April 19, 2024

ଆଜିର ରାଶିଫଳ

1 min read
Today-Horoscope-Aajira-Odisha

ମେଷ: ନିଜର ତ୍ରୁଟି ବୁଝି ପାରିବେ। ଆମୋଦ-ପ୍ରମୋଦରେ ସମୟ ବିତାଇ ପାରନ୍ତି। ନିଜ ସମ୍ମାନକୁ ଜଗି ଚଳିବାକୁ ପଡ଼ିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବନ୍ଧୁ ସହାୟତା ପାଇ ଖୁସି ହେବେ। ବ୍ୟବସାୟ ଲାଭଜନକ ହେବ।

ବୃଷ: ଅଶାନ୍ତିର ବାତାବରଣ ସୃଷ୍ଟି ହୋଇପାରେ। ଆତ୍ମସଂଯମୀ ହୋଇପାରନ୍ତି। କର୍ମ କୁଶଳତା ଯୋଗୁଁ ଆଦରଣୀୟ ହୋଇପାରନ୍ତି। ପାରିବାରିକ ସୁଖ ଫେରାଇ ଆଣିପାରନ୍ତି। ଜଣେ ଉତ୍ତମ ପରାମର୍ଶଦାତା ହେବେ।

ମିଥୁନ: ସାମୟିକ ଭାବେ ନିଜକୁ ଅସହାୟ ମନେ କରିପାରନ୍ତି। ସୁଖ, ସନ୍ତୋଷ ଲାଭ କରିବେ। ପ୍ରଚୁର ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ପ୍ରତ୍ୟେକ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଉଦ୍ୟମ ଜାରି ରଖିବେ। କର୍ମକ୍ଷତ୍ରରେ ଢ଼େର ଉନ୍ନତି ହେବ।

କର୍କଟ: ଦେବ ଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି। କର୍ତ୍ତବ୍ୟନିଷ୍ଠ ହେବେ। ଉତ୍ତମ ମିତ୍ରଙ୍କ ସାନ୍ନିଧ୍ୟ ମିଳିବ। ଆସନ୍ନ ପ୍ରସବା ଥିଲେ ପୁତ୍ର ଲାଭ ହୋଇପାରେ। ଯାନ-ବାହନ ସୁଖ ମିଳିିବ।

ସିଂହ: ପାରସ୍ପରିକ ବୁଝାମଣାରେ ବିବାଦର ସମାଧାନ ହେବ। ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ। ଦିନସାରା ଆନନ୍ଦ-ଉଲ୍ଲାସ ଲାଗି ରହିବ। ଉନ୍ନତି ମାର୍ଗରେ ଆଗକୁ ପଢ଼ି ପାରନ୍ତି। ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ବ୍ୟବସାୟ ଲାଭଜନକ ହେବ।

କନ୍ୟା: ଆୟ ପାଇଁ ନୂତନ ପନ୍ଥା ଯୋଗାଡ଼ କରିପାରନ୍ତି। ବିଭିନ୍ନ ସ୍ତରରୁ ସହଯୋଗ ମିଳିବ। ସତ୍‍କର୍ମରେ ବ୍ୟୟ କରିପାରନ୍ତି। ଧନାଗମର ସୂଚନା ମିଳୁଛି। ସର୍ବାଙ୍ଗୀଣ ଉନ୍ନତି ଆଶାକରାଯାଏ। ସତ୍ୟାନୁରକ୍ତ ହେବେ। ଶତ୍ରୁବିଜୟୀ ହେବେ।

ତୁଳା: ସୁଖୀ ହେବେ। ସମ୍ମାନିତ ହୋଇପାରନ୍ତି। ଆୟ ଆଶାନୁରୂପ ହେବ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ। ବନ୍ଧୁ ସହାୟତାରୁ ଲାଭବାନ୍‍ ହୋଇପାରନ୍ତି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି।

ବିଛା: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ବ୍ୟୟ ବୃଦ୍ଧି ଘଟି ପାରେ। ଶାସ୍ତ୍ରପଟୁ ହେବେ। ପୁଣ୍ୟଦେହୀ ହୋଇପାରନ୍ତି। ସୁବର୍ଣ୍ଣାଦିଯୁକ୍ତ ହେବାର ସୁଯୋଗ ଅଛି। ରାଜବଂଶ ପୂଜିତ ହେବେ। ମଧୁର ସମ୍ଭାଷଣରେ ପରକୁ ଆପଣାର କରିବେ।

ଧନୁ: ସହକର୍ମୀମାନଙ୍କ ସହାୟତା ମିଳିବ। ଆଶ୍ୱସ୍ତ ହେବେ। ସରକାରଙ୍କ ତରଫରୁ ସମ୍ମାନ ମିିଳିବ। ରାଜକୋଷ ଅର୍ଥ ପାଇବାର ସୂଚନା ମିଳୁଛି। କାର୍ଯ୍ୟର ସଫଳ ରୂପାୟନ କରିପାରନ୍ତି। ଲୋକପ୍ରିୟତା ଅର୍ଜନ କରିବେ।

ମକର: ସମ୍ମାନିତ ହେବେ। ବ୍ୟବସାୟରେ ଢ଼େର ଉନ୍ନତି ଘଟିବ। କାର୍ଯ୍ୟରେ ସଫଳତା ଲାଭ କରିବେ। ବିଳାସ-ବ୍ୟସନରେ ବୁଡ଼ି ରହିବେ। କର୍ମତତ୍ପରତା ପ୍ରକାଶ ପାଇବ। ସରକାରୀ ଅର୍ଥ ମିଳିପାରେ। ଗୃହ ପରିବେଶ ପ୍ରଦୂଷଣ ମୁକ୍ତ ରହିବ।

କୁମ୍ଭ: ଅତିଥି ବନ୍ଧୁ ସତତ୍କାରରେ ମନ ଦେବେ। ସେବା ପରାୟଣ ହେବେ। ପୂଜ୍ୟପୂଜାକୁ ଗ୍ରହଣ କରିପାରନ୍ତି। ପରିଶ୍ରମର ଫଳ ମିଳିବ। କର୍ମକ୍ଷେତ୍ରରେ ଉନ୍ନତି ଘଟିବ। ପାରିବାରିକ ଶାନ୍ତି ଅବ୍ୟାହତ ରହିବ। ମନୋରଞ୍ଜନ ଧର୍ମୀ ହେବେ।

ମୀନ: ନୂତନ ଅଭିଜ୍ଞତା ଅର୍ଜନ କରିପାରନ୍ତି। ସେବା ପୂଜାରେ ମନୋନିବେଶ କରିବେ। ଅଯଥା ସମାଲୋଚନାର ଶରବ୍ୟ ହୋଇପାରନ୍ତି। ଶାରୀରିକ ପୀଡ଼ା ଅନୁଭବ କରିବେ। ଅଷ୍ଟମ ଚନ୍ଦ୍ର ଭୋଗ ହେତୁ ଉଚ୍ଚସ୍ଥାନ ଆରୋହଣ ଓ ଜଳଯାତ୍ରାରେ ସତର୍କ ହେବେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.