March 21, 2023

ଆଜିର ରାଶିଫଳ

1 min read
Today-Horoscope-Aajira-Odisha

ମେଷ: ଦିନଟି ଆପଣଙ୍କ ଲାଗି ଭଲ ପରିଣାମ ନେଇ ଆସିଛି। କୌଣସି ପୁରୁଣା ଘରୋଇ ସମସ୍ୟାର ସମାଧାନ ବାହାରି ଯିବ। ଜୀବନସାଥୀ ଆପଣଙ୍କ ଉପରେ ଖୁସି ରହିବେ। ଚାକିରି ସମ୍ବନ୍ଧିତ ଭଲ ଖବର ପାଇବେ।

ବୃଷ: ଖୋଦ୍‌କୁ ପରିବର୍ତ୍ତନ କରିବା ଲାଗି ଦିନଟି ଭଲ। ଜରୁରୀ କାମରେ ଜୀବନସାଥୀଙ୍କ ପରାମର୍ଶ ନେବା ଦରକାର। କୌଣସି କାମରେ ଅଧିକ ପରିଶ୍ରମ କରିବା ହେତୁ ସନ୍ଧ୍ୟାରେ କ୍ଳାନ୍ତ ଅନୁଭବ କରିବେ। ଅର୍ଥଶାସ୍ତ୍ର ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ମିଥୁନ: ଆପଣଙ୍କ ଊର୍ଜାର ସ୍ତର ଭଲ ରହିବ। କାହାରିକୁ କୌଣସି କଥା ବୁଝାଇବାରେ ଆପଣ ସଫଳ ହେବେ। ରାଜନୀତିରେ ମନୋକାମନା ପୂର୍ଣ୍ଣ ହେବ। ବ୍ୟବସାୟରେ ଯିବାକୁ ଥିବା ଯାତ୍ରା ସାର୍ଥକ ରହିବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧରେ ମଧୁରତା ବଢ଼ିବ।

କର୍କଟ: ସପରିବାର ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ପିତା-ମାତାଙ୍କ ଆଶୀର୍ବାଦ ପ୍ରାପ୍ତ ହେବ। ଅଫିସରେ ବଡ଼ ଅଧିକାରୀଙ୍କ ସହଯୋଗ ପାଇବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ବିଦେଶ ଯିବାର ସମ୍ଭାବନା ରହିଛି।

ସିଂହ: ବ୍ୟକ୍ତିଗତ ଉନ୍ନତି ପାଇଁ ଭଲ ଦିନଟିଏ। ଦୀର୍ଘ ଦିନରୁ ଲାଗିରହିଥିବା ଚିନ୍ତା ଦୂର ହେବ। ଯୁବକଙ୍କ ଲାଗି ସଫଳତାର ନୂଆ ଦ୍ୱାର ଖୋଲିପାରେ। ନିଜ ବନ୍ଧୁଙ୍କ ସହିତ ଫୋନରେ ଅଧିକ ସମୟ କଥାବର୍ତ୍ତା ହେବେ।

କନ୍ୟା: ଆଜି ଆପଣଙ୍କ ମନ ଆଧ୍ୟାତ୍ମିକତାରେ ଲାଗି ରହିବ। ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ। ବ୍ୟବସାୟ କ୍ଷେତ୍ରରେ ଆପଣ କୌଣସି ବଡ଼ ସଉଦା କରିବେ। ଅଚାନକ ଘରକୁ କୌଣସି ମିତ୍ର ଆସିପାରନ୍ତି।

ତୁଳା: ଦିନଟି ଆପଣଙ୍କ ଲାଗି ବଢ଼ିଆ ରହିବ। କାର୍ଯ୍ୟକ୍ଷେତ୍ରରେ ପୁରୁଣା ଜଣାଶୁଣାରୁ ଫାଇଦା ହେବ। ସାମାଜିକ କାର୍ଯ୍ୟ ଲାଗି ଆପଣ ସମ୍ମାନିତ ହୋଇପାରନ୍ତି। ବିବାହିତ ଲୋକଙ୍କ ଲାଗି ଦିନଟି ଭଲ ରହିବ। ସୁସ୍ଵାଦୁ ଖାଦ୍ୟ ଭୋଜନ କରିବେ।

ବିଛା: ଆପଣଙ୍କ ମନ ଉତ୍ସାହିତ ରହିବ। ଅଫିସରେ କିଛି ଲୋକ ଆପଣଙ୍କ ପ୍ରତି ଆକର୍ଷିତ ରହିବେ। ବ୍ୟବସାୟରେ ତ୍ଵରିତ ଫଇସଲା ଲାଭପ୍ରଦ ହେବ। ଜୀବନସାଥୀ ଆପଣଙ୍କ ସରଳତା ଉପରେ ପ୍ରଭାବିତ ହେବେ।

ଧନୁ: ଦିନଟି ସକାରାତ୍ମକ ଭରା ରହିବ। ସହଯୋଗୀଙ୍କ ସହାୟତାରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ଆପଣଙ୍କ କାମ ଧନ୍ଦାର ଗତି ମଜଭୁତ ହେବ। ସନ୍ତାନଙ୍କ ପକ୍ଷରୁ ଖୁସି ଖବର ମିଳିବା ହେତୁ ଗୌରବାନ୍ନିତ ଅନୁଭବ କରିବେ।

ମକର: କୌଣସି କାମରେ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଅନ୍ୟମାନଙ୍କ ସହିତ କଥା କହିବା ବେଳେ ଶବ୍ଦ ଉପରେ ଧ୍ୟାନ ଦିଅନ୍ତୁ। ବ୍ୟାବସାୟିକ କାମରେ ଦୂରସ୍ଥାନକୁ ଯାତ୍ରାରେ ଯିବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ।

କୁମ୍ଭ: ପୂରା ଦିନ ଊର୍ଜାରେ ଭରି ରହିବେ। ସମାଜରେ ଆପଣଙ୍କର ମାନ ପ୍ରତିଷ୍ଠା ବଜାୟ ରହିବ। ବେପାରରେ ଫାଇଦା ହେବାର ସମ୍ଭାବନା। ଅଫିସର ସମାରୋହରେ ଆନନ୍ଦ ଉପଭୋଗ କରିବେ। ଭୂସମ୍ପତ୍ତି ମାମଲାରେ ବଡ଼ ଫଇସଲା ହୋଇପାରେ।

ମୀନ: ଆପଣଙ୍କ ମନୋବଳ ଦୃଢ଼ ରହିବ। ମହତ୍ତ୍ଵପୂର୍ଣ୍ଣ ବ୍ୟାପାରରେ ସମାଧାନ ବାହାର କରିନେବେ। ଶିକ୍ଷାକ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ବିଶେଷଙ୍କର ଉନ୍ନତି ହେବ। ବ୍ୟବସାୟରେ ନୂଆ ଯୋଜନା ପ୍ରୟୋଗ କରିବା ପାଇଁ ଦିନଟି ଭଲ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.