March 16, 2023

ଆଜିର ରାଶିଫଳ

1 min read
Aajira-Odisha

ମେଷ: ପରିବାର ସ୍ଥାନରେ ରାହୁ ଓ ରାଶିରେ ମଙ୍ଗଳ ରହିଥିବାରୁ ତର୍କବିତର୍କ ପରେ ବୁଝାମଣା ମାଧ୍ୟମରେ ଆଲୋଚନା ଫଳପ୍ରଦ ହେବ । କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ଦୈହିକ ସୁସ୍ଥତା, ଅର୍ଥ ଲାଭ ସାଙ୍ଗକୁ ଯାତ୍ରା, ବାଣିଜ୍ୟ, କ୍ରୟ ବିକ୍ରୟ କ୍ଷେତ୍ରରୁ ଉପକୃତ ହେବେ।

ବୃଷ : ଶନିକ୍ଷେତ୍ରସ୍ଥ ରବିଙ୍କ କୁପ୍ରଭାବରେ ପାରିବାରିକ ଅସ୍ଥିରତା ମାନସିକ ସ୍ଥିତିକୁ ବିଗାଡି ଦେଇପାରେ । ଅବଶ୍ୟ ବୁଧଙ୍କ ଶୁଭତ୍ୱରୁ ଆଶା କରୁଥିବା ଦିଗରୁ ଅର୍ଥ ପାଇ ଖୁସି ହେବେ। ବନ୍ଧୁଙ୍କ ଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି। ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ।

ମିଥୁନ : ଏକାଦଶସ୍ଥ ବନ୍ଧୁଙ୍କ ସହ ଆଲୋଚନା,ନୂତନ ସମ୍ପର୍କ ସୃଷ୍ଟି କରିବା ସକାଶେ ଅନୁକୂଲ ରହିବ । ପ୍ରତ୍ୟୁଷ ଯାତ୍ରା ପାଇଁ ପ୍ରତିକୁଳ ନ ହେଲେ ମଧ୍ୟ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ। ବ୍ୟବସାୟରେ ଲକ୍ଷ୍ୟ ହାସଲ କରିବାରେ କୌଣସି ଅସୁବବିଧା ହେବ ନାହିଁ। କେତେକ କାମ ସକାଶେ ପରିବାର ଭିତରୁ ସମାଲୋଚିତ ହେବାକୁ ପଡିପାରେ।

କର୍କଟ : କୌଣସି କାମ ଅଟକି ରହିବ ନାହିଁ ତଥାପି ସଂଘର୍ଷ ଓ ଯୁକ୍ତିତର୍କ ମଧ୍ୟରେ ତାହା ସମ୍ପନ୍ନ ହେବ। ଆଜି ଆର୍ଥିକ ସ୍ଥିତି ବହୁତ ଭଲ ରହିବ କିମ୍ବା ଅର୍ଥ ସମ୍ପର୍କୀୟ ସମସ୍ୟା ରହିଥିଲେ ତାହା ସୁଧୁରିଯିବ। ଆଜିର କର୍ମକ୍ଷେତ୍ରରେ ଏମିତି କେତେକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବ, ଯାହାଦ୍ୱାରା ଦ୍ୱନ୍ଦ୍ୱରେ ପଡି କୈାଣସି ସଠିକ୍‌ ନିଷ୍ପତି ନେଇ ପାରିବେ ନାହିଁ ।

ସିଂହ : ବିଶିଷ୍ଟବ୍ୟକ୍ତିଙ୍କ ପୃଷ୍ଠପୋଷକତା ମାଧ୍ୟମରେ କାର୍ଯ୍ୟ ହାସଲ କରିବେ। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ମନ ଭଲ ରହି ନ ପାରେ। କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆଜି ଦିନଟିର ଅଧିକାଂଶ ସମୟ ବିତିବ । ବ୍ୟବସାୟ ଓ ପରିବହନରେ ହଠାତ୍‌ କୈାଣସି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି ।

କନ୍ୟା : ରାଶ୍ୟାଧିପତିଙ୍କ ଶୁଭ ଦୃଷ୍ଟିରୁ ବନ୍ଧୁମାନଙ୍କ ସହାୟତାରେ କାର୍ଯ୍ୟସିଦ୍ଧି ଅବଶ୍ୟ ଘଟିବ । ଆଜି ଆପଣ ଯାହା କରନ୍ତୁନା କାହିଁକି ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚାନ୍ତ ହୋଇ କାମ ହାସଲ କରିବେ । ସହକର୍ମୀ ମାନଙ୍କର ପାରଷ୍ପରିକ ସାହାଯ୍ୟ ଓ ସହଯୋଗର ଅଭାବରୁ କର୍ମ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହେବାର ସମ୍ଭାବନା ରହିଛି।

ତୁଳା : ଭାଗ୍ୟାଧିପ ବୁଧ ଦୁଃସ୍ଥାନରେ ବଳହୀନ ହୋଇ ଆପଣଙ୍କ କାର୍ଯ୍ୟରେ ସାହାଯ୍ୟ କରିବାକୁ ଅସମର୍ଥ ହୋଇପାରନ୍ତି। ଫଳତଃ ନିଜର ସମ୍ପର୍କୀୟ ଲୋକମାନଙ୍କ ଠାରୁ ଆଶାନୁରୂପ ସାହାଯ୍ୟ ପାଇବା କାଠିକର ପାଠ ହୋଇପାରେ। ମାଲିମକଦ୍ଦମାରେ ଆପୋଷ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବାର ଆଶା କରାଯାଇପାରେ।

ବିଛା : ବକ୍ରୀ ଅଷ୍ଟମାଧିପତିଙ୍କ ଅବସ୍ଥାନ ପରିପ୍ରେକ୍ଷୀରେ ଆପଣଙ୍କ ମନରେ ବିବାଦୀୟ ଚିନ୍ତାଧାରା ଉପତ୍ନ ହୋଇପାରେ । ପରିବାରର ବିଭିନ୍ନ ପ୍ରକାରର ସମସ୍ୟା ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ । ଆବଶ୍ୟକତା ପୂରଣ କରିବାକୁ ଯାଇ ଧାର କରଜ କରି ଆବଶ୍ୟକତା ଚଳାଇ ନେବେ । କଳା, ସଙ୍ଗୀତ, ଚଳଚ୍ଚିତ୍ର କ୍ରୀଡା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ପାଇବେ ।

ଧନୁ : ଶୁକ୍ରଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ପ୍ରତ୍ୟେକ କାର୍ଯ୍ୟ କିଛିନାକିଛି ଅସୁବିଧା ଭିତରେହିଁ ସମ୍ପନ୍ନ ହେବ । ସାହିତ୍ୟଚର୍ଚ୍ଚା, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ । କଠୋର କଥା କହିବା କାରଣରୁ ପରିବାରରେ ନିଜ ନିଜ ମଧ୍ୟରେ ସାମୟିକ କଳହ ଦେଖାଦେଇପାରେ । ନିକଟ ସମ୍ପର୍କୀୟମାନଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ ।

ମକର : ଆଜିର ଚର ରାଶିସ୍ଥ ଚନ୍ଦ୍ର ଓ ମଙ୍ଗଳଙ୍କ ସ୍ଥିତି ଆପଣଙ୍କୁ ଭାବପ୍ରବଣ କରାଇବା ସହ ମାନସିକ ଅସ୍ଥିରତା ସୃଷ୍ଟି କରାଇବ । ଇଚ୍ଛା ନ ଥିଲେ ମଧ୍ୟ ଘରର କେତେକ ଅତ୍ୟାବଶ୍ୟକ ଜିନିଷ ଗୁଡିକୁ ଆଣିବାକୁ ବାଧ୍ୟ ହୋଇପାରନ୍ତି। କର୍ମକ୍ଷେତ୍ରରେ ସମସ୍ୟା ହଠାତ୍‌ ଦେଖା ଦେଇଥିବା କାରଣରୁ ମନ ବିଚଳିତ ଅବଶ୍ୟ ରହିପାରେ।

କୁମ୍ଭ : ଆଜିର ଗ୍ରହସ୍ଥିତି ପ୍ରଭାବରେ ମନ ଯେମିତି ଚାହୁଁଛି ସେମିତି କାମ ହାସଲ କରିବାରେ କୈାଣସି ଅସୁବିଧା ରହିବ ନାହିଁ। ଧାର୍ମିକ ଅନୁଷ୍ଠାନ, ସଭାସମିତି, ପ୍ରଶାସନିକ ସ୍ତରରେ ଆଲୋଚନା ସଙ୍ଗକୁ ଶିଳ୍ପ,ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ପଡୋଶୀଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ ।

ମୀନ : ରାହୁଙ୍କ ପ୍ରଭାବରେ ଭୁଲ୍‌ ବୁଝାମଣା ଜନିତ ଅତି ଭଲ ସମ୍ପର୍କ ଛିନ୍ନ ହୋଇଯିବାର ଆଶଙ୍କା ରହିଛି । ଜମା ଭଲ ସମ୍ପର୍କ ନ ଥିବା ନିଜର ଲୋକ ମାନଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ପାରନ୍ତି। କର୍ମକ୍ଷେତ୍ରରେ ଈର୍ଷାପର ବନ୍ଧୁମାନେ ସମ୍ମୁଖରେ ନୀରବ ରହି ପଛରେ ବହୁତ କଥା କହିବେ । ସହକର୍ମୀଙ୍କ ସାହାଯ୍ୟରୁ ଅର୍ଥାଭାବ କେତେକାଂଶରେ ଦୂରୀଭୂତ ହୋଇଯିବ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.