April 19, 2024

ଆଜିର ରାଶିଫଳ

1 min read
Aajira-Odisha

ମେଷ : ଆଜି ଉଚ୍ଚାଂଶ ସ୍ଥିତ ରବିଙ୍କ ସହ ଚନ୍ଦ୍ର ନୀଚାଂଶ ମଧ୍ୟରେ ଥିବାରୁ ଚନ୍ଦ୍ର ପ୍ରଭାବଶୂନ୍ୟ ହୋଇ କୌଣସି ବ୍ୟତିକ୍ରମ ସୃଷ୍ଟି କରିପାରିବନାହିଁ। ଫଳତଃ ଆଜିର ଆନୁଷ୍ଠାନିକ କାମ, ଆର୍ଥିକ ଅଭିବୃଦ୍ଧି ଓ ନୂତନ ସମ୍ପର୍କ ସୃଷ୍ଟିରେ ସହାୟକ ହୋଇପାରିବ। ଅବଶ୍ୟ ଶନିଙ୍କ ଦୃଷ୍ଟି ପଥାରୂଢ ହେତୁ ଉପରିସ୍ଥଙ୍କ ତାଗିଦା କାରଣରୁ ଦାୟିତ୍ୱପୂର୍ଣ୍ଣ କାମଟିକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ।

ବୃଷ : ଗ୍ରହସ୍ଥିତି ଆପଣଙ୍କ ଦିନଚର୍ଯ୍ୟା ପାଇଁ ଅନୁକୂଳ ରହିବ। କିନ୍ତୁ ପାପଯୁକ୍ତ ଶୁକ୍ର ପ୍ରଭାବରେ ଶରୀରପୀଡା, ସମ୍ପର୍କରେ ଫାଟ, ଅଯଥା ବ୍ୟୟ ମାନସିକ ସନ୍ତୁଳନ ରକ୍ଷା କରି ନ ପାରେ। କେତେକ କ୍ଷେତ୍ରରେ ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିପାରନ୍ତି। କର୍ମକ୍ଷେତ୍ରରେ ବିଭିନ୍ନ ଦିଗରୁ ଚାପର ସମ୍ମୁଖୀନ ହେବାର ସୂଚନା ମିଳିବ।

ମିଥୁନ : ଚତୁର୍ଥସ୍ଥାନକୁ ଆଧ୍ୟାତ୍ମିକ ଗ୍ରହ ଶନି ଓ ବନ୍ଧୁକାରକ ବୁଧ ଦେଖୁଥିବାରୁ ସତ୍‌ସଙ୍ଗ ମାଧ୍ୟମରେ ବନ୍ଧୁମିଳନ ଅବଶ୍ୟ ଘଟିବ। ପରିଜନଙ୍କ ସହ ନୂତନସ୍ଥାନ ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲିତ ରହିବ। ଏକ ନିର୍ଦ୍ଦିଷ୍ଟ କାର୍ଯ୍ୟ ସକାଶେ ରଖିଥିବା ଅର୍ଥ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯାଇପାରେ। ବ୍ୟବସାୟ, ପରିବହନରୁ ଯଥେଷ୍ଟ ଲାଭବାନ ହୋଇପାରନ୍ତି।

କର୍କଟ : ଶନିକ୍ଷେତ୍ରରେ ଅଷ୍ଟମ ଚନ୍ଦ୍ର ମାନସିକ ଉଦାସୀନତା ସୃଷ୍ଟି କରିବ। ଫଳରେ କାମରେ, ଆଲୋଚନାରେ ଆନ୍ତରିକତାର ଅଭାବ ପରିଲକ୍ଷିତ ହୋଇପାରେ। ସମାଲୋଚନା, ପରୋକ୍ଷ ଶତ୍ରୁତା ଶନି ଓ ରାହୁଙ୍କ ଦ୍ୱାରା ପ୍ରଭାବଶୂନ୍ୟ ହୋଇଯିବ। ସ୍ଥଳବିଶେଷରେ ସଂଯମତା ରକ୍ଷା ପୂର୍ବକ ଭାବ ପ୍ରବଣତା ପରିହାର କଲେ କେତେକାଂଶରେ ଉପକୃତ ହେବେ।

ସିଂହ : ଆଜିର ଦିନଟିରେ ରବିଙ୍କ ପ୍ରଭାବ ବହୁ ବିଶିଷ୍ଟବ୍ୟକ୍ତିମାନଙ୍କ ସାନ୍ନିଧ୍ୟ ଲାଭ କରାଇବ। କିନ୍ତୁ ପ୍ରଭାବହୀନ ଚନ୍ଦ୍ରଙ୍କ ଦ୍ୱାରା ସାମୟିକ ଭାବରେ ମାନସିକ ସ୍ଥିରତା ରକ୍ଷା ନ କଲେ ଅପଦସ୍ଥ ହେବାକୁ ପଡିପାରେ। ସଭାସମିତିରେ କଳା, ସଙ୍ଗୀତ, ପ୍ରତିଯୋଗିତାଦିରେ ଯୋଗଦେଲେ ସଫଳତା ହାସଲ କରିବେ।

କନ୍ୟା : ସ୍ବସ୍ଥାନପାଳ ଶନି ଲୋକସମ୍ପର୍କ ସ୍ଥାନରେ ଅବସ୍ଥାନ କରି ଆଧ୍ୟାତ୍ମିକ ପରିବେଶରୁ ମଜ୍ଜିଯାଇପାରନ୍ତି। ବନ୍ଧୁମାନଙ୍କ ସହଯୋଗରେ କାମକୁ ପୂରାଦମରେ କରି ସଫଳତା ହାସଲ କରିବେ। ଆଜିର ମନୋଜ୍ଞ ପରିବେଶରେ ଅକସ୍ମାତ୍‌ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ଶ୍ରଦ୍ଧା, ଆଦର ଓ ଗୌରବସହ ଅର୍ଥଲାଭ, ବସ୍ତ୍ରଭୂଷଣ ପ୍ରାପ୍ତିର ଯୋଗ ରହିଛି।

ତୁଳା : ବାଗ୍ମିତାର ଗ୍ରହ ବୃହସ୍ପତି ମୁଖଭାବରେ ଆପଣଙ୍କ ଗାମ୍ଭୀର୍ଯ୍ୟପୂର୍ଣ୍ଣ କଥାବାର୍ତ୍ତା ଜ୍ଞାନୀ,ଗୁଣୀ ,ବୁଦ୍ଧିଜୀବୀମାନଙ୍କ ମନୋରଞ୍ଜନ କରିବ। କର୍ମସ୍ଥ ରାହୁ ପ୍ରାଥମିକ ସ୍ତରରେ ସଂଘର୍ଷପୂର୍ଣ୍ଣ ସ୍ଥିତି ଉପତ୍ନ କଲେ ମଧ୍ୟ ପରକ୍ଷଣରେ ସଫଳତା ପ୍ରଦାନ କରିବ। ଚନ୍ଦ୍ରଙ୍କ ପ୍ରତି ଶନି ଦୃଷ୍ଟି ଜନିତ ଅନିଦ୍ରା, ଭ୍ରମଣ ଓ କ୍ଳାନ୍ତି ହେତୁ ଦୈହିକ ଓ ମାନସିକ ଶିଥିଳତା ଆସିପାରେ।

ବିଛା : ପ୍ରଭାବଶାଳୀ କର୍ମାଧିପତିଙ୍କ ବାହୁଛାୟାତଳେ ଭାଗ୍ୟାଧିପତି ଚନ୍ଦ୍ର ଅବସ୍ଥାନ କରି କାର୍ଯ୍ୟଦକ୍ଷତା ହେତୁ ପ୍ରଶଂସିତ କରାଇବେ। ଧନାଧିପ ନିଜ ରାଶିରେ ବିଭିନ୍ନ ସୂତ୍ରରୁ ଅର୍ଥଲାଭ, କାର୍ଯ୍ୟସିଦ୍ଧି ଓ ଆଶାପୂରଣ ପାଇଁ ମାର୍ଗ ଉନ୍ମୁକ୍ତ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ଆଶାଜନକ ସୁଫଳ ପାଇପାରିବେ।

ଧନୁ : ସପ୍ତମାଧିପ ଶୁକ୍ର ତୃତୀୟସ୍ଥ ଚତୁର୍ଥସ୍ଥ ବୁଧ ପ୍ରଭାବରେ ପରିଜନଙ୍କ ସହ ଆଜିର ପ୍ରତ୍ୟୁଷ ଯାତ୍ରା ପ୍ରୀତିପ୍ରଦ ରହିବ। ଅସଜଡା ପାରିବାରିକ ସ୍ଥିତି ଆତ୍ମୀୟମାନଙ୍କ ସହାୟତାରେ ପୂର୍ବସ୍ଥିତିକୁ ଫେରାଇ ଆଣିବ। ଆନୁଷ୍ଠାନିକ କାମ, ରାଜନୀତି, ପ୍ରଶାସନ, ସଭାସମିତି ପାଇଁ ଦିନଟି ବହୁତ ଭଲ ରହିବ। ଆକସ୍ମିକ ଭାବରେ କୌଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି।

ମକର : ରାଶିରେ ଶୁକ୍ର ମୁଖ ଭାବରେ ଚନ୍ଦ୍ରମା ଦିନଟିକୁ ହସଖୁସୀ ଆନନ୍ଦ ମଧ୍ୟରେ ଅତିବାହିତ କରାଇବେ। ଯେମିତି ଯାହା ଚିନ୍ତା କରିଛନ୍ତି କାର୍ଯ୍ୟସିଦ୍ଧି ସଙ୍ଗକୁ ତାହା ଅକ୍ଳେଶରେ ପ୍ରାପ୍ତ ହୋଇପାରିବ। ବନ୍ଧୁ ମାନଙ୍କ ସାହାଯ୍ୟ ନେଇ ପାରିବାରିିକ ସମସ୍ୟାର ସରଳ ସମାଧାନ କରିବେ। ପ୍ରକାଶନ, କ୍ରୀଡା, ଚଳଚ୍ଚିତ୍ର ଓ ପ୍ରଶାସନିକ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ।

କୁମ୍ଭ : ବ୍ୟୟଭାବସ୍ଥ ଶୁକ୍ର ମନ୍ତ୍ରଣାଭାବରୁ ଅଷ୍ଟମସ୍ଥ ହେବା କାରଣରୁ ଆପଣଙ୍କ କଥା ଅନ୍ୟକୁ ବିଶେଷ ପ୍ରଭାବିତ କରିପାରିବ ନାହିଁ । ପାରିବାରିକ କ୍ଷେତ୍ରରେ ଅତୀତକୁ ସ୍ମରଣ କରି ଅନୁତାପ କରିବାକୁ ପଡିପାରେ। ଅନ୍ୟମନସ୍କତା କିମ୍ବା ଅସାବଧାନତାବଶତଃ କୌଣସି ଦବ୍ର୍ୟ ନଷ୍ଟ ହୋଇପାରେ। କଳା, ସାହିତ୍ୟରେ ଉନ୍ନତି କରି ପ୍ରଶଂସିତ ହୋଇପାରନ୍ତି।

ମୀନ : ରାଶିରେ ବୁଧ ବନ୍ଧୁ ପରିଜନମାନଙ୍କ ଆଦରଣୀୟ କରାଇବ। ଦୁର୍ବଳ ଆର୍ଥିକ ସ୍ଥିତି ରହିଥିଲେ ମଧ୍ୟ ଆଜିର ଆବଶ୍ୟକତା ଯଥା ସମୟରେ ପୂରଣ କରିପାରିବେ। ମାନସିକ ସ୍ତରରେ ପ୍ରଫୁଲ୍ଲତା ପରିଲକ୍ଷିତ ହୋଇପାରେ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ପ୍ରତିଦ୍ୱନ୍ଦ୍ୱିତା, କ୍ରୀଡ଼ାରେ ପ୍ରତିଯୋଗିତା ଆପଣଙ୍କୁ ସଫଳତା ପ୍ରଦାନ କରିପାରେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.