August 8, 2022

ଆଜିର ରାଶିଫଳ

1 min read
Aajira-Odisha

ମେଷ : ଆଜି ଚନ୍ଦ୍ର ଓ ମଙ୍ଗଳ ଷଡ଼ାଷ୍ଟକ ସ୍ଥିତିରେ ରହୁଥିବାରୁ ମନ ଚାହୁଁଥିଲେ ମଧ୍ୟ କୌଣସି କାମ ସହଜରେ ହୋଇପାରିବ ନାହିଁ । ବୁଝାମଣା ଅଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ । ଦ୍ୱିଜା ନକ୍ଷତ୍ର ସାମାଜିକ ସ୍ତରରେ ମନ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ପରିବହନ ଓ ବ୍ୟବସାୟରେ ମାନମନାନ୍ତର ଦେଖା ଦେଇପାରେ।

ବୃଷ : ଗୁରୁ ଓ ଶୁକ୍ର ତୃତୀୟାଧିପଙ୍କ କେନ୍ଦ୍ରସ୍ଥଳରେ ରହିଥିବାରୁ ଆତ୍ମୀୟ ସ୍ଵଜନଙ୍କ ସହାୟତାରେ କାର୍ଯ୍ୟ ହାସଲ କରିପାରିବେ। କାମର ଚାପ ଯୋଗୁ ମାନସିକ ସ୍ଥିତି ଠିକ୍‌ ରହିପାରେ। କାର୍ଯ୍ୟବ୍ୟସ୍ତତା ହେତୁ ଘରକଥା ବୁଝିବା ପାଇଁ ମଧ୍ୟ ସମୟ ପାଇବେ ନାହିଁ। ରୋହିଣୀ ନକ୍ଷତ୍ରର ଅର୍ଥ ସମ୍ପର୍କକୁ ନେଇ ଭା୍ରତୃ ବିବାଦର ଆଶଙ୍କା ରହିଛି ।

ମିଥୁନ : ଧନାଧିପ ତୃତୀୟଭାବସ୍ଥ ହେତୁ ନିକଟ ସମ୍ପର୍କୀୟଙ୍କୁ ସାହାଯ୍ୟ କରି ଆମତ୍ତୃପ୍ତି ଲାଭ କରିବେ। ପରିସ୍ଥିତି ପ୍ରତି ସଜାଗ ରହି କାମ ନ କଲେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆରଦ୍ରା ନକ୍ଷତ୍ର ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ନିଜର ଲୋକମାନେ ମଧ୍ୟ ବିରୁଦ୍ଧାଚରଣ କରିପାରନ୍ତି। ପ୍ରତ୍ୟେକ କାମରେ ଟେନସନ୍‌ କିିଛି ମାତ୍ରାରେ ଲାଗିରହିବ।

କର୍କଟ : ରାଶ୍ୟାଧିପତିଙ୍କ ପ୍ରତି କୌଣସି ପାପଗ୍ରହର ଦୃଷ୍ଟି ନ ଥିବାରୁ ଧୀରେ ଧୀରେ ସ୍ବାସ୍ଥ୍ୟ ଅବସ୍ଥା ସୁଧୁରି ଯିବ। ଅଶ୍ଳେଷା ନକ୍ଷତ୍ର ସକାଶେ ଯାହା ଅନ୍ୟମାନଙ୍କ ପାଇଁ ସହଜରେ କରାଇ ଦେଇପାରିବେ ତାହା ନିଜ ପାଇଁ କରିବା ଦୁରୂହ ହୋଇ ପଡ଼ିବ। ଶିଳ୍ପପତି, ଉଦ୍ୟୋଗୀ ତଥା ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ।

ସିଂହ : ବ୍ୟୟାଧିପ ରାଶିରେ ଚତୁର୍ଥାଧିପ ଠାରୁ ଷଷ୍ଠସ୍ଥ ହେତୁ ମାନସିକ ଦୁଶ୍ଚିନ୍ତା କାରଣରୁ କିମ୍ବା କେତେକ ସାମାନ୍ୟ ଭୁଲରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ମଘା ନକ୍ଷତ୍ରର ମାଲିମକଦ୍ଦମା, ଆନୁଷ୍ଠାନିକ କାମରେ,ବନ୍ଧୁଙ୍କ ଅସହଯୋଗ କାରଣରୁ କେତେକ ବ୍ୟତିକ୍ରମ ସୃଷ୍ଟି ହେବ। ବ୍ୟବସାୟିକ,ଆର୍ଥିକ,ସାମାଜିକ ପ୍ରତିଷ୍ଠା ହାସଲ ପାଇଁ ଚେଷ୍ଟିତ ହେବେ।

