ଆଜିର ରାଶିଫଳ
1 min read
ମେଷ: ସତର୍କତାର ସହ କାର୍ଯ୍ୟ କରନ୍ତୁ ନଚେତ୍ ହଇରାଣ ହୋଇପାରନ୍ତି। କାର୍ଯ୍ୟରେ ସଫଳତା ମିଳିବା କଷ୍ଟସାଧ୍ୟ ହେବ। ତଥାପି ମନରେ ସରସତା ଆସିବ। ବଳବାନ୍ ହେବେ। ସୁବର୍ଣ୍ଣ ସମ୍ପଦ ଲାଭ ହେବ। ଧନ ଓ ଯାନ-ବାହନଯୁକ୍ତ ହେବେ।
ବୃଷ: ଅର୍ଥ ସଂଗ୍ରହ କରିପାରନ୍ତି। କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ। ଦୀର୍ଘଦିନର ଆଶା ପୂରଣ ହୋଇପାରେ। କର୍ମକ୍ଷେତ୍ରରେ ଅେଧୋଗତି ଘଟିବ। ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି। ଧାର୍ମିକ ହେବେ। ପାଣ୍ଡିତ୍ୟର ପରିପ୍ରକାଶ ଘଟିବ।
ମିଥୁନ: ପଦୋନ୍ନତି ମିଳିପାରେ। ସାଧନାରେ ସିଦ୍ଧି ଲାଭ କରିବେ। ଚିନ୍ତାଧାରା ପବିତ୍ରର ରୂପ ନେଇ ପାରେ। ବିବାଦୀୟ ଘଟଣାରେ ବିଜୟୀ ହେବେ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିପାରନ୍ତି। ଠାକୁରଙ୍କ ଦର୍ଶନ ଲାଭ କରି ଆଶ୍ଵସ୍ତ ହେବେ।
କର୍କଟ: ବିଭିନ୍ନ କାରଣକୁ କେନ୍ଦ୍ର କରି ବ୍ୟଥିତ ହୋଇପାରନ୍ତି। ସତ୍ସଙ୍ଗୀ ହେବେ। କାର୍ଯ୍ୟ ହାସଲ କରିପାରନ୍ତି; ମାତ୍ର ବିଳମ୍ବରେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ଅର୍ଥ ମିଳିବ। ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନ-ଯାପନ କରିବେ।
ସିଂହ: ଯଶସ୍ଵୀ ହୋଇପାରନ୍ତି। ମାନ ସମ୍ମାନ ମିଳିବ। ଗୌରବ ଅଧିକାରୀ ହୋଇପାରନ୍ତି। ଧନକ୍ଷୟ ହୋଇପାରେ। ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ଖର୍ଚ୍ଚାନ୍ତ ହେବା ଆଶାକରାଯାଏ। ଅଷ୍ଟମ ଚନ୍ଦ୍ର ଭୋଗ ହେଉଥିବାରୁ ସତର୍କରେ ଚଳିବେ।
କନ୍ୟା: ନିଜର ସାମର୍ଥ୍ୟ ବଢ଼ାଇବାର କ୍ଷମତା ଆପଣଙ୍କର ଅଛି। ଆମୋଦ-ପ୍ରମୋଦରେ ଦିନଟି ଅତିବାହିତ କରିବେ। ଅର୍ଥ ପ୍ରାପ୍ତି ପାଇଁ ସମୟ ଅନୁକୂଳ ରହିବ। ଅବିବାହିତଙ୍କର ମନୋରମା କନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ। ସ୍ବର୍ଣ୍ଣାଦି ଲାଭ ହେବ।
ତୁଳା: ବିଭିନ୍ନ ଘଟଣାକୁ ନେଇ ବ୍ୟଥିତ ହେବେ। ଆଶାବାଦୀ ହୋଇପାରନ୍ତି। ପାରିବାରିକ ସୁଖଶାନ୍ତି ମିଳିବ। ସର୍ବାଙ୍ଗୀନ ଉନ୍ନତି ଆଶାକରାଯାଏ। ରାଜପୂଜିତ ହେବେ। ଧନ ଓ ଯାନ-ବାହନଯୁକ୍ତ ହେବେ। ଗ୍ରାମାଧୀଶ ଓ ପରାକ୍ରମୀ ହେବେ।
ବିଛା: ସାମୟିକ ଭାବେ ମନରେ ଅସ୍ଥିରତା ଦେଖା ଦେଇ ପାରେ। ଆଲୋଚନା ମାଧ୍ୟମରେ କାର୍ଯ୍ୟ ସଫଳତା ମିଳିବ। ବିଦ୍ୟାବାନ୍ ହୋଇପାରନ୍ତି। ସୁବର୍ଣ୍ଣାଦିଯୁକ୍ତ ହେବେ। ରୂପବାନ୍ ହେବେ। ସୁସ୍ଥ ଶରୀର ଓ ରାଜବଂଶ ପୂଜିତ ହେବେ।
ଧନୁ: ଆକସ୍ମିକ ଧନ ପ୍ରାପ୍ତିର ସୂଚନା ମିଳୁଛି। ଘାତଚନ୍ଦ୍ର ଭୋଗ ହେତୁ ସତର୍କରେ ଚଳିବାକୁ ପଡ଼ିବ। ଖର୍ଚ୍ଚାନ୍ତ ହେବା ଆଶାକରାଯାଏ। ଦାନଶୀଳ ହୋଇପାରନ୍ତି। ନୀତିନିଷ୍ଠ ହେବେ। ଯାନ-ବାହନଯୁକ୍ତ ହୋଇପାରନ୍ତି। କୃଷି କ୍ଷେତକୁ ତ୍ଵରାନ୍ଵୀତ କରିବେ।
ମକର: ଗୃହକାର୍ଯ୍ୟରେ ବ୍ୟସ୍ତ ରହିବେ। କାର୍ଯ୍ୟରେ ସଫଳତା ଲାଭ କରିବେ। ପାରିବାରିକ ସୁଖ-ସମ୍ଭବ ହେବ। ସମୃଦ୍ଧିର ମୂଳଦୁଆ ପଡ଼ିବ। ସୁଖ-ଶାନ୍ତିରେ ଦିନଟି ଅତିବାହିତ କରିପାରନ୍ତି। ପ୍ରତିଯୋଗିତାରେ ବିଜୟୀ ହେବେ। ସନ୍ମାର୍ଗୀ ହେବେ।
କୁମ୍ଭ: ଆଶା କରି ନଥିବା ବେଳେ ଧନପ୍ରାପ୍ତ ହୋଇପାରନ୍ତି। ଆଳସ୍ୟ ଦୂର ହେବ। ସୁଖ୍ୟାତି ଅର୍ଜନ କରିବେ। ବିବାଦରେ ବିଜୟୀ ହେବେ। କର୍ମରେ ସଫଳତା ମିଳିବ। ସୁଭାଷୀ ଓ ସୁ ବିଦ୍ୟାବାନ୍ ହୋଇପାରନ୍ତି। ତେଜିୟାନ ଓ ଚଞ୍ଚଳତାଯୁକ୍ତ ହେବେ।
ମୀନ: ସବୁ ସମସ୍ୟା ଦୂର ହେବ। ଉତ୍ତମ ଭୋଜନ ମିଳିବ। ରୋଜଗାର ଆଶାନୁରୂପ ହୋଇପାରେ। ସୁସ୍ଥ ଓ ନିରାମୟ ଜୀବନ-ଯାପନ କରିବେ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ସରକାରୀ ବା ବନ୍ଧୁ ସହାୟତା ପାଇ ଲାଭବାନ୍ ହେବେ। ଚିନ୍ତାଧାରା ଉନ୍ନତମାନର ହେବ।