April 19, 2024

ଆଜିର ରାଶିଫଳ

1 min read
Aajira-Odisha

ମେଷ: ସୁଖ-ସମ୍ମାନ ଲାଭ କରିପାରନ୍ତି। ଧନବାନ ହେବେ। ଅପାର ଗୁଣର ଅଧିକାରୀ ହେବେ। ଉପାର୍ଜନର ପରିମାଣ ବୃଦ୍ଧି ହେବ। ସ୍ୱାସ୍ଥ୍ୟ ଅତୁଟ ରହିବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ରୁଚିକର ଭୋଜନରେ ଆପ୍ୟାୟିତ ହେବେ।

ବୃଷ: ତ୍ୟାଗପୂତ ଜୀବନ ଯାପନ କରିବେ। ନୀତିନିଷ୍ଠ ବ୍ୟକ୍ତି ଭାବେ ନିଜର ପରିଚୟ ସୃଷ୍ଟି କରିବେ। ବିବିଧ ଧନଯୁକ୍ତ ହୋଇପାରନ୍ତି। ଚଞ୍ଚଳମନା ହେବେ। ଅତି ସୁଖୀ ଓ କୀର୍ତ୍ତିମାନ୍‌ ହୋଇପାରନ୍ତି। ସହିଷ୍ଣୁତା ଗୁଣଯୁକ୍ତ ହେବେ।

ମିଥୁନ: କାର୍ଯ୍ୟର ପରିବର୍ତ୍ତନ ଘଟିବ। ଆୟ ବୃଦ୍ଧିର ସୁଯୋଗ ସୃଷ୍ଟି ହୋଇଛି। ନାନାବିଧ ସମ୍ମାନର ଅଧିକାରୀ ହେବେ। ଯାନବାହନ ସୁଖ ମିଳିବ। କୀର୍ତ୍ତିମାନ ହେବେ। ଭୋଗ ବିଳାସ କରିପାରନ୍ତି। ଗୁଣଜ୍ଞ ହେବେ। ପ୍ରସନ୍ନତା ଲାଭ କରିବେ।

କର୍କଟ: ଉପୁଜି ଥିବା ବିବାଦର ସୁ-ସମାଧାନ ହେବ। ପରିଶ୍ରମର ମୂଲ୍ୟ ମିଳିବ। ସରକାରୀ ସ୍ତରରୁ ଅର୍ଥ ପ୍ରାପ୍ତି ହେବେ। ଉତ୍ତମ ଗୃହରେ ବସତି ସ୍ଥାପନ କରିପାରନ୍ତି। କୀର୍ତ୍ତି, ମର୍ତ୍ତି, ସତ୍ତ୍ଵ, ସନ୍ତୋଷ ଓ ବହୁବିଧ ଧନ ମିଳିବ। ଗୁଣଯୁକ୍ତ ହେବେ।

ସିଂହ: ଦେବ ଦର୍ଶନ ଲାଭ କରି ଆନନ୍ଦ ଅନୁଭବ କରିପାରନ୍ତି। ଅନୁରୋଧ ରକ୍ଷା କରି କାର୍ଯ୍ୟକୁ ସୁଚାରୁରୂପେ ନିର୍ବାହ କରିବେ। ଧନବାନ୍‌ ହେବେ। ସ୍ତ୍ରୀ ମୋହନକାରୀ ହୋଇପାରନ୍ତି। ଦିନସାରା ଆନନ୍ଦ ଉତ୍ସବ ଲାଗି ରହିବ। ଭାଗ୍ୟବାନ୍‌ ହେବେ।

କନ୍ୟା: ଧର୍ମ ଭାବନାରୁ ଶାନ୍ତିର ବାତାବରଣ ସୃଷ୍ଟି ହେବ। ଯୁଗ୍ମ ବ୍ୟବସାୟ ଲାଭଜନକ ହେବ। ସ୍ଵାଭିମାନୀ ହେବେ। ଅସୁସ୍ଥତା ଅନୁଭବ କରିପାରନ୍ତି। ଶତ୍ରୁମାନଙ୍କ ଉପରେ ସତର୍କ ଦୃଷ୍ଟି ରଖିବାକୁ ପଡ଼ିବ। ଚୌରଭୟ ରହିଛି। ସତର୍କତାର ଦିନଟି ଆଜି।

ତୁଳା: ବନ୍ଧୁ ବର୍ଗରେ ମିଳିତ ହୋଇ ବିଶେଷ ଉପକୃତ ହୋଇପାରନ୍ତି। ପ୍ରୀତି ଲାଭ କରିବେ। ମନୋରମା କନ୍ୟା ସହ ଅବିବାହିତଙ୍କର ବିବାହ ସମ୍ବନ୍ଧ ସ୍ଥିର ହେବ। ସୁବର୍ଣ୍ଣାଦି ମୂଲ୍ୟବାନ୍‌ ଧାତୁ ଦ୍ରବ୍ୟ ଲାଭ ହୋଇପାରେ। ରୂପବାନ୍‌ ଓ ସୁଖୀ ହୋଇପାରନ୍ତି।

ବିଛା: ବେଳେ ବେଳେ ଅନ୍ୟ ମନସ୍କ ରହିପାରନ୍ତି। ଶତ୍ରୁ ବିନାଶ କରିପାରନ୍ତି। ସୁଖ-ସନ୍ତୋଷ ମିଳିବ। ସୁସ୍ଥ ଓ ନିରାମୟ ରହିବେ। ସକଳ ଗୁଣଯୁକ୍ତ ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହେବେ। ପତ୍ନୀଙ୍କର ସ୍ଵାସ୍ଥ୍ୟ ପ୍ରତି ଉଚିତ ଧ୍ୟାନ ଦେବାକୁ ପଡ଼ିବ।

ଧନୁ: ଭୁଲ କାର୍ଯ୍ୟ ପାଇଁ ବିରକ୍ତି ପ୍ରକାଶ କରିବେ। ଚଞ୍ଚଳ ପ୍ରକୃତିର ହେବେ। ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ପତ୍ନୀ ଆସନ୍ନପ୍ରସବା ଥିଲେ କନ୍ୟାରତ୍ନ ଜାତ ହୋଇପାରେ। ଶାସ୍ତ୍ରଜ୍ଞ ଓ ପୁଣ୍ୟ ଦେହୀ ହେବେ। ରାଜବଂଶ ପୂଜିତ ହୋଇପାରନ୍ତି।

ମକର: ଦକ୍ଷତା ବୃଦ୍ଧିର ସୂଚନା ମିଳୁଛି। ଅଭିଜ୍ଞତା ଅର୍ଜନ କରିବାକୁ କାର୍ଯ୍ୟରେ ବିନିଯୋଗ କରିବେ। ଧର୍ମମତି ହୋଇପାରନ୍ତି। ପ୍ରଭୂତ ଧନର ଅଧିକାରୀ ହୋଇପାରନ୍ତି। ସନ୍‌ମାର୍ଗୀ ହେବେ। ବ୍ରହ୍ମ ପୂଜକ ହେବେ। ପରଧନରେ ଧନୀ ହୋଇପାରନ୍ତି।

କୁମ୍ଭ: ଅଟକି ଥିବା କାର୍ଯ୍ୟକୁ ଆଗକୁ ବଢ଼ାଇପାରନ୍ତି। ଅଧିକ ଶ୍ରମ ସ୍ଵୀକାର କରିପାରନ୍ତି। ସକଳଗୁଣଯୁକ୍ତ, ସୁଖୀ ଓ କାବ୍ୟ ଶାସ୍ତ୍ରାନୁରକ୍ତ ହୋଇପାରନ୍ତି। ଗୋ-ବ୍ରାହ୍ମଣ ସେବା ପ୍ରତି ମନ ବଳାଇବେ। ପତ୍ନୀ ପ୍ରାଧାନ୍ୟ ବିସ୍ତାର କରିବେ। କର୍ମକ୍ଷେତ୍ରରେ ଉତ୍ସାହପ୍ରଦ ହେବ।

ମୀନ: ବିଭିନ୍ନ ଦିଗରୁ ଧନାଗମ ହୋଇପାରେ। ଦେବ ଦର୍ଶନ କରିପାରନ୍ତି। ଯାନ-ବାହନଯୁକ୍ତ ହେବେ। ସୁଖ ମିଳିବ। ନୀତିଯୁକ୍ତ ହେବେ। ବିନୀତ ସ୍ଵଭାବର ହୋଇପାରନ୍ତି। ରଣାଙ୍ଗନରେ ବୀରତ୍ଵର ପରିଚୟ ଦେବେ। ଗ୍ରାମ ଓ ଦଳ ମଧ୍ୟରେ ଭେଦନୀତିର କାରଣ ହେବ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.