କନ୍ୟା : ଆଜିର ଯୋଜନା ସକାଶେ ଆର୍ଥିକ ଅନଟନ ଉପଲବ୍ଧତ୍ କରିବାକୁ ପଡ଼ିପାରେ। କାର୍ଯ୍ୟ ହାସଲ କ୍ଷେତ୍ରରେ ପରିବାରରୁ ପ୍ରତିରୋଧ ଆସି ପାରେ। ଆକସ୍ମିକ ଭାବରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। ସପ୍ତମସ୍ଥ ମଙ୍ଗଳ ଯାତ୍ରା,ବାଣିଜ୍ୟ ଓ ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନିର କାରଣ ପାଲଟିଯିବ।

ତୁଳା : ଶୁଭଚନ୍ଦ୍ରଙ୍କ ସୁପ୍ରଭାବରେ ଆଜି ଆପଣଙ୍କ କୌଣସି କାମ ଅଟକି ରହିବ ନାହିଁ । ପ୍ରତ୍ୟେକ କଥାକୁ ଗର୍ଭସ୍ଥ କରି ଚଳି ପାରିଲେ ପାରିବାରିକ ସ୍ଥିତି ଭଲଥିବା ପରି ମନେ ହେବ। ସମସ୍ୟା ମଧ୍ୟରେ ଗତିକରି ମଧ୍ୟ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିପାରନ୍ତି। ଚିତ୍ରା ନକ୍ଷତ୍ର କ୍ରୀଡ଼ା, କଳା କ୍ଷେତ୍ରରେ ପାରଦର୍ଶିତା ହାସଲ କରିବ।

ବିଛା : ରାଶିର କେନ୍ଦ୍ରସ୍ଥଳରେ ଚନ୍ଦ୍ରମା ଆପଣଙ୍କ ମନକୁ ଉତ୍ସାହିତ କରିବ। ଫଳରେ ଆଜିର ଯାତ୍ରା ସାଙ୍ଗକୁ ପ୍ରତ୍ୟେକ କାମ ଗୁଡ଼ିକ ସବୁ ଠିକ୍‌ ଠିକ୍‌ ହୋଇଯିବ । କୌଣସି ଯୁବକ ବ୍ୟକ୍ତିଠାରୁ ଅଯାଚିତ ଭାବରେ ଯଥେଷ୍ଟ ସହାୟତା ପାଇବେ। ଅନୁରାଧା ନକ୍ଷତ୍ରର ଯୁକ୍ତିତର୍କ ଜନିତ ପାରିବାରିକ କ୍ଷେତ୍ରରେ ସ୍ତ୍ରୀଙ୍କ ସହ ମତାନ୍ତରର ଆଶଙ୍କା ଦେଖା ଦେଇପାରେ।

ଧନୁ : ମୁଖଭାବରେ ରବି ଓ ବୁଧଙ୍କ ହେତୁ ଆପଣ ଆଜି ଯାହା ମନକୁ ଆସିଲା ତାହା କହି ପକାଇବା ଫଳରେ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଅବଶ୍ୟ ଗୁରୁଙ୍କ ଶୁଭଦୃଷ୍ଟିଜନିତ ପାରିବାରିକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା ହେତୁ ସାମୟିିକ ହସର ଝଲକ ସୃଷ୍ଟି ହେବ । କୌଣସି ବନ୍ଧୁଙ୍କ ଉପରେ ପୂର୍ଣ୍ଣ ଭରସା କରି ପ୍ରତାରିତ ହୋଇପାରନ୍ତି।

ମକର : ଆଜିର ଅଷ୍ଟମ ଚନ୍ଦ୍ର ଆପଣଙ୍କ ମାନସିକ ସ୍ତରକୁ ଅଶାନ୍ତ ଓ ବିଚଳିତ ରଖିପାରେ। ଯାତ୍ରାରେ ସମସ୍ୟା, ବନ୍ଧୁରