April 25, 2024

ଆଜିର ରାଶିଫଳ

1 min read
Today-Horoscope-Aajira-Odisha

ମେଷ: ଜଞ୍ଜାଳ ଘେରରେ ପଡ଼ି ପାରନ୍ତି। ପରିଶ୍ରମୀ ହେବେ। ଉଚ୍ଚ ପ୍ରଶଂସା ଲାଭ କରିବେ। ନିଜର କର୍ତ୍ତବ୍ୟ ସଂପାଦନ କରି ଆତ୍ମ ତୃପ୍ତି ଲାଭ କରିପାରନ୍ତି। ସକଳ ଗୁଣଯୁକ୍ତ, ସୁଖୀ କାବ୍ୟ ଶାସ୍ତ୍ରାନୁରକ୍ତ ହେବା ଆଶା କରାଯାଏ।

ବୃଷ: ବ୍ୟବସାୟରେ ଢ଼େର ଉନ୍ନତି ଘଟିବ। ଦିନଟି ସମସ୍ୟା ବହୁଳ ହେଲେ ବି ନିର୍ଭୟରେ କାର୍ଯ୍ୟ କରି ସବୁ ସମସ୍ୟାର ସମାଧାନ କରିପାରନ୍ତି। ପ୍ରିୟଭାଷୀ, ଧନ-ଯାନ-ବାହନଯୁକ୍ତ ଓ ସୁବର୍ଣ୍ଣ ସମ୍ପଦଯୁକ୍ତ ହେବାର ସୂଚନା ମିଳୁଛି।

ମିଥୁନ: ଗୃହରେ ଶୁଭକାର୍ଯ୍ୟ ଏପରିକି ମାଙ୍ଗଲ୍ୟ କାର୍ଯ୍ୟ ସମ୍ପାଦନ କରିବେ। ଆୟ ଆଶାନୁରୂପ ହେବ। ଗୁଣବାନ୍‍ ହେବେ। ସରକାରୀ କିମ୍ବା ବନ୍ଧୁ ସହାୟତା ପାଇ ଲାଭବାନ୍‍ ହେବେ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ।

କର୍କଟ: ବ୍ୟବସାୟ ଲାଭଜନକ ହେବ। ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ। ଭାଗ୍ୟୋନ୍ନତି ଆଶାକରାଯାଏ। ସ୍ନେହପୂର୍ଣ୍ଣ ବାକ୍ୟରେ ପରକୁ ଆପଣାର କରିପାରନ୍ତି। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି

ସିଂହ: ନାନାବିଧ ସମ୍ମାନ ମିଳିବ। କୀର୍ତ୍ତିମାନ୍‍ ହେବେ। ସହଯୋଗ ମିଳିବ। ରାଜକୃପା ଲାଭ କରିପାରନ୍ତି। ମନ ପ୍ରସନ୍ନ ରହିବ। ବ୍ୟବସାୟ ଲାଭଜନକ ହେବ। କରିତ୍‍କର୍ମା ହେବେ। ପ୍ରତ୍ୟେକ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ଉଦ୍ୟମ ଜାରି ରଖିବେ।

କନ୍ୟା: ଅଯଥାରେ ହନ୍ତ-ସନ୍ତ ହୋଇପାରନ୍ତି। ସୁଖ-ସମ୍ମାନ ଲାଭ କରିବେ। ଘାତଚନ୍ଦ୍ର ଭୋଗ ହେଉଥିବାରୁ ସମାନ୍ୟ ପୀଡ଼ା ଅନୁଭବ କରିବେ। ନୃତ୍ୟ-ସଙ୍ଗୀତପ୍ରିୟ ହୋଇପାରନ୍ତି। ଉପଯୁକ୍ତ କର୍ମାନୁରକ୍ତ ହେବେ। ଯଶସ୍ୱୀ ଓ ଧନଶାଳୀ ହେବେ। ବିଭାଗୀୟ ଅର୍ଥ ମିଳିବ।

