ମେଷ : ଆଜି ତିନୋଟି କେନ୍ଦ୍ରରେ ଗ୍ରହମାନେ ଏକାଧାରରେ କାର୍ଯ୍ୟସିଦ୍ଧି ସଙ୍ଗକୁ ବନ୍ଧୁ ମିଳନରୁ ଖୁସୀ ରହିବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କାମରେ ଶୁଭ ସୂଚନା ପାଇବେ। ଅନିଦ୍ରା ଜନିତ କ୍ଳେଶ ଭୋଗିବାକୁ ପଡିବାର ସମ୍ଭାବନା ରହିଛି। ଆକସ୍ମିକ ନିଜଲୋକ ମାନଙ୍କ ସହ ଦୂରଯାତ୍ରା କରିବାକୁ ପଡିପାରେ।
ବୃଷ : ବାଧକ ସ୍ଥାନରେ ଶୁକ୍ର ହେତୁ ଭାଙ୍ଗତ୍ପଡିଥିବା ସ୍ଵାସ୍ଥ୍ୟରେ ଆଂଶିକ ଉନ୍ନତି ଦେଖାଦେଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ ହୋଇଯିବ। କଳା,ସାହିତ୍ୟ ତଥା ରଚନାମତ୍କ କାର୍ଯ୍ୟରେ ସଫଳତା ପାଇବେ। ପ୍ରତୀକ୍ଷା କରିଥିବା ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।
ମିଥୁନ : ଅଷ୍ଟମସ୍ଥ ଚନ୍ଦ୍ର ଶୁକ୍ର ସଂଯୁକ୍ତ ହେତୁ ବିଭିନ୍ନ ବିଷୟକୁ ଚିନ୍ତାକରି ଅନ୍ୟମନସ୍କ ରହିପାରନ୍ତି। କର୍ମକ୍ଷେତ୍ରରେ ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହୋଇପାରନ୍ତି। ମନରେ ଦୁଃଖ ଭରି ରହିଥିଲେ ମଧ୍ୟ ବନ୍ଧୁଙ୍କ ସମ୍ମୁଖରେ ମନକଥା ପ୍ରକାଶ କରିପାରିବେ ନାହିଁ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ମତାନ୍ତରରୁ ବିତର୍କ ସୃଷ୍ଟି ହେବାର ସୂଚନା ରହିଛି।
କର୍କଟ : କର୍ମାଧିପତି ସ୍ବଗୃହସ୍ଥ ଓ ଶୁକ୍ର ନକ୍ଷତ୍ରସ୍ଥ ଯୋଗୁ ଆଜି ଅପେକ୍ଷାକୃତ ଅସୁବିଧା ଭୋଗିଲେ ମଧ୍ୟ କାମ ଅଟକିବ ନାହିଁ। ପାରିବାରିକ ଶୃଙ୍ଖଳା ରକ୍ଷା କରିବା କ୍ଷେତ୍ରରେ ନିକଟ ସମ୍ପର୍କୀୟ ମାନଙ୍କ ସାହାଯ୍ୟ ଆଶା କରିପାରନ୍ତି। ଅଶ୍ଳେଷା ନକ୍ଷତ୍ରର ମନ ଅସ୍ଥିର ରହିବା କାରଣରୁ କାମଗୁଡିକ ସମ୍ପନ୍ନ ହେବା କଷ୍ଟକର ହୋଇପଡିବ।
ସିଂହ : ବନ୍ଧୁମାନଙ୍କ ସହ ଆଲୋଚନା କାଳରେ ଅପ୍ରିୟ ସତକଥା କହି ବିରୋଧି ହୋଇପାରନ୍ତି। କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍ବ୍ୟବହାର କରିବା କାଠିକର ପାଠ ହେବ। ପରିସ୍ଥିତିର ବିଡମ୍ବନା ଦୃଷ୍ଟିରୁ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରିପାରନ୍ତି। ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
କନ୍ୟା : ଶନିଙ୍କ ପ୍ରଭାବରେ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ମରିଚିକା ପଛରେ ଦୌଡିପାରନ୍ତି। ସମ୍ମୁଖରେ ହିତକକଥା କହୁଥିଲେ ମଧ୍ୟ ଆତ୍ମୀୟମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ। ବ୍ୟବସାୟ ଓ ପରିବହନରେ ମାନମନା ଦେଖା ଦେଇପାରେ। ଅପରାହ୍ନରେ ଟେନସନ୍ ଦୂର ହେବା ସଙ୍ଗକୁ ସୁଖଭ୍ରମଣ ଯୋଗ ରହିଛି।
ତୁଳା : ଚନ୍ଦ୍ର ଓ ମଙ୍ଗଳଙ୍କ ଶୁଭତ୍ୱ ପରିପ୍ରେକ୍ଷୀରେ ଚେଷ୍ଟା କରୁଥିବା କାର୍ଯ୍ୟରେ ସଫଳତା ହାସଲ କରିବେ। ସାହିତ୍ୟ, ସାମ୍ବାଦିକତା, ସଙ୍ଗୀତ, କ୍ରୀଡା, ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ। ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି ଖୁସୀ ମନାଇ ପାରନ୍ତି। କ୍ରୟ ବିକ୍ରୟ କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡିବାର ଆଶଙ୍କା ରହିଛି।
ବିଛା : ତୃତୀୟଭାବରେ ଚନ୍ଦ୍ର ହେତୁ ମନ ଅନୁଯାୟୀ କାମ କରିବାର ସୁଯୋଗ ପାଇପାରିବେ। ବନ୍ଧୁମାନେ ଫାଇଦା ହାସଲ ସକାଶେ ମନ ଧରିଲା ପରି କଥାବାର୍ତ୍ତା କରିପାରନ୍ତି। ଆକସ୍ମିକ ଭାବରେ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିବାଦ ବୃଦ୍ଧି ହୋଇପାରେ। ବନ୍ଧୁଙ୍କ ସାହାଯ୍ୟରେ ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ ଏବଂ ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ରହିବ।
ଧନୁ : କର୍ମାଧିପତି ସ୍ବଗୃହକୁ ଦେଖୁଥିବାରୁ କାମ ହାସଲ କରିବା ସକାଶେ ବିଶେଷ ଅସୁବିଧା ହେବ ନାହିଁ। ବାରମ୍ବାର କିନ୍ତୁ ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିବା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। ପରକଥାକୁ ବିଶ୍ୱାସ କରି ନିଜ ଲୋକଙ୍କୁ ଭୁଲ୍ ବୁଝିବେ। ଶିକ୍ଷା, ପରୀକ୍ଷା, ସମ୍ପର୍କସ୍ଥାପନ ଓ ବାଣିଜ୍ୟ,ବ୍ୟବସାୟ ପାଇଁ ଦିନଟି ଭଲ ରହିବ।
ମକର : ରାଶିରେ ଗ୍ରହସମ୍ପର୍କ ମନୋରଞ୍ଜନ ଓ ବିଳାସବ୍ୟସନ ପାଇଁ ମନକୁ ଆକର୍ଷିତ କରାଇବ। କୌଣସି କ୍ଷେତ୍ରରେ ସ୍ଥିର ନିଷ୍ପତ୍ତିି ନେବା କଷ୍ଟକର ହୋଇପାରେ। ମନର ବିକ୍ଷିପ୍ତତା କାଯର୍ୟକ୍ଷେତ୍ର, ଦୈନନ୍ଦିନର କାମକୁ ଅସ୍ଥିର କରିଦେଇପାରେ। ବାକି ପଡିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
କୁମ୍ଭ : କର୍ମକ୍ଷେତ୍ରରେ ସମସ୍ୟାକୁ ସୁଧାରି ନେବା ସକାଶେ ପ୍ରଯନତ୍ କରି ସଫଳତା ହାସଲ କରିପାରିବେ। ବନ୍ଧୁ ମାନଙ୍କ ପରାମର୍ଶକ୍ରମେ ବ୍ୟବସାୟରେ ନୂଆ କିଛି ଯୋଡିବାର ଉଦ୍ୟମ କରିପାରନ୍ତି। ଅନ୍ୟମାନଙ୍କ ସହ ମିଳିମିଶି କାମ କରିବା ସଙ୍ଗକୁ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ ପ୍ରତିଶ୍ରୁତି ଦେବେ, କିନ୍ତୁ କିଛି କରିବେ ନାହିଁ।
ମୀନ : ଆଧ୍ୟାତ୍ମିକ ପରିବେଶରେ ବହୁଲୋକ ଗହଣରେ ସମ୍ମାନ ଲାଭ ଓ ପଦମର୍ଯ୍ୟଦା ବୃଦ୍ଧି ପାଇବ। ମନ ଭଲ ରହିଥିବା କାରଣରୁ ପାରିବାରିକ ସ୍ଥିତିରେ ମିଷ୍ଟଭାଷୀହେବେ। ଅପରାହ୍ନେ କୈାଣସି ଭୁଲ୍ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ବାନିଜ୍ୟ,ବ୍ୟବସାୟରେ ଆଖିଦୃଷ୍ଟିଆ ସଫଳତା ହାସଲ କରିପାରିବେ ନାହିଁ।