May 26, 2022

ଆଜିର ରାଶିଫଳ

1 min read
Aajira-Odisha

ମେଷ : ଆଜି ତିନିକେନ୍ଦ୍ରରେ ଗ୍ରହମାନେ ଅବସ୍ଥାନ କରିଥିବାରୁ ଯେଊଁ କାମ ଆଜି ଆରମ୍ଭ କରିବେ ତାହା ନିଷ୍ଫଳ ହେବନାହିଁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ। ଦେବଦର୍ଶନ ସାଙ୍ଗକୁ ଦୂରଯାତ୍ରା କରିବାର ସୁଯୋଗ ପାଇପାରନ୍ତି। କିନ୍ତୁ ଚତୁର୍ଥସ୍ଥ ରାହୁ ଓ ରାଶିରେ ଚନ୍ଦ୍ର ପାରିବାରିକ ସମସ୍ୟା ନେଇ ଚିନ୍ତାପ୍ରକଟ କରିପାରନ୍ତି।

ବୃଷ : ଶୁକ୍ର ଓ ଶନି ତୃତୀୟାଧିପ ଚନ୍ଦ୍ରଙ୍କ ଠାରୁ କୋଣଭାବରେ ଥିବାରୁ ସମ୍ପର୍କୀୟମାନଙ୍କ ସାହାଯ୍ୟରେ ଅର୍ଥଲାଭ ସଙ୍ଗକୁ ଅଭିଳଷିତ କାର୍ଯ୍ୟ ସମ୍ପନ୍ନ କରିପାରିବେ।କର୍ମକ୍ଷେତ୍ରରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ସମସ୍ୟା ସମାଧାନ କରିବାରେ ସମର୍ଥ ହୋଇପାରନ୍ତି। ଅବହେଳା ବଶତଃ ଗୁରୁତ୍ୱପୂର୍ଣ୍ଣ କାମଟିକୁ ଶେଷ କରିନପାରି ଦୁଃଖ ଅନୁଭବ କରିପାରନ୍ତି।

ମିଥୁନ : ସପ୍ତମକେନ୍ଦ୍ରରେ ଶୁକ୍ର ଓ ଶନି ସ୍ବାମୀ/ସ୍ତ୍ରୀଙ୍କ ମତପାର୍ଥକ୍ୟ, ଯାତ୍ରା, ବାଣିଜ୍ୟରେ ପ୍ରତିବନ୍ଧକ କିମ୍ବା ବିବାଦୀୟ କ୍ଷେତ୍ରରେ ଅପଦସ୍ତ ହେବାକୁ ପଡିପାରେ। କଚେରୀ ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣରୁ ବ୍ୟସ୍ତତା ଅନୁଭବ କରିପାରନ୍ତି। କିନ୍ତୁ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଅଟକି ରହିଥିବା କାମକୁ ପୂର୍ଣ୍ଣାଙ୍ଗ କରିବେ।

କର୍କଟ : ଧନାଧିପ ରାହୂ୍‌କ ଦୃଷ୍ଟିରେ ଥିବାରୁ ଧନହାନୀ, ସାଧାରଣ କଥାରେ ଯୁକ୍ତିତର୍କ ଜନିତ ବିବାଦୀୟ ସ୍ଥିତି ସୃଷ୍ଟି ହୋଇପାରେ। କୌଣସି ବିଶ୍ୱସ୍ତ ଲୋକ ଠାରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ଦୀର୍ଘଦିନରୁ ଅଟଳି ରହିଥିବା ନିର୍ମାଣାଧୀନ କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। ଧାତୁ,ଅଳଙ୍କାର, ଗୃହୋପକରଣ କ୍ରୟ କରିପାରନ୍ତି।

ସିଂହ : ତୃତୀୟସ୍ଥାନ ଚନ୍ଦ୍ରଙ୍କ ଦୃଷ୍ଟିରେ ଥିବାରୁ କୈାଣସି ଭଦ୍ରମହିଳାଙ୍କ ସାହାଯ୍ୟରେ ଆପଣଙ୍କ କାର୍ଯ୍ୟ ହାସଲ ହୋଇଯିବ। କୈାଣସି ସମସ୍ୟାକୁ ନେଇ ଅଫିସରେ ମନ ମାରି ବସି ରହିପାରନ୍ତି। ସ୍ଵାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଭଲ ନ ହୋଇଥିବାରୁ ବ୍ୟସ୍ତତା ଅନୁଭବ କରିବେ। ବ୍ୟବସାୟ, ବାଣିଜ୍ୟ, ନିର୍ମାଣ, ଗୃହ ଜମି, ପରିବହନ ପ୍ରଭୃତିରୁ ଖୁସୀ ରହିବେ।

କନ୍ୟା : ଚତୁର୍ଥସପ୍ତମାଧିପ ଚନ୍ଦ୍ରଙ୍କ ଠାରୁ ଷଡାଷ୍ଟକ ସ୍ଥିତିରେ ରହି ଆପଣଙ୍କୁ ନୈରାଶ୍ୟଜନକ ସ୍ଥିତିରେ ରଖିପାରନ୍ତି। ପାରିବାରିକ କ୍ଷେତ୍ରରେ ଦ୍ୱନ୍ଦ୍ୱରେ ପଡି କେତେକ କାମକୁ ଚେଷ୍ଟାକଲେ ମଧ୍ୟ ଆରମ୍ଭ କରି ପାରିବେ ନାହିଁ । କିନ୍ତୁ କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର, ପ୍ରକାଶନ, ପ୍ରଶାସନ, ମାଲିମକଦ୍ଦମା ଓ ସଭାସମିତି କ୍ଷେତ୍ରରେ ଶୁଭଫଳ ପାଇବେ।

ତୁଳା : ଧନାଧିପ ଧନସ୍ଥାନକୁ ପୂର୍ଣ୍ଣ ଦୃଷ୍ଟି ଦେଉଥିବାରୁ ଅର୍ଥ, ସମ୍ମାନ, ଗୃହପୋଯୋଗୀ ଜମିଜମା, ଯାନବାହାନାଦି ପ୍ରାପ୍ତି ଯୋଗ ରହିଛି। ଆଜିର କର୍ମକ୍ଷେତ୍ରରେ କୈାଣସି ସମ୍ପର୍କୀୟ ବ୍ୟକ୍ତିଙ୍କ ଦ୍ୱାରା ସ୍ଥଗିତ କର୍ମ ସମ୍ପାଦନ କରିବେ। ଆକସ୍ମିକ ଭାବରେ କୈାଣସି ଆନୁଷ୍ଠାନିକ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲ ହୋଇ ଖୁସୀ ହୋଇ ପାରନ୍ତି।

ବିଛା : ରାଶିରେ ଦେବଗୁରୁ ଥିଲେ ମଧ୍ୟ ପାପମଧ୍ୟସ୍ଥ ହେତୁ ପ୍ରତ୍ୟେକ କାମକୁ ଆଶା ଓ ଆକାଂକ୍ଷା ମଧ୍ୟରେ ଦ୍ୱିଧାଗ୍ରସ୍ଥ କରାଇପାରରନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜିର କାମ ଗୁଡିକ କରିବାରେ ସଫଳତା ହାସଲ କରିବେ। ଶିଳ୍ପ, ବାଣିଜ୍ୟ, ପ୍ରଶାସନ, ଚୁକ୍ତିପତ୍ର, ସଭାସମିତି, ଏବଂ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନେଇ ସଫଳତା ହାସଲ କରିପାରନ୍ତି।

ଧନୁ : ରାଶିରେ ଶନି ହେତୁ ପ୍ରତ୍ୟେକ କାମରେ ନିରତ୍ସାହତା ଅନୁଭବ କରିବେ। ସମସ୍ତ ପ୍ରକାରର ଭୋଗବିଳାସର ପରିବେଶ ମଧ୍ୟ ଉପଭୋଗ୍ୟ ହେବନାହିଁ। ସଭାସମିତିରେ ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ। କେତେକ କ୍ଷେତ୍ରରେ ନିଜ ଲୋକ ମାନେ ପରୋକ୍ଷ ଶତ୍ରୁତା କରି ସମସ୍ୟାକୁ ବଢାଇଦେଇପାରନ୍ତି।

ମକର : ଦ୍ୱାଦଶସ୍ଥ ଶୁକ୍ରଙ୍କ ନକ୍ଷତ୍ରରେ ଚନ୍ଦ୍ର ଆପଣଙ୍କ ମନରେ ବିଲାସବ୍ୟସନ, ମନୋରଞ୍ଜନ, ଭ୍ରମଣ ଓ ବନ୍ଧୁମିଳନ ପାଇଁ ଅନୁପ୍ରେରିତ କରିବ। ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ ଓ ଘରକୁ ଖାଲି ହାତରେ ଫେରିବେ ନାହିଁ। ପାରିବାରିକ କ୍ଷେତ୍ରରେ କୈାଣସି ଆଳ ଦେଖାଇ ଆତ୍ମୀୟସ୍ବଜନ ଦୂରେଇ ଯାଇପାରନ୍ତି। ଆର୍ଥିକ ଅନଟନ କାରଣରୁ ଧାର, କରଜ କରିବାକୁ ପଡ଼ିପାରେ।

କୁମ୍ଭ : ଚନ୍ଦ୍ର ଓ ମଙ୍ଗଳ ଭାଗ୍ୟସ୍ଥାନକୁ ଅବଲୋକନ କରୁଥିବାରୁ କୈାଣସି ନୂତନ କର୍ମାରମ୍ଭ ସକାଶେ ମନ ବଳାଇପାରନ୍ତି। କିନ୍ତୁ ଯେତେ ଭଲ କାମ କଲେ ମଧ୍ୟ ପରୋକ୍ଷଶତ୍ରୁତା କରୁଥିବା ଲୋକମାନେ ଦୋଷ ଖୋଜି ବୁଲିବେ। ଆଜିର ଯାତ୍ରା, ପ୍ରଶାସନ, ଆଇନ ,କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ଆର୍ଥିକ ସମସ୍ୟାର ସରଳ ସମାଧାନ କରିବାରେ ଅସମର୍ଥ ହୋଇପାରନ୍ତି।

ମୀନ : ଭାଗ୍ୟାଧିପତି ଚନ୍ଦ୍ରଙ୍କ ସହିତ ରହି ଭାଗ୍ୟସ୍ଥାନକୁ ଦେଖୁଥିବାରୁ କୈାଣସି ପୂର୍ବସ୍ଥିରୀକୃତ କର୍ମାରମ୍ଭ ପାଇଁ ମନସ୍ଥ କରିପାରନ୍ତି। ଶନିଙ୍କ ପ୍ରଭାବରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବ୍ୟବସାୟ, ପରିବହନ, ଆଇନ ଅଦାଲତ ରୁ ସଫଳତା ହାସଲ କରିବେ। ଉତରଭାଦ୍ରପଦ୍‌ ନକ୍ଷତ୍ରର ମାନସିକ ସ୍ଥିତି ପ୍ରାୟତଃ ଠିକ୍‌ ରହିବ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.