March 23, 2023

ଆଜିର ରାଶିଫଳ

1 min read
Today-Horoscope-Aajira-Odisha

ମେଷ: ବନ୍ଧୁ ମେଳରେ ଆନନ୍ଦ ଅନୁଭବ କରିବେ। ଉତ୍ସାହିତ ହୋଇ କାର୍ଯ୍ୟ କରିପାରନ୍ତି। ମନ ପ୍ରସନ୍ନ ରହିବ। ଆସ୍ତିକ ସ୍ୱଭାବର ହେବେ। ମିଷ୍ଟଭାଷୀ ହୋଇପାରନ୍ତି। ଥଣ୍ଡା-କଫରେ ସାମାନ୍ୟ ପୀଡ଼ା ଉପୁଜିବ। ପ୍ରେମୀ ଓ ସାହସୀ ହେବେ।

ବୃଷ: ବନ୍ଧୁ ସହଯୋଗ ପାଇ ଖୁସି ହୋଇପାରନ୍ତି। ଭାଗ୍ୟଶାଳୀ ହେବେ। ପରଦେଶବାସୀ, ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟାପ୍ରେମୀ ହେବେ। ବିଭିନ୍ନ ଦିଗରୁ ଧନାଗମ ହେବ। ସ୍ତ୍ରୀ ବିଳାସୀ ହୋଇପାରନ୍ତି।

ମିଥୁନ: ଉପୁଜି ଥିବା ସମସ୍ୟା ସମାଧାନରେ ସଫଳତା ଲାଭ କରିବେ। ସୁଖ, ସମ୍ମାନ ଲାଭ କରିପାରନ୍ତି। ପ୍ରୀତିପୂର୍ଣ୍ଣ ସୁସ୍ୱାଦୁ ଭୋଜନ ପାଇ ତୃପ୍ତି ହେବେ। ସୁସ୍ଥ ଓ ନିରାମୟ ରହିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ନୂଆ ବନ୍ଧୁ ଜୁଟିବେ।

କର୍କଟ: କାର୍ଯ୍ୟରେ ଅଶାନ୍ତି ଉପୁଜି ପାରେ। ବ୍ୟୟ ଯୋଗ ଅଛି। ଥଣ୍ଡା କଫରେ ଆକ୍ରାନ୍ତ ହୋଇପାରନ୍ତି। ଚଞ୍ଚଳ ସ୍ୱଭାବର ହେବେ। ମଧୁରଭାଷୀ ହୋଇପାରନ୍ତି। ସାହସୀ ଓ ଜ୍ଞାନୀ ହେବେ। ଏକାନ୍ତ ପ୍ରିୟ ଓ ଚକ୍ଷୁ ପୀଡ଼ା ପାଇ ପାରନ୍ତି।

ସିଂହ: ଭ୍ରମଣ ଜନିତ ସୁଖ ମିଳିପାରେ। ସମ୍ମାନିତ ହେବେ। ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି। ଚଞ୍ଚଳ ପ୍ରକୃତିର ହେବେ। ଲୋକପ୍ରିୟତା ଅର୍ଜନ କରିବେ। ଯଶସ୍ୱୀ ହେବେ। ସରକାରୀ ସମ୍ମାନିତ ହେବାର ସୂଚନା ମିଳୁଛି।

କନ୍ୟା: ମାଙ୍ଗଳିକ କାର୍ଯ୍ୟରେ ଯୋଗଦେଇ ଖୁସି ହେବେ। ପରିଶ୍ରମର ମୂଲ୍ୟାଙ୍କନ ହେବ। କୁଳ ଉଦ୍ଧାରକ ହେବେ। ମନ ପ୍ରସନ୍ନ ରହିବ। ସୁସ୍ଥ ରହିବେ। ଦୟାଳୁ ସ୍ୱଭାବର ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ଯଶ ଅର୍ଜନ କରିବେ।

ତୁଳା: ଛୁଟି କଟାଇବା ପରେ କର୍ମକ୍ଷେତ୍ରରେ ଯୋଗ ଦେଇ ପାରନ୍ତି। ଭାଗ୍ୟଶାଳୀ ହୋଇପାରନ୍ତି। ଭୋଗ-ବିଳାସରେ ଦିନଟି ଅତିବାହିତ ହୋଇପାରେ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିପାରନ୍ତି। ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍‍ ହେବେ।

ବିଛା: ସ୍ୱାସ୍ଥ୍ୟ ପାଇଁ ଚିନ୍ତିତ ହୋଇପାରନ୍ତି। ଈର୍ଷାପରାୟଣ ହେବାକୁ ବାଧ୍ୟ ହେବେ। ସ୍ୱାଭିମାନୀ ହୋଇପାରନ୍ତି। ଶାରୀରିକ ଦୁୁର୍ବଳତା ଅନୁଭବ କରିବେ। ସହଯୋଗୀ ବ୍ୟବସାୟ ଲାଭଜନକ ହେବ। ଅଷ୍ଟମଚନ୍ଦ୍ର ଯୋଗୁଁ ସତର୍କରେ ଚଳିବେ।

ଧନୁ: ଅପହୃତ ଦ୍ରବ୍ୟର ସନ୍ଧାନ ପାଇ ପାରନ୍ତି। ଏଥିପାଇଁ ବହୁ ସହଯୋଗ ମିଳିବ। ବ୍ୟବସାୟ ଲାଭଜନକ ହେବ। ସମାଜ ସେବାରେ ମନ ଦେବେ। ମନରେ ଅହଂଭାବ ଆସିପାରେ। ଶାନ୍ତ ଓ ଧୈର୍ଯ୍ୟବାନ୍‍ ହୋଇପାରନ୍ତି। ପତ୍ନୀଙ୍କ ସହଯୋଗ ମିଳିବ।

ମକର: ଆଶା ଫଳବତୀ ହେବ। ପ୍ରଥମେ ଶତ୍ରୁର ତେଜ ଦେଖି ମନରେ ଭୟର ସଞ୍ଚାର ହୋଇପାରେ। ଭାଇମାନଙ୍କ ଉପରେ ସ୍ନେହଭାବ ରହିବ। ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ। ବଳଶାଳୀ ହେବେ। ଶତ୍ରୁହନ୍ତା ହୋଇପାରନ୍ତି।

କୁମ୍ଭ: ଆୟ ଖୁବ୍‍ ଭଲ ହେବ। ନଷ୍ଟଦ୍ରବ୍ୟ ମିଳିପାରେ। ଚଞ୍ଚଳ ପ୍ରକୃତିର ହୋଇପାରନ୍ତି। ହଠାତ୍‍ ଧନପ୍ରାପ୍ତିର ସୂଚନା ମିଳୁଛି। ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ବହିବ। ବ୍ୟବସାୟରୁ ପ୍ରଚୁର ଲାଭ ମିଳିବ। ତେଜସ୍ୱୀ ହେବେ। ପରୋପକାରୀ ହେବେ।

ମୀନ: କାର୍ଯ୍ୟରେ ଢ଼େର ଉନ୍ନତି ଘଟିବ। ନ୍ୟାୟ ପାଇଁ କଳହର ସମ୍ମୁଖୀନ ହେବେ। ଉଦାର ସ୍ୱଭାବର ହୋଇପାରନ୍ତିି। ଦାନ-ଧର୍ମରେ ଦୀକ୍ଷିତ ହେବେ। ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ। ସ୍ୱାସ୍ଥ୍ୟ ଭଲ ରହିବ। କୃଷିକର୍ମକାରୀ ହୋଇପାରନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.