟ କରିବେ। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ। କୃତୀ ପ୍ରତିଯୋଗୀ ଭାବେ ପୁରସ୍କୃତ ହୋଇପାରନ୍ତି।

କୁମ୍ଭ: କର୍ମକ୍ଷେତ୍ରକୁ ଶୃଙ୍ଖଳିତ କରିବାକୁ ସିଦ୍ଧହସ୍ତ ହେବେ। ବିଭିନ୍ନ ସ୍ତରରୁ ସାହାଯ୍ୟ, ସହଯୋଗ ମିଳିବ। ତ୍ୟାଗଶୀଳ ଓ ନୀତିଜ୍ଞ ହେବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ହେବେ। ଅତିସୁଖୀ ଓ କୀର୍ତ୍ତିମାନ ହୋଇପାରନ୍ତି। ରୂପବାନ୍‍ ହେବେ।

ମୀନ: ଲୋକଙ୍କ ଠାରେ ବିଶ୍ୱାସ ଭାଜନ ହୋଇପାରନ୍ତି। ସୁଖୀ ହେବେ। ସମ୍ମାନିତ ହେବେ। ସରକାରୀ କୃପା ଲାଭ କରିବେ। ପ୍ରୀତି ଭୋଜନରେ ଆପ୍ୟାୟିତ ହେବେ। ରୋଜଗାର ଯଥେଷ୍ଟ ପରିମାଣର ହେବ। ଚିନ୍ତାଧାରା ଉନ୍ନତମାନର ହୋଇପାରେ। ନୂତନ ବନ୍ଧୁ ଜୁଟିବେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.