March 21, 2023

ଆଜିର ରାଶିଫଳ

1 min read
Today-Horoscope-Aajira-Odisha

ମେଷ: ଗୁରୁଜନଙ୍କ କାର୍ଯ୍ୟ କଳାପରେ ବ୍ୟଥିତ ହୋଇପାରନ୍ତି। ଆୟ ପରିମାଣ ବୃଦ୍ଧି ପାଇବ। ବ୍ୟବସାୟ ଲାଭଜନକ ହେବ। ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଗୁଣଜ୍ଞ ଓ କୀର୍ତ୍ତିମାନ୍‌ ହେବେ। ପ୍ରସନ୍ନତା ଲାଭ କରିବେ।

ବୃଷ: ଅର୍ଥ ପ୍ରାପ୍ତିର ସୂଚନା ମିଳିବ। ସମ୍ମାନିତ ହେବେ। ପୁଣ୍ୟ କାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ। ଶୁଭଖବର ପାଇ ଖୁସି ହୋଇପାରନ୍ତି। ପାରିବାରିକ ସୁଖ ଶାନ୍ତି ଅବ୍ୟାହତ ରହିବ। ସରକାରୀ ଅର୍ଥ ମିଳିବ। ଗୁଣଯୁକ୍ତ ହେବେ। କୀର୍ତ୍ତିମାନ୍‌ ହେବେ। ସନ୍ତୁଷ୍ଟ ହେବେ।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଦୃଢ଼ ମନୋବଳ ନେଇ କାର୍ଯ୍ୟ ସମ୍ପାଦନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପ୍ରତିଯୋଗିତାରେ ବିଜୟୀ ହେବା ସହିତ ଜନସାଧାରଣଙ୍କର ଆସ୍ଥା ଭାଜନ ହୋଇପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି।

କର୍କଟ: ବନ୍ଧୁ ବର୍ଗରେ ମତାନ୍ତର ଘଟିପାରେ। ସେବା-ପୂଜାରେ ମନୋନିବେଶ କରିପାରନ୍ତି। ଅଷ୍ଟମଚନ୍ଦ୍ର ଭୋଗହେତୁ ସାମାନ୍ୟ ପୀଡ଼ା ଅନୁଭବ କରିପାରନ୍ତି। ଚିତ୍ତ ଅସ୍ଥିର ରହିବ। ଶାନ୍ତ ଓ ନିପୁଣ ହେବେ। ମେଧାବୀ, ଜିତେନ୍ଦ୍ରିୟ , ବିଦ୍ବାନ ଓ ଦୟାଳୁ ହେବେ।

ସିଂହ: ଦିନସାରା କାର୍ଯ୍ୟ ବ୍ୟସ୍ତ ରହିପାରନ୍ତି। ମନୋରମା ପତ୍ନୀଙ୍କ ସାନ୍ନିଧ୍ୟ ଓ ପରାମର୍ଶ ଉପାଦେୟ ହୋଇପାରେ। ବନ୍ଧୁ ସହଯୋଗ ପାଇ ଶାନ୍ତି ଅନୁଭବ କରିପାରନ୍ତି। ବ୍ୟବସାୟରେ ଆଗକୁ ବଢ଼ିବେ। ପରିବାରର କାର୍ଯ୍ୟରେ ମୁଖ୍ୟ ଭୂମିକା ଗ୍ରହଣ କରିବେ।

କନ୍ୟା: ଇଚ୍ଛା ବିରୁଦ୍ଧରେ କାର୍ଯ୍ୟ କରିପାରନ୍ତି। ବିଭିନ୍ନ ଦିଗରୁ ସହଯୋଗ ମିଳିବା ଆଶାକରାଯାଏ। ଶୁଭ ଖବର ପାଇ ଖୁସି ହୋଇପାରନ୍ତି। ବିଭିନ୍ନ ସୂତ୍ରରୁ ଆୟ ଆସିପାରେ। ଶତ୍ରୁ ଦମନ କରି ଆଶ୍ବସ୍ତ ହେବେ। ଦୀର୍ଘ ଦିନର ଆଶା ପୂରଣ ହେବ।

ତୁଳା: ପରିବେଶ ଆପଣଙ୍କ ପାଇଁ ଲାଭପ୍ରଦ ହେବ। ଧୈର୍ଯ୍ୟବାନ୍‌ ହୋଇପାରନ୍ତି। ଚିନ୍ତାଧାରା ମହତ୍‌ ହେବ। କାର୍ଯ୍ୟ ହାସଲ କରିବେ; ମାତ୍ର ବିଳମ୍ବରେ। ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତ ହେବେ। ହର୍ଷଯୁକ୍ତ ଓ ବିଶୁଦ୍ଧଭାଷୀ ହେବେ। ଧନଶାଳୀ ହୋଇପାରନ୍ତି।

ବିଛା: ବନ୍ଧୁ ମେଳରେ ଦିନ ବିତାଇ ପାରନ୍ତି। ନାନା ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଅଯଥା ବ୍ୟୟ ହୋଇପାରେ। ଭାଗ୍ୟବାନ୍‌ ହୋଇପାରନ୍ତି। ପ୍ରଭୂତ ବିତ୍ତର ଅଧିକାରୀ ହେବେ। ସନ୍ମାର୍ଗୀ ହେ​‌େ​‌ବ। ଯଶସ୍ବୀ ହୋଇପାରନ୍ତି। କର୍ମରେ ସଫଳ ହେବେ।

ଧନୁ: ସକଳ ଗୁଣଯୁକ୍ତ ହେବେ। ସୁଖୀ ହୋଇପାରନ୍ତି। କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ସରକାରୀ ସ୍ତରରୁ ଧନ-ସମ୍ପଦ ମିଳିପାରେ। ଉତ୍ତମ ବନ୍ଧୁଙ୍କ ସାନ୍ନିଧ୍ୟ ମିଳିବ। ଯଶସ୍ବୀ ହେବେ। ବିବାଦରେ ବିଜୟୀ ହେବେ। ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇ ଗର୍ବିତ ହେବେ।

ମକର: ପ୍ରତିଯୋଗିତାରେ ଭାଗ ନେଇ ପାରନ୍ତି। ପରିଶ୍ରମର ମୂଲ୍ୟ ମିଳିବ। ଅଯଥାରେ ଚିନ୍ତିତ ହୋଇପାରନ୍ତି। ସାମର୍ଥ୍ୟର ପରିପ୍ରକାଶ ଘଟାଇ ପାରନ୍ତି। ଧନାଗମର ସୂଚନା ମିଳୁଛି। ଉତ୍ତମ ବସ୍ତ୍ର, ରତ୍ନ ମିଳିପାରେ। ସରକାରୀ ଅର୍ଥ ମିଳିବ।

କୁମ୍ଭ: ଆର୍ଥିକ ଅନଟନ ଦୂର ହେବ। ଆଶାବାଦୀ ହୋଇପାରନ୍ତି। ଧନବାନ୍‌ ହେବେ। ଗୁଣଯୁକ୍ତ ହୋଇପାରନ୍ତି। ଉପାର୍ଜନ ଊଣା ହେବ ନାହିଁ। ଉତ୍ତମ ଭୋଜନ ମିଳିବ। ପାରିବାରିକ ସୁଖ ଅବ୍ୟାହତ ରହିବ। ବନ୍ଧୁ କିମ୍ବା ବିଭାଗୀୟ ସହାୟତାରେ ଲାଭବାନ୍‌ ହେବେ।

ମୀନ: ଅଭାବରୁ ମୁକ୍ତି ମିଳିବ। କିଛି ସମୟ ପାଇଁ ଆବଦ୍ଧରେ ରହିପାରନ୍ତି। ମୁକୁଳିବାକୁ ହେଲେ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ। ଚଞ୍ଚଳ ଚେଷ୍ଟିତ ହେବେ। ମଧୁରଭାଷୀ ହେବେ। ଶ୍ରେଷ୍ଠ ପଦ-ପଦବୀ ମିିଳିପାରେ। ଗୁଣଯୁକ୍ତ ହେବେ। ନୀତିଯୁକ୍ତ ବିନୀତ ସ୍ବଭାବର ହେବେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.