April 20, 2024

ଆଜିର ରାଶିଫଳ

1 min read
Aajira-Odisha

ମେଷ : କାର୍ଯ୍ୟଦକ୍ଷତାରୁ ପ୍ରଶଂସିତ କରାଇବ। ଗୁରୁ କ୍ଷେତ୍ରସ୍ଥ ଦ୍ୱାଦଶ ଚନ୍ଦ୍ର ତୃତୀୟାଧିପ ସଂଯୋଗରୁ ପଡୋଶୀଙ୍କ ସହଯାତ୍ରୀ ହୋଇପାରନ୍ତି। ପାରିବାରିକ ସ୍ତରରେ ସାଧାରଣ କଥାକୁ ନେଇ ଭାବାନ୍ତର ସୃଷ୍ଟି ହେବାର ଆଶଙ୍କା ରହିଛି। ମହିଳାମାନେ ଯାତ୍ରା, ବ୍ୟବସାୟ,ବନ୍ଧୁ ସମ୍ପର୍କ ତଥା ପ୍ରତିଯୋଗିତାରେ ସଫଳତା ହାସଲ କରିପାରିବେ।

ବୃଷ : ରବି ଓ ଚନ୍ଦ୍ରଙ୍କ କେନ୍ଦ୍ରକୋଣ ସହ ସମ୍ପର୍କ ଆର୍ଥିକ ଉନ୍ନତି, ଲୋକସମ୍ପର୍କ, ଆନୁଷ୍ଠାନିକ କାମ ଓ ବନ୍ଧୁଙ୍କ ଜରିଆରେ କାମ ହାସଲ କରାଇବ। କିନ୍ତୁ ଶନି ଅଷ୍ଟମସ୍ଥ ହେତୁ କର୍ମକ୍ଷେତ୍ରରେ ଦୁଃସାହାସିକ କାମରେ ପ୍ରବେଶ କରି ଶେଷପର୍ଯ୍ୟାୟରେ ଅନୁତାପ କରିବାକୁ ପଡିପାରେ। ଲାଗି ରହିଥିବା ବିବାଦୀୟ ଘଟଣା ପୂର୍ବପରି ଅମୀମାଂସିତ ରହିବ।

ମିଥୁନ : ଅଷ୍ଟମସ୍ଥ ଶୁକ୍ର ଶିକ୍ଷା, ପରୀକ୍ଷା, ରଚନାତ୍ମକ କାର୍ଯ୍ୟ, କଳା, ସଙ୍ଗୀତାଦି କ୍ଷେତ୍ରରେ ସମସ୍ୟାର କାରଣ ହୋଇପାରେ। କୌଣସି ମହିଳାଙ୍କ ପ୍ରତିବାଦର ସ୍ବର ଆପଣଙ୍କ କାମକୁ ପ୍ରଭାବିତ କରିବାର ଅଅଶଙ୍କା ରହିଛି। ଅର୍ଥନୈତିକ ଅଭିବୃଦ୍ଧି ସହ ଗଣ ଯୋଗାଯୋଗ, ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବେ।

କର୍କଟ : ତିନୋଟି କେନ୍ଦ୍ରରେ ଗ୍ରହମାନଙ୍କ ସହ ଭାଗ୍ୟସ୍ଥ ତୃତୀୟାଧିପ ଯୁକ୍ତ ରାଶ୍ୟାଧିପତି ଆପଣଙ୍କ ପ୍ରତ୍ୟେକ କାର୍ଯ୍ୟରେ ସୁଫଳ ପ୍ରଦାନ କରିବ। ବନ୍ଧୁଙ୍କ ପରାମର୍ଶ,ଆଲୋଚନାରେ ସମର୍ଥନ, ଆନୁଷ୍ଠାନିକ କାମରେ ସହଯୋଗ ପ୍ରଦାନ କରିବ। କର୍ମକ୍ଷେତ୍ରରେ ଦୀର୍ଘ ଦିନର ସମସ୍ୟାର ଅନ୍ତ ଘଟାଇ କର୍ମକ୍ଷେତ୍ରରେ କ୍ରମଶଃ ସ୍ଥିରତା ଫେରିପାଇବେ।

ସିଂହ : ଆରୋଗ୍ୟଲାଭ, ପଦସ୍ଥବ୍ୟକ୍ତିଙ୍କ ସାନ୍ନିଧ୍ୟ, କାର୍ଯ୍ୟସିଦ୍ଧିର ପ୍ରାକ୍‌ ସୂଚନା ପୂର୍ଣ୍ଣରୂପରେ ଜ୍ଞାତ ହୋଇଥିଲେ ମଧ୍ୟ ମାନସିକ ଅସ୍ଥିରତାରୁ ମୁକୁଳିପାରିବେ ନାହିଁ। ସମସ୍ୟା ସୁଧୁରିଯିବା କାରଣରୁ ସାମୟିକ ଆନନ୍ଦ ଅନୁଭବ କରିବେ। ଆଜି ଆଗାମୀ ମାଙ୍ଗଳିକ କାର୍ଯ୍ୟ, ନୂତନ ଗୃହ ପ୍ରବେଶ ସକାଶେ ପୂର୍ବାଲୋଚନା କରିପାରନ୍ତି।

କନ୍ୟା : କର୍ମାଧିପ ଭାଗ୍ୟସ୍ଥାନରେ ରହି ସାମଗ୍ରୀକ ସୁବିଧା ସୁଯୋଗ ଯୋଗାଇ ଦେବେ। ଯାହାଫଳରେ କାର୍ଯ୍ୟସିଦ୍ଧି, ଅର୍ଥଲାଭ ବିବାଦୀୟ ଘଟଣାର ସମାଧାନ ଅବଶ୍ୟ ଘଟିବ। ଘରେ ସକାଳୁ ସକାଳୁ ଯେଉଁ କାମଟିକୁ ଆରମ୍ଭ କରିବାକୁ ଯାଉଛନ୍ତି ସେଥିରେ ଅବଶ୍ୟ ଶୁଭଫଳ ପାଇବେ। ଅଫିସରେ ଥିବା ସମୟରେ କୈାଣସି ବ୍ୟକ୍ତିଙ୍କ ନିକଟରୁ କୈାଣସି ବିସ୍ମୟଜନକ ଖବର ପାଇବେ।

ତୁଳା : ରାଶ୍ୟାଧିପ ସଙ୍ଗକୁ ଧନାଧିପଙ୍କ ଶୁଭସଂସ୍ଥାନ ଏକାଦିକ୍ରମେ ପରିବାର, ବନ୍ଧୁ ସମ୍ପର୍କ ଓ ନୂତନ କର୍ମାରମ୍ଭ ଓ ଅର୍ଥନୈତିକ ସ୍ଥିତି ପାଇଁ ଅନୁକୂଳ ରହିବ। ଶିଳ୍ପ, ବ୍ୟବସାୟ, ପରିବହନ, ପର୍ଯ୍ୟଟନାଦି କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ସାଙ୍ଗସାଥୀମାନଙ୍କ ସହ ଭ୍ରମଣ ସକାଶେ ମନ ବଳାଇ ପାରନ୍ତି। ଅପପ୍ରଚାର ସମ୍ଭନ୍ଧୀୟ ଶୁଣା କଥାକୁ ବିଶ୍ୱାସ କଲେ ଅପଦସ୍ଥ ହେବେ।

ବିଛା : ଆଜିର ଗ୍ରହସ୍ଥିତି ଆପଣଙ୍କୁ ପ୍ରତ୍ୟୁଷ ଯାତ୍ରା, ବନ୍ଧୁଙ୍କ ସହ ଆଲୋଚନା ପାଇଁ ସୁଯୋଗ ସୃଷ୍ଟି କରିବ। ଶୁଭଚିନ୍ତକଙ୍କ ଦ୍ୱାରା ମୂଲ୍ୟବାନ୍‌ ଦ୍ରବ୍ୟଲାଭ ଏବଂ ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟଲାଭର ସୁଯୋଗ ପାଇବେ। ଏହା ସଙ୍ଗକୁ ଛୋଟ ଛୋଟ କଥାକୁ କେନ୍ଦ୍ରକରି ପାରିବାରିକ ଦୁଃଶ୍ଚିନ୍ତା ବୃଦ୍ଧି ପାଇବା କାରଣରୁ ସ୍ବାସ୍ଥ୍ୟରେ ଅବନ୍ନତି ପରିଲକ୍ଷିତ ହେବାର ଆଶଙ୍କା ରହିଛି।

ଧନୁ : ଚନ୍ଦ୍ରଙ୍କ କେନ୍ଦ୍ରସ୍ଥ ଶନି ଉଭୟେ ଦୁଃସ୍ଥାନାନଧିପ ହେଲେ ମଧ୍ୟ ଗୁରୁକ୍ଷେତ୍ର ପ୍ରଭାବରୁ କୁଫଳ ପ୍ରଦାନ କରିପାରିବେ ନାହିଁ। ସ୍ଥଗିତକାର୍ଯ୍ୟ, ସଭାସମିତି, ପ୍ରଶାସନିକ କାର୍ଯ୍ୟ, ସାମ୍ବାଦିକତା ଓ ଏଜେନ୍ସିପ୍‌ ପାଇଁ କୌଣସି ଅସୁବିଧା ହେବନାହିଁ ା ଶାରୀରିକ ଅବସ୍ଥାରେ ବିଶେଷ ଉନ୍ନତି ଦେଖାନଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ।

ମକର : ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ର ଶତ୍ରୁବୁଧଙ୍କ ସଙ୍ଗଲାଭ କରି କେନ୍ଦ୍ରସ୍ଥ ହୋଇଥିବାରୁ ବନ୍ଧୁଙ୍କ ସକାଶେ ମନ ବ୍ୟାକୁଳିତ ରହିବ। ପରିବାର ପାଇଁ ଅଥବା କାର୍ଯ୍ୟକ୍ଷତ୍ରରେ ସଂକଟଜନକ ପରିସ୍ଥିତି ମାନସିକ ଅସ୍ଥିରତାର କାରଣ ହୋଇପାରେ। ଅବଶ୍ୟ ରାଶିରେ ଘର ଲୋକ ମାନଙ୍କ ଅନୁରୋଧରେ ମନୋରଞ୍ଜନ ଜିନିଷ କ୍ରୟ କରିବେ।

କୁମ୍ଭ : ରାଶିରେ ରବି ଓ ଦ୍ୱିତୀୟସ୍ଥ ଚନ୍ଦ୍ର ସହ ବୁଧ ସମ୍ପର୍କରୁ ବିବାଦର ସମାଧାନ, ବନ୍ଧୁଙ୍କ ସହାନୁଭୂତି ସହ ସମର୍ଥନ ଲାଭକରିବେ। କର୍ମକ୍ଷେତ୍ରରେ ସଫଳତା ହାସଲ ଦିଗରେ ଜଣେ ବାଲ୍ୟବନ୍ଧୁ ମାର୍ଗଦର୍ଶକ ହୋଇପାରନ୍ତି। ସାମୟିକ ପ୍ରତିବନ୍ଧକ କାରଣରୁ ନିର୍ମାଣଧୀନ କାର୍ଯ୍ୟ ସ୍ଥଗିତ ରହିଯାଇ ପାରେ।

ମୀନ : ଆପଣଙ୍କ ଚିନ୍ତାଧାରା ମନ୍ଦ ନହଲେ ମଧ୍ୟ ପ୍ରକାଶଭଙ୍ଗୀର କଠୋରତା ବନ୍ଧୁଙ୍କ ମନୋଦୁଃଖର କାରଣ ହୋଇପାରେ। ଫଳତଃ ସାହାଯ୍ୟ, ସହଯୋଗର ଆଶା ନୈରାଶ୍ୟଜନକ ନ ହେଲେ ମଧ୍ୟ ପୂର୍ଣ୍ଣମାତ୍ରାରେ ପାଇବା କଷ୍ଟକର ହେବ। ବାହି୍ୟକ ଦୃଷ୍ଟିକୋଣରୁ ସୁସ୍ଥ ଦେଖାଗଲେ ମଧ୍ୟ ଅର୍ନ୍ତନିହିତ ରୋଗ ପ୍ରତି ସଜାଗ ନ ରହିଲେ ଅସୁବିଧାରେ ପଡ଼ିବେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.