ତୁଳା: ପାରିବାରିକ ଜଞ୍ଜାଳ ବଢ଼ିବ। ସେବାମୂଳକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ଉପୁଜି ଥିବା ସମସ୍ୟାର ସମାଧାନ ହେବ। ଧନ ଲାଭର ସୂଚନା ମିଳୁଛି। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସୁଶୀଳା ଓ ଗୁଣବତୀ ପତ୍ନୀ ଉପଦେଷ୍ଟା ହେବେ। ସୁଖ ମିଳିବ।

ବିଛା: ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରନ୍ତି। ଦ୍ରବ୍ୟ ନଷ୍ଟ ହେବାର ସୂଚନା ମିଳୁଛି। ଘାତଚନ୍ଦ୍ର ଓ ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କତାର ସହ ଚଳିବାକୁ ପଡ଼ିବ। ଅର୍ଥ ହାନି ଘଟିପାରେ। ସ୍ୱାଭିମାନୀ ହେବେ। ଭାଗ ବ୍ୟବସାୟରୁ ସାମାନ୍ୟ ଲାଭ ହେବ।

ଧନୁ: ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। ସନ୍ମାର୍ଗୀ ହୋଇପାରନ୍ତି। ଆତ୍ମବଡ଼ିମା ନ ଦେଖାଇ କାର୍ଯ୍ୟ କ୍ଷେତ୍ରରେ ମନୋନିବେଶ କରିପାରନ୍ତି। ପତ୍ନୀଙ୍କ ସହାୟତା ଲାଭପ୍ରଦ ହେବ। ଅବିବାହିତମାନଙ୍କର ମନୋରମା କନ୍ୟା ସହ ବିବାହ ସ୍ଥିର ହେବ।

ମକର: ଆଶାପୂରଣ ହେବ। କାର୍ଯ୍ୟରେ ନିରୁତ୍ସାହିତ ହୋଇପାରନ୍ତି। ପ୍ରୀତି ଲାଭ କରିବେ। ପତ୍ନୀ ସହ ଗାମିନୀ ହୋଇପାରନ୍ତି। ଗୁରୁକୃପା ଲାଭ କରିପାରନ୍ତି। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ଶତ୍ରୁ ବିଜୟୀ ହେବେ। ଧୈର୍ଯ୍ୟବାନ୍‍ ହେବେ।

କୁମ୍ଭ: କାର୍ଯ୍ୟ କ୍ଷେତ୍ରରେ ଚଳ-ଚଞ୍ଚଳ ରହିବେ। ବିଚକ୍ଷଣ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ହାସଲ କରିପାରନ୍ତି। କାର୍ଯ୍ୟ ବ୍ୟସ୍ତତା ବୃଦ୍ଧି ପାଇପାରେ। କେତେକ କ୍ଷେତ୍ରରେ ନିରବଦ୍ରଷ୍ଟା ସାଜି ପାରନ୍ତି। ଅର୍ଥପ୍ରାପ୍ତିର ସୂଚନା ମିଳୁଛି। ବିବାଦରେ ବିଜୟୀ ହେବେ।

ମୀନ: ନିଜ ଜିଦ୍‍ରେ ଅଟଳ ରହିପାରନ୍ତି। ଦ୍ରବ୍ୟ ନଷ୍ଟ ହେବାର ସମ୍ଭାବନା ଅଛି। ପ୍ରୀତି ଭୋଜନ ମିଳିବ। କାର୍ଯ୍ୟରେ ଉତ୍ସାହ ବୋଧ ରହିବ। କୃଷିକ୍ଷେତକୁ ତ୍ୱରାନ୍ୱିତ କରିବାକୁ ଲାଗି ପଡ଼ିବେ। ଶରୀର ସୁସ୍ଥ ରହିବ। କାର୍ଯ୍ୟରେ ପ୍ରଶଂସା ମିଳିବ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.