April 25, 2024

ଆଜିର ରାଶିଫଳ

1 min read
Today-Horoscope-Aajira-Odisha

ମେଷ: ଶ୍ରମ ସାର୍ଥକ ହୋଇପାରେ। କାର୍ଯ୍ୟର ସଫଳ ରୂପାୟନ କରିବାରେ ସିଦ୍ଧହସ୍ତ ହେବେ। ସରକାରଙ୍କ ତରଫରୁ ଅର୍ଥ ମିଳିବ। ଉତ୍ତମ ଗୃହରେ ବାସ କରିବେ। କୀର୍ତ୍ତି, ମତ୍ତି, ସ୍ଵତ୍ତ୍ଵ, ସନ୍ତୋଷ ବହୁବିଧ ଧନ ପ୍ରାପ୍ତ ହେବେ। ଉତ୍ତମ ଗୁଣର ହେବେ।

ବୃଷ: କର୍ମକ୍ଷେତ୍ରରେ ନୂତନ ପଦକ୍ଷେପ ନେଇ ପାରନ୍ତି। ଆଳସ୍ୟ ପରାୟଣ ହେବେ। ଅଭୀଷ୍ଟ ସିଦ୍ଧି ହେବ। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ସମ୍ମାନିତ ହୋଇପାରନ୍ତି। ଶାସ୍ତ୍ରାଭ୍ୟାସୀ ହେବେ। ବିନୀତ ସ୍ବଭାବ ସମ୍ପନ୍ନ ହୋଇପାରନ୍ତି। ସ୍ତ୍ରୀ ଧନରେ ସୁଖୀ ହେବେ।

ମିଥୁନ: ମାନସିକ ସ୍ଥିତିରେ ଭାରସାମ୍ୟ ରକ୍ଷା କରିବାକୁ ପଡ଼ିବ। ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଅଷ୍ଟମ ଚନ୍ଦ୍ର ଓ ଘାତଚନ୍ଦ୍ର ଏକତ୍ର ଭୋଗ ହେତୁ ଅତି ସାବଧାନତାର ସହ ଚଳିବାକୁ ପଡ଼ିବ। ଭାଗ ବ୍ୟବସାୟ ଲାଭଜନକ ହେବ।

କର୍କଟ: ନୂତନ ନିଯୁକ୍ତି ପାଇ ବ୍ୟସ୍ତତାରୁ ବଞ୍ଚିତ ହୋଇପାରନ୍ତି। ବନ୍ଧୁ ମିଳନ ଦ୍ଵାରା ଉପକୃତ ହେବେ। ଉତ୍ତମ ମିତ୍ର ଲାଭ ହୋଇପାରେ। ପୁତ୍ର ଲାଭର ସୂଚନା ମିଳୁଛି। ମନ୍ତ୍ର-ଶାସ୍ତ୍ର, ଆୟତ୍ତ କରି ସୁନାମଧନ୍ୟ ହେବେ। ଧନ ସହିତ ଯାନବାହନ ଓ ବାକ୍‌ପଟୁ ହେବେ।

ସିଂହ: ପରିସ୍ଥିତି ପ୍ରତି ଉଦାସ ମନୋଭାବର ହେବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବେ। ବିଜ୍ଞ ବ୍ୟକ୍ତି ଭାବେ ସର୍ବ ବିଦିତ ହୋଇପାରନ୍ତି। ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ। ଶତ୍ରୁକୁ ପରାଜୟ କରିବାକୁ ସକ୍ଷମ ହେବେ। ଜନତାଙ୍କ ପ୍ରିୟଭାଜନ ହେବେ।

କନ୍ୟା: କର୍ମକ୍ଷେତ୍ରକୁ ଶାନ୍ତି-ଶୃଙ୍ଖଳାର ସହ ଉପଭୋଗ କରିବାକୁ ଚେଷ୍ଟିତ ହେବେ। ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଶତ୍ରୁମାନେ ଆପଣାଛାଏଁ ଅପସରି ଯିବେ। ବିବିଧ ସୂତ୍ରରୁ ଆୟ ବୃଦ୍ଧିର ସୂଚନା ମିଳୁଛି। ଉତ୍ତମ ଭୋଜନ ମିଳିବ। ଦୀର୍ଘ ଦିନର ଆଶା ପୂରଣ ହେବ।

ତୁଳା: ଚିନ୍ତା ବଢ଼ିବାକୁ ଲାଗିବ। ସତର୍କ ନ ରହିଲେ ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି। କାର୍ଯ୍ୟ ହାସଲ କରିବାକୁ ସକ୍ଷମ ହେବେ; ମାତ୍ର ବିଳମ୍ବିତ ହେବ। ଚିନ୍ତାଧାରା ବିକ୍ଷିପ୍ତ ହେବ। କୃଷିକ୍ଷେତକୁ ତ୍ବରାନ୍ବିତ କରିବେ। ଯାନବାହନ ସୁଖ ମିଳିବ। ଗୃହସୁଖ ମିଳିବ।

ବିଛା: ସେବା ମନୋଭାବ ଗ୍ରହଣ କରିପାରନ୍ତି। ପରିଶ୍ରମର ମୂଲ୍ୟ ମିଳିବ। ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଠାରୁ ପ୍ରଶଂସା ମିଳିବ। ଆୟବୃଦ୍ଧିର ସୂଚନା ମିଳୁଛି। କାର୍ଯ୍ୟକ୍ଷେତ୍ରରେ ଅପୂର୍ବ ସଫଳତା ମିଳିବ। ଦ୍ରବ୍ୟ ଲାଭ ହୋଇପାରେ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ।

ଧନୁ: ସମ୍ପତ୍ତି ପାଇଁ ଗଣ୍ଡଗୋଳିଆ ପରିସ୍ଥିତି ସୃଷ୍ଟି ହୋଇପାରେ। ଆଶାବାଦୀ ହେବେ। ଆଶାପୂରଣ ହେବ। ବିଭିନ୍ନ ସ୍ତରରୁ ଧନାଗମ ହେବ। ଲୋଭର ବଶବର୍ତ୍ତୀ ହେବେ ନାହିଁ। ନୀତିରୁ ବିଚ୍ୟୁତ ହେବେ ନାହିଁ। ବିଜ୍ଞ ହେବେ। କୀର୍ତ୍ତିମାନ୍‌ ହେବେ।

ମକର: ଶ୍ରୀଚନ୍ଦ୍ର ଭୋଗ ହେଉଥିବାରୁ ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ। ଆୟ ପରିମାଣ ବୃଦ୍ଧି ପାଇବ। ସରକାର କିମ୍ବା ବନ୍ଧୁ ସହାୟତା ପାଇ ଲାଭବାନ୍‌ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଚିନ୍ତାଧାରା ଉନ୍ନତମାନର ହେବେ।

କୁମ୍ଭ: ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ପଥରୋଧ କରିବାକୁ କେହି ଉଦ୍ୟମ ଚଳାଇପାରନ୍ତି। ଦିନଟି ସମସ୍ୟା ବହୁଳ ହୋଇପାରେ। କଳ୍ପନା ବିଳାସୀ ହୋଇପାରନ୍ତି। ସୌନ୍ଦର୍ଯ୍ୟ ଉପଭୋଗ କରିବେ। ବ୍ୟୟ ବୃଦ୍ଧି ଯୋଗୁଁ ଦିନଟି ବ୍ୟସ୍ତଭରା ହୋଇପାରେ।

ମୀନ: ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହେବ। ବୁଦ୍ଧିଚାଳନା କରି କାର୍ଯ୍ୟ ହାସଲ କରିବେ। ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଯାନବାହନ ସୁଖ ମିଳିବ। କୀର୍ତ୍ତି ସ୍ଥାପନ କରିପାରନ୍ତି। ମନ ପ୍ରସନ୍ନ ରହିବ। ଭୋଗ-ବିଳାସ କରିପାରନ୍ତି। ଗୁଣବାନ୍‌ ହେବେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.