ମେଷ : ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ ସାହସିକତାର ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବ ଜନିତ ପାଖ ପଡୋଶୀ କେହି ପ୍ରତିବାଦର ସ୍ବର ଉଠାଇ କରିପାରନ୍ତି। ବନ୍ଧୁ ମାନଙ୍କ ସହଯୋଗ କାର୍ଯ୍ୟକୁ ବଢାଇ ନେବାରେ ସାହାଯ୍ୟ କରିବ। ଯାତ୍ରା ସମୟରେ ନିକଟ ସମ୍ପର୍କୀୟମାନଙ୍କୁ ଅପେକ୍ଷା କରି କରି ବିରକ୍ତି ପ୍ରକାଶ କରିପାରନ୍ତି।
ବୃଷ : କର୍ମଭାବରେ ବୁଧ ଓ ଶୁକ୍ର ଏକାଧାରରେ ଅର୍ଥ, ସମ୍ମାନ ଓ ନୂତନ ବନ୍ଧୁ ସମ୍ପର୍କ ସ୍ଥାପନରେ ସହାୟକ ହେବ। ସାମୟିକ ଭାବରେ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରପାରେ। ଅତୀତରୁ ଲାଗି ରହିଥିବା ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେବାର ଆଶଙ୍କା ରହିଛ। ମାଙ୍ଗଳିକ କାମରେ ବ୍ୟସ୍ତ ରହି ଗୁରୁତ୍ୱପୂର୍ଣ୍ଣ କାମଟିକୁ ପାଶୋରି ଦେଇପାରନ୍ତି।
ମିଥୁନ : ରାଶିରେ ବଳବାନ ରାହୁ ଧନାଧିପତି ଠାରୁ ଅଷ୍ଟମସ୍ଥ ହେତୁ ଆପଣଙ୍କ ପ୍ରାପ୍ତି ଆଶା ନିରର୍ଥକ ହେବନାହିଁ। ପଦସ୍ଥବ୍ୟକ୍ତିଙ୍କ ହସ୍ତକ୍ଷେପ ଦ୍ୱାରା କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବଧ ହୋଇ ପାରନ୍ତି। ବନ୍ଧୁ ମାନଙ୍କର ପ୍ରତ୍ୟେକ କାର୍ଯ୍ୟ ଓ ଚାଲିଚଳନ ଆପଣଙ୍କ ପସନ୍ଦଯୋଗ୍ୟ ନ ହୋଇପାରେ।
କର୍କଟ : ଆଜିର ଗୁରୁଚାନ୍ଦ୍ରୀ ଯୋଗ ଆପଣଙ୍କୁ ସମ୍ମାନଜନକ ସ୍ଥିତି ସଙ୍ଗକୁ ଅର୍ଥ ଓ ଉପହାରାଦି ପ୍ରଦାନ କରିପାରେ। ଏକାଦଶସ୍ଥ ମଙ୍ଗଳ ଯୋଗ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ଲକ୍ଷ୍ୟ ହାସଲରେ ଅସୁବିଧା ହେବନାହିଁ। ଶନିଙ୍କ ପ୍ରଭାବରେ ସାଧାରଣ କଥାରେ ମଧ୍ୟ ସନ୍ଦେହ କରି ନିଜ ଲୋକ ମାନଙ୍କୁ ଭୁଲ୍ ବୁଝତ୍ପାରନ୍ତି।
ସିଂହ : ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି। ଦୀର୍ଘ ଦିନରୁ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ। ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତ ହେବେ। ମହିଳା ବିଳାସ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହେବ।
କନ୍ୟା : ରବି ଅଷ୍ଟମସ୍ଥାନସ୍ଥ ହେତୁ ସରକାରୀ ସ୍ତରରେ ସମସ୍ୟା ଜନିତ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ। ବ୍ୟୟାଧିପ ଚତୁର୍ଥଭାବରେ ରହି ଆପଣଙ୍କ ନୂତନ ଯାନବାହନ, ଗୃହ, ଯାନ୍ତ୍ରିକ ଜିନିଷ କିମ୍ବା ମୂଲ୍ୟବାନ ଗୃହୋପକରଣ କ୍ରୟ କରାଇବାର ମାନସିକତା ପ୍ରଦାନ କରିବେ। ବୁଧଙ୍କ ଦୁର୍ବଳତା ଜନିତ ପୁରାତନ ରୋଗର କଷ୍ଟ ଅନୁଭବ ହେବାର ସୂଚନା ରହିଛି।
ତୁଳା : ଚତୁଃକେନ୍ଦ୍ର ଗ୍ରହଶୂନ୍ୟ ହେତୁ ସବୁ କିଛି ଥାଇ ମଧ୍ୟ କିଛି ନଥିବା ଭଳି ଅନୁଭବ କରିବେ। ଅବଶ୍ୟ ମୁଖଭାବରେ ଶୁଭଗ୍ରହ ପ୍ରଭାବରେ ବନ୍ଧୁଙ୍କ ଶ୍ରୁତିମଧୁର କଥା ସହ ଅର୍ଥଲାଭ ଘଟିପାରେ। କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ତଥାପି ପ୍ରତ୍ୟେକ କ୍ଷେତ୍ରରେ କିଛିନାକିଛି ଅଶାନ୍ତି ଓ ଅସନ୍ତୋଷ ମାନସିକ ସୁସ୍ଥତାକୁ ନଷ୍ଟ କରିବ।
ବିଛା : ଉଚ୍ଚ ଚିନ୍ତା ଓ ମହତ୍ ଉଦ୍ଦେଶ୍ୟ ନେଇ କାମ କଲେ ମଧ୍ୟ ଚତୁର୍ଥଭାବ ପ୍ରତି ଶନିଙ୍କ ଦୃଷ୍ଟି ଓଲଟାଫଳ ପ୍ରଦାନ କରିବ। ଫଳରେ ଭଲ କଲେ ମଧ୍ୟ ଅନ୍ୟମାନେ ତାହାକୁ ସକାରାତ୍ମକ ଭାବରେ ଗ୍ରହଣ କରିବେ ନାହିଁ। ବାଣିଜ୍ୟ,ବ୍ୟବସାୟ, ଆନୁଷ୍ଠାନିକ କାମ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
ଧନୁ : ଶନି ଓ କେତୁ ରାଶିରେ ରହି ଶାରୀରିକ ଓ ମାନସିକ ସୁସ୍ଥତାକୁ ନଷ୍ଟ କରିପାରନ୍ତି। ଅବଶ୍ୟ ଉଚ୍ଚାରୋହୀ ରବିଙ୍କ ପ୍ରଭାବରେ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବାରୁ ସାମୟିକ ଆଶ୍ୱସ୍ଥି ଲାଭ କରିବେ। ଭୁଲ୍ ବୁଝାମଣା କାରଣରୁ ଆତ୍ମୀୟମାନଙ୍କ ସହ ସୁସମ୍ପର୍କ ହ୍ରାସ ଘଟିପାରେ। ଅର୍ଥ ସମ୍ପର୍କ, ବ୍ୟବସାୟ ଓ ଯାତ୍ରା ପ୍ରଭୃତିରେ କୌଣସି ଅସୁବିଧା ରହିବନାହିଁ।
ମକର : ଏକାଦଶସ୍ଥ ଚନ୍ଦ୍ର ଓ ବୃହସ୍ପତି କୌଣସି ଆତ୍ମୀୟ ସ୍ଵଜନଙ୍କ ସହ ସୁସମ୍ପର୍କ ସ୍ଥାପିତ କରାଇବ। ରଚନାମତ୍କ କାର୍ଯ୍ୟ, ଆଲୋଚନା, ସଭାସମିତି, ନୂତନ କର୍ମାରମ୍ଭ ପ୍ରଭୃତି ପାଇଁ ଦିନଟି ବହୁତ ଭଲ। ଯାନବାହନ, ଲୋକସମ୍ପର୍କ ଓ ପାରିବାରିକ ସମସ୍ୟା ନେଇ ରହିଥିବା ଦୁଃଶ୍ଚିନ୍ତା ସାମୟିକ ମନକୁ ବିଭ୍ରାନ୍ତ କରାଇବ। ହଠାତ୍ କୌଣସି ଖବର ମନଦୁଃଖର କାରଣ ହୋଇପାରେ।
କୁମ୍ଭ : ଆଜିର ଗ୍ରହସ୍ଥିତି ଆପଣଙ୍କୁ ପ୍ରତ୍ୟେକ କାମରେ ସଫଳତା ପ୍ରଦାନ କରିବ। ପ୍ରଶାସନିକ ସଫଳତା, ମାନସିକ ପ୍ରଫୁଲ୍ଲତା ଓ ଅର୍ଥନୈତିକ ଅଭିବୃଦ୍ଧିରୁ ଖୁସୀ ରହିବେ। ରାଜନୀତି କ୍ଷେତ୍ରରେ ନେତୃସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି। ସ୍ଵାର୍ଥ ସାଧନ ମାନସରେ ବନ୍ଧୁଙ୍କ କାର୍ଯ୍ୟକଳାପ ସନ୍ଦେହଜନକ ସ୍ଥିତି ଉପତ୍ନ କରିବ।
ମୀନ : ଅନ୍ୟ ମାନଙ୍କୁ ଯେତେ ସାହାଯ୍ୟ କଲେ ମଧ୍ୟ ସେମାନେ ତାହାର ମୂଲ୍ୟବୁଝି ନ ପାରନ୍ତି। ପରିବାରରେ ମଧ୍ୟ ପ୍ରଶଂସା କରିବା ତେଣେ ଥାଉ ଅକ୍ଷେପୋକ୍ତି ଦ୍ୱାରା ମାନସିକ ଆଘାତ ପାଇ ଦୁଃଖ ପ୍ରକାଶ କରିବେ। କୈାଣସି କ୍ଷେତ୍ରରେ ତରବରିଆ ପଦକ୍ଷେପ ନେବା ଠିକ୍ ହେବ ନାହିଁ। ଗୁରୁଜନଙ୍କ ସାନ୍ତ୍ୱନା ବାଣି ସାମୟିକ ଭାବରେ ମନରେ ଆଶ୍ୱସ୍ତି ଭରିପାରେ।