ଆଜିର ରାଶିଫଳ
1 min readମେଷ: କାମ ପ୍ରତି ଆପଣଙ୍କ ବିଚାରକୁ ସକାରାତ୍ମକ ରଖନ୍ତୁ। ପୂର୍ବରୁ କରିଥିବା କାମରୁ ଆପଣଙ୍କୁ ଲାଭ ମିଳିବ। ଜୀବନସାଥୀଙ୍କ ବ୍ୟବହାରରେ ଆପଣଙ୍କୁ ଖୁସି ମିଳିବ। ଯାତାୟତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।
ବୃଷ: ଆଜି ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ରହିବେ। ରାଜନୀତି କ୍ଷେତ୍ରରେ ଯେଉଁମାନେ ସକ୍ରିୟ ଅଛନ୍ତି ସେମାନଙ୍କୁ ଲାଭ ପ୍ରାପ୍ତ ହେବ। ଚାକିରିରେ ଦରମା ବଢ଼ିପାରେ।
ମିଥୁନ: ଦିନଟି ଆପଣଙ୍କ ପାଇଁ ବଢ଼ିଆ ରହିବ। କୌଣସି ନୂଆ ଯୋଜନା ସମ୍ମୁଖକୁ ଆସିପାରେ। କର୍ମସାଥୀଙ୍କ ସହଯୋଗ ମିଳିବ। ଅଫିସରେ କର୍ତ୍ତୃତ୍ବ ବଢ଼ିବ। ବୈବାହିକ ଜୀବନ ଠିକ୍ଠାକ୍ ରହିବ। ଛାତ୍ରଙ୍କୁ ପରିଶ୍ରମ ଅନୁସାରେ ଯଥେଷ୍ଟ ସୁଫଳ ମିଳିବ।
କର୍କଟ: ଭାଗ୍ୟ ଉ ଉଜ୍ଜ୍ଵଳ ରହିବ। ଚାକିରି ବୃତ୍ତିରେ ଲାଗି ରହିଥିବା ଅଶାନ୍ତି କମ୍ ହେବ। ଶିକ୍ଷା କ୍ଷେ଼ତ୍ରରେ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ। ଅଚାନକ ଧନପ୍ରାପ୍ତି ହେବ। ନୂଆ ଜାଗାକୁ ଭ୍ରମଣରେ ଯାଇପାରନ୍ତି। ଦାମ୍ପତ୍ୟ ଜୀବନ ପ୍ରୀତିମୟ ରହିବ।
ସିଂହ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। କୌଣସି ନୂଆ ଯୋଜନାକୁ କ୍ରିୟାନ୍ୱିତ କଲେ ଲାଭ ହୋଇପାରେ। ଚାକିରି ସମ୍ବନ୍ଧରେ ଭଲ ଖବର ପାଇବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଖାଦ୍ୟ-ପାନୀୟର ମଜା ନେବେ।
କନ୍ୟା: ଭାଗ୍ୟ ଆପଣଙ୍କର ସାଥ ଦେବ। ଅଧିକାରୀଙ୍କ ସହିତ ବିଶେଷ କାର୍ଯ୍ୟକୁ ନେଇ ଆଲୋଚନା ହୋଇପାରେ। ଶତ୍ରୁ ଆପଣଙ୍କର କ୍ଷତି କରିବାକୁ ଚେଷ୍ଟା କଲେ ବି କିଛି କରିପାରିବେ ନାହିଁ। ପ୍ରେମୀ ଯୁଗଳଙ୍କ ପାଇଁ ଦିନଟି ଭଲ।
ତୁଳା: ଦିନଟି ଆପଣଙ୍କ ଲାଗି ଠିକ୍ଠାକ୍ ରହିବ। ଯାହା ବି କାମ କରିବେ ସଫଳତା ପାଇବେ। ବିରୋଧୀ ଆପଣଙ୍କ ସମ୍ମୁଖରେ ନତମସ୍ତକ ରହିବେ। ବ୍ୟବସାୟର ନୂଆ ଦିଗ ମିଳିବ। ଦୂରସ୍ଥାନକୁ ଯାତ୍ରା ପାଇଁ ଯୋଜନା କରିବେ।
ବିଛା: ଚାକିରି ଓ ବ୍ୟବସାୟରେ ସ୍ଥିତି ଭଲ ରହିବ। ବିଶେଷ ମାମଲାରେ ସମାଧାନ ଶୀଘ୍ର ମିଳିଯିବ। ରାଜନୀତି କ୍ଷେତ୍ରରେ ଥିବା ମହିଳାମାନେ ସୀମା ବୃଦ୍ଧି କରିବାକୁ ଉଦ୍ୟମ କରିବେ। ଛାତ୍ରଙ୍କୁ ପରିଶ୍ରମର ପୂରା ଫଳ ମିଳିବ।
ଧନୁ: ପ୍ରଭୁଙ୍କ ସ୍ମରଣରେ ଆତ୍ମସନ୍ତୋଷ ମିଳିବ। ଅଫିସ କାମରେ ସହଯୋଗୀଙ୍କ ସାହାଯ୍ୟ ମିଳିବ। ବ୍ୟବସାୟରେ ପୂର୍ବରୁ ହୋଇଥିବା ଫଇସଲା ଲାଭଦାୟକ ହେବ। ଜୀବନସାଥୀଙ୍କୁ ଉପହାର ଦିଅନ୍ତୁ; ସମ୍ବନ୍ଧରେ ମଧୁରତା ଆସିବ।
ମକର: ଭାଗ୍ୟ ଆପଣଙ୍କ ସଙ୍ଗରେ ରହିବ। ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ନଜରକୁ ଆସିବ। ବନ୍ଧୁଙ୍କ ଠାରୁ ଭଲ ଖବର ପାଇବେ। ଅଫିସ ଆଲୋଚନାରେ ଆପଣ ନୂଆ ଲୋକଙ୍କ ସହିତ ମିଶିବେ। ତାଙ୍କ ଦ୍ଵାରା ଭବିଷ୍ୟତରେ ଲାଭ ମିଳିବ।
କୁମ୍ଭ: ଦିନଟି ଆପଣଙ୍କ ପାଇଁ ବିଶେଷ ଫଳଦାୟୀ। କିଛି ନୂଆ କରିବା ପାଇଁ ଭାବିବେ। ବ୍ୟବସାୟରେ ବଡ଼ ସଉଦା କରିପାରନ୍ତି। ସଙ୍ଗୀତ କଳା କ୍ଷେତ୍ରରେ ସଫଳତା ପାଇବେ। ପ୍ରେମ ସାଗରରେ ବୁଡ଼ ପକାଇବେ।
ମୀନ: ଆଜି ଦିନଟି ପୂର୍ବଦିନ ଅପେକ୍ଷା ଭଲ ରହିବ। ବ୍ୟବସାୟ ବୃଦ୍ଧି ଲାଗି ନୂଆ ସାଥୀ ମିଳିବେ। ସରକାରୀ କାମରେ ଲାଭ ମିଳିବାର ଯୋଗ ରହିଛି। ପୁରୁଣା ବନ୍ଧୁଙ୍କ ସହିତ ସାକ୍ଷାତ ହୋଇପାରେ। ପ୍ରତିଯୋଗିତା ମୂଳକ ପରୀକ୍ଷାରେ ସଫଳତା ହାସଲ କରିବେ।