ମେଷ : ଆଜି ରବି ଓ ଚନ୍ଦ୍ରଙ୍କ ଏକରାଶିସ୍ଥିତି ସଂଘଟିତ ଅମାବାସ୍ୟା ସୁବୁଝାମଣା ମାଧ୍ୟମରେ ପ୍ରତ୍ୟେକ କାମକୁ ସମ୍ଭାଳି ନେବେ। କିନ୍ତୁ ପାରିବାରିକ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିନପାରେ। ଅବଶ୍ୟ ଅର୍ଥ ଲାଭ, ଶାରିରୀକ ସୁସ୍ଥତା ଯୋଗୁ ମନ ଖୁସି ରହିବ। ଯାତ୍ରା, ବାଣିଜ୍ୟ, କ୍ରୟ ବିକ୍ରୟ, ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।
ବୃଷ : ଚନ୍ଦ୍ର ସହ ମଙ୍ଗଳଙ୍କ ତୃତୀୟ ଏକାଦଶାବସ୍ଥାନ ଭାତୃ ବିବାଦ ଜନିତ ପାରିବାରିକ ଅସ୍ଥିରତା ମାନସିକ ସ୍ଥିତିକୁ ବିଗାଡି ଦେଇପାରେ। ଆଶା କରୁଥିବା ଦିଗରୁ ଅର୍ଥ ଓ ସୁଖବର ପାଇ ଖୁସି ହେବେ। ଚେଷ୍ଟା କରୁଥିବା କାମରେ ବନ୍ଧୁଙ୍କ ଠାରୁ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି। ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେବାକୁ ପଡିପାରେ।
ମିଥୁନ : ମଙ୍ଗଳଙ୍କ ପୃଷ୍ଠଭାଗରେ ଦୁର୍ବଳ ବୁଧ ପ୍ରଭାବରୁ ପରିବାରର ଅନୁରୋଧକ୍ରମେ କୌଣସି କାମରେ ତପତ୍ରତା ପ୍ରକାଶ କରିପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟ ହାସଲ କରିବାରେ କୌଣସି ଅସୁବବିଧା ହେବ ନାହିଁ। ପୂର୍ବରାଗକୁ ଶୁଝାଇବାକୁ ଯାଇ ନିଜଲୋକ କେହି ହଇରାଣରେ ପକାଇବାକୁ ଚେଷ୍ଟା କରିପାରନ୍ତି।
କର୍କଟ : ଶନିଙ୍କ କ୍ଷେତ୍ରରେ ଅଷ୍ଟମଚନ୍ଦ୍ର ମାନସିକ ଉଦାସୀନତା ସୃଷ୍ଟିକରି କାମରେ ନିରତ୍ସାହତା ସୃଷ୍ଟିକରିବ। ଅବଶ୍ୟ ରବିଙ୍କ ଧନଭାକୁ ଦୃଷ୍ଟି ହେତୁ ଆର୍ଥିକ ସ୍ଥିତି ବହୁତ ଭଲ ରହିବ। କର୍ମକ୍ଷେତ୍ରରେ ଏମିତି କେତେକ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିବ। ବନ୍ଧୁ ଜରିଆରେ ଆକସ୍ମିକ ଭାବରେ ଆଶା କରୁଥିବା ଶୁଭ ସମ୍ବାଦ ଶୁଣି ଖୁସି ହେବେ।
ସିଂହ : ଚନ୍ଦ୍ରଙ୍କ ସମ୍ମୁଖଭାଗରେ ରବି ଅବସ୍ଥାନ କରି ନିଜ ରାଶିକୁ ଅବଲୋକନ କରୁଥିବାରୁ ସ୍ଵାସ୍ଥ୍ୟ, ପଦସ୍ଥବ୍ୟକ୍ତିଙ୍କ ସାହାଯ୍ୟରେ କାର୍ଯ୍ୟସାଧନ କରିପାରିବେ। କିନ୍ତୁ ଚନ୍ଦ୍ରଙ୍କ ସ୍ଥିତି ଜନିତ ମନ ଅନୁଯାୟୀ ପ୍ରତ୍ୟେକ କାର୍ଯ୍ୟ ସମ୍ପନ୍ନ କରିବାରେ କେତେକ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। କୈାଣସି ବିବାଦୀୟ ପରିସ୍ଥିତି ଯୋଗୁ ଚିନ୍ତା ପ୍ରକଟ କରି ପାରନ୍ତି।
କନ୍ୟା : ଦୈହିକ ସୁସ୍ଥତା ସଙ୍ଗକୁ ମାନସିକ ପ୍ରଫୁଲ୍ଲତା ଆଜିର ଦିନଚର୍ଯ୍ୟାକୁ ସନ୍ତୋଷ ପ୍ରଦାନ କରିବ। ଚେଷ୍ଟାକରୁଥିବା କାମରେ ସଫଳତା ପାଇବାରେ ବନ୍ଧୁମାନଙ୍କ ସାହାଯ୍ୟ ଓ ସହଯୋଗ ସ୍ମରଣୀୟ ରହିପାରେ। ସାମାଜିକ କ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିପାରନ୍ତି। ବ୍ୟୟାଧିକ୍ୟ ଜନିତ ଅର୍ଥାଭାବରୁ କୌଣସି କାମ କରିବାରେ ପଛେଇ ଯାଇ ପାରନ୍ତି।
ତୁଳା : ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି, ଜମିଜମା ସମ୍ବନ୍ଧୀୟ କାର୍ଯ୍ୟ ଅଥବା ଆଗାମୀ ଶୁଭକାର୍ଯ୍ୟ ସକାଶେ ଆଲୋଚନା କରିପାରନ୍ତି। ଆବଶ୍ୟକୀୟ ସହଯୋଗ ଲାଭକରି ପ୍ରତ୍ୟେକ କାମରେ ସଫଳତା ପ୍ରଦାନ କରିବା କାରଣରୁ ମାନସିକ ସ୍ଥିତି ଭଲ ରହିବ। ଉପରିସ୍ଥ କର୍ମଚାରୀଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯାଇ ମନସ୍ତାପ କରିପାରନ୍ତି।
ବିଛା : ସ୍ବାସ୍ଥ୍ୟ ପ୍ରାୟତଃ ଠିକ୍ ରହିବା ସଙ୍ଗକୁ କୌଣସି ଆଗାମୀ କାର୍ଯ୍ୟ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଏହା ସଙ୍ଗକୁ ପରିବାରର ବିଭିନ୍ନ ପ୍ରକାରର ସମସ୍ୟା ଚିନ୍ତାକରି ମନ ଭାରାକ୍ରାନ୍ତ ରହିପାରେ। ବଳହୀନ ବୁଧ ବନ୍ଧୁ ସମ୍ପର୍କକୁ କ୍ଷୁର୍ଣ୍ଣ କରିବା ସହ ବୃହସ୍ପତିଙ୍କ ପ୍ରଭାବରେ ପରିସ୍ଥିତି ସହ ନିଜକୁ ଆଡଜଷ୍ଟ କରାଇନେବାରେ ସାହାଯ୍ୟ କରିବ।
ଧନୁ : ମୁଖଭାବରେ ଶୁକ୍ର ଓ ଚନ୍ଦ୍ର ଆପଣଙ୍କ ମାନସିକ ସ୍ଥରରେ ଖୁସୀ ରଖିବା ସହ କୌଣସି ନୂତନ କର୍ମାରମ୍ଭ ପାଇଁ ନିୟୋଜିତ କରାଇପାରନ୍ତି। ଆଜିର କର୍ମକ୍ଷେତ୍ରରେ ଅଥବା ପ୍ରଶାସନିକ ଅଥବା ରାଜନୈତିକ କ୍ଷେତ୍ରରେ ଫଳପ୍ରଦ ଆଲୋଚନା କରିବେ। ପାରିବାରିକ, ପ୍ରକାଶନ, ଯାନବାହନ, ନିର୍ମାଣ, ନୂତନ ସ୍ଥାନ ପରିଦର୍ଶନରୁ ସୁଫଳ ମିଳିବ।
ମକର : ନିଜରାଶିରେ ଚନ୍ଦ୍ରଙ୍କ ପ୍ରଭାବରେ ଆପଣଙ୍କ ଭାବପ୍ରବଣତା ବୃଦ୍ଧି ପାଇବ। ଅବଶ୍ୟ ନୂତନ କାର୍ଯ୍ୟାରମ୍ଭ, ବ୍ୟବସାୟ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରୁ ଅଥବା ଆନୁଷ୍ଠାନିକ କାମ, କଳା, କାରିଗରୀରେ ସଫଳତା ହାସଲ କରିପାରନ୍ତି। ବିଳାସବ୍ୟସନ, ଯାନ୍ତ୍ରିକ ଜିନିଷଲାଭରୁ ମନ ଏକପ୍ରକାର ଖୁସୀ ରହିବ।
କୁମ୍ଭ : ଆଜିର ଚନ୍ଦ୍ରଙ୍କ ସ୍ଥିତି ପ୍ରଭାବରେ ନିଜର କୌଣସି ସମ୍ପର୍କୀୟା ମହିଳା ଆପଣଙ୍କ ପାଇଁ ବିରୋଧୀ ଭୂମିକା ଗ୍ରହଣ କରିପାରନ୍ତି। ଅବଶ୍ୟ ଶତ୍ରୁତା ଓ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ ତାହା ଆପଣଙ୍କ କାର୍ଯ୍ୟ ହାସଲ ସକାଶେ ଅନ୍ତରାୟ ନ ହୋଇପାରେ। ଶିଳ୍ପ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ । ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
ମୀନ : ବନ୍ଧୁଙ୍କ ସହ ଆଲୋଚନା ଉପରାନ୍ତେ ପୂର୍ବ ସ୍ଥିରୀକୃତ ଯୋଜନାରେ ପରିବର୍ତ୍ତନ ଅଥବା ଗସ୍ତକାର୍ଯ୍ୟକ୍ରମ ବାତିଲ୍ ହୋଇଯାଇପାରେ। ପୂର୍ବଶତ୍ରୁତା କାରଣରୁ ନିଜ ଲୋକମାନଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇ ପାରନ୍ତି। ଏପରିକି ଭଲ ସମ୍ପର୍କ ରହିଥିବା ମଧ୍ୟ ବନ୍ଧୁମାନେ ସମ୍ମୁଖରେ ନୀରବ ରହି ପଛରେ ବହୁତ କଥା କହିପାରନ୍ତି।