March 23, 2023

ଆଜିର ରାଶିଫଳ

1 min read
Today-Horoscope-Aajira-Odisha

ମେଷ: ଧାର୍ମିକ ଚିନ୍ତାଧାରା ଲାଭଜନକ ହେବ। ସତ୍‍ସଙ୍ଗୀ ହେବା ଆଶା କରାଯାଏ। ଭବିଷ୍ୟତ ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିପାରନ୍ତି। ଆମୋଦ-ପ୍ରମୋଦ ଓ ବିଳାସ ବ୍ୟସନ କରିପାରନ୍ତି। କର୍ମ ତତ୍ପରତା ପ୍ରକାଶ ପାଇବ। ସୁଖ-ଶାନ୍ତି ମିଳିବ।

ବୃଷ: ଶାରୀରିକ କ୍ଳେଶ ଅନୁଭବ କରିପାରନ୍ତି। ସୁଖ ମିଳିବା ପାଇଁ ଦୁଃଖ ସହିବାକୁ ପଡ଼ିବ। ସ୍ତ୍ରୀଧନ ହେତୁ ସୁଖୀ ହେବେ। ସ୍ୱାଭିମାନୀ ହୋଇପାରନ୍ତି। ପ୍ରଭାବଶାଳୀ ହେବେ। ନାନା ବିଭବରେ ମଣ୍ଡିତ ହୋଇପାରନ୍ତି। ଅଷ୍ଟମ ଚନ୍ଦ୍ର ଯୋଗୁଁ ସତର୍କରେ ରହିବେ।

ମିଥୁନ: ଦେବ ପୂଜାରେ ନିୟୋଜିତ ହେବେ। କର୍ମକ୍ଷେତ୍ରରେ ଉତ୍ସାହପ୍ରଦ ହେବ। କର୍ମକ୍ଷେତ୍ରରେ ଢ଼େର ଉନ୍ନତି ଘଟିବ। ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ। ସମ୍ମାନିତ ହେବେ। ଗୁରୁଙ୍କର ଆଶୀର୍ବାଦ ହାତ ଆପଣଙ୍କ ମସ୍ତକ ଉପରେ ରହିଛି।

କର୍କଟ: ଆବଶ୍ୟକ ପଡୁଥିବା ସହାୟତା ପାଇ ଖୁସି ହୋଇପାରନ୍ତି। ଦୁଃସାହସିକ ପଦକ୍ଷେପ ନେଇ ଅସାଧ୍ୟ ସାଧନ କରିପାରନ୍ତି। ଶୁଭ ଖବର ପାଇ ଆନନ୍ଦ ଅନୁଭବ କରିବେ। ବିଶେଷ ଉପକୃତ ହୋଇପାରନ୍ତି। ଶାନ୍ତି-ସନ୍ତୋଷ ଲାଭ କରିବେ।

ସିଂହ: ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ମିଳିବ। ସୁ ସମ୍ବାଦ ପାଇ ଖୁସି ହେବେ। ପ୍ରଭୁଙ୍କର କୃପାପାତ୍ର ହେବେ। ଚଞ୍ଚଳ ଚେଷ୍ଟିତ ହୋଇପାରନ୍ତି। ବିଭିନ୍ନ ଦିଗରୁ ଅର୍ଥାଗମର ସୂଚନା ମିଳୁଛି। ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହୋଇପାରେ।

କନ୍ୟା: ଭ୍ରମଣରୁ ସୁଖ ମିଳିବ। ସମ୍ମାନକୁ ଜଗି କଥାବାର୍ତ୍ତାରେ ନିୟନ୍ତ୍ରଣ ବାହାରକୁ ଯିବେ ନାହିଁ। ଅର୍ଥ ଚିନ୍ତା ପାଇଁ ମନସ୍ତାପ କରିପାରନ୍ତି। କୃଷିକାର୍ଯ୍ୟ ପାଇଁ ତତ୍ପର ହେବେ। ବ୍ୟବସାୟରୁ ଅଧିକ ଲାଭ ମିଳିବ। ଜିତେନ୍ଦ୍ରିୟ ହେବେ। ଜନ ସମର୍ଥନ ପାଇ ସୁଖୀ ହେବେ।

ତୁଳା: ସଫଳତାର ନିକଟବର୍ତ୍ତୀ ହେବେ। ଘାତଚନ୍ଦ୍ର ଭୋଗ ହେତୁ ସତର୍କତା ଆବଶ୍ୟକ। ହର୍ଷଯୁକ୍ତ, ବିଶୁଦ୍ଧଭାଷୀ, ଧନଶାଳୀ ହୋଇପାରନ୍ତି। ନିରୀହ ପ୍ରକୃତିର ହେବେ। ପ୍ରିୟ କଥା କହିବାରେ ଦକ୍ଷ ହେବେ। ପ୍ରମାଦ ଦୂରେଇ ଯିବ। ସାଧୁସେବାରେ ଉତ୍ସର୍ଗୀକୃତ ମନୋଭାବ ରହିବ।

ବିଛା: ଦେବ ଦର୍ଶନ କରି ଆନନ୍ଦ ଅନୁଭବ କରିପାରନ୍ତି। କାର୍ଯ୍ୟରେ ସଫଳତା ଲାଭ କରିବେ; ମାତ୍ର ବିଳମ୍ବରେ ଯଶସ୍ୱୀ ହୋଇପାରନ୍ତି। ଚିନ୍ତାଧାରା ସତ୍‍ ଓ ଉନ୍ନତମାନର ହେବ। ସାଧନାରେ ସିଦ୍ଧିଲାଭ କରିବେ। ବ୍ୟବସାୟରେ ଢ଼େର ଉନ୍ନତି ଘଟିବ।

ଧନୁ: ଜମି କ୍ରୟ କରିବାର ସୁଯୋଗ ଅଛି। ସୁଖ-ସମ୍ମାନ ଲାଭ କରିପାରନ୍ତି। ମନରେ ନୂତନ ଅାଶାର ସଞ୍ଚାର ହୋଇପାରେ। ଧର୍ମକାର୍ଯ୍ୟରେ ନିୟୋଜିତ ହୋଇପାରନ୍ତି। ଆରୋଗ୍ୟ ହେବେ। ମିଷ୍ଟାନ୍ନ ଭୋଜନ ମିଳିବ। ନୂଆ ବନ୍ଧୁ ଜୁଟିବେ। ଅର୍ଥ ମିଳିବ।

ମକର: ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି। କାର୍ଯ୍ୟରେ ବାଧା-ବିଘ୍ନ ଉପୁଜିପାରେ। ସାମର୍ଥ୍ୟର ନମୁନା ବାଢ଼ି ପାରନ୍ତି। ଧନାଗମ ହେବା ସହିତ ଖର୍ଚ୍ଚ ବୃଦ୍ଧିର ସୂଚନା ମିଳୁଛି। ମନରେ ନାନା ଚିନ୍ତା ଓ ଉଦ୍‍ବେଗ ଜାତ ହୋଇପାରେ। ଚକ୍ଷୁରେ ପୀଡ଼ା ଦେଖା ଦେବ।

କୁମ୍ଭ: ଧନ-ସମ୍ପଦ ବୃଦ୍ଧି ହେବ। ମୂଲ୍ୟବାନ୍‍ ଦ୍ରବ୍ୟଲାଭର ସୂଚନା ମିଳୁଛି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଇପ୍‍ସିତ ସମ୍ମାନରେ ସମ୍ମାନିତ ହେବେ। ନାନା ସୁଖ ଭୋଗ କରିବେ। ବିଶାଳ ଯଶର ଅଧିକାରୀ ହେବେ। ଶତ୍ରୁଜିତ୍‍ ଓ ଦାନୀ ହେବେ।

ମୀନ: ଯୋଗାଯୋଗରେ ସଫଳ ହେବା କଷ୍ଟସାଧ୍ୟ। କାର୍ଯ୍ୟରେ ସଫଳତା ଲାଭ କରିବେ। କୌଶଳରେ କାର୍ଯ୍ୟ ହାସଲ କରିବାରେ ପାରଙ୍ଗମ ହେବେ। ସର୍ବାଙ୍ଗୀଣ ଉନ୍ନତି ହେବ। ପୌରଷ ପଣିଆ ସାବ୍ୟସ୍ତ କରି ପାରନ୍ତି। ବିନୀତ ସ୍ୱଭାବର ହେବେ। ମିତ୍ରାର୍ଜନ ହେବ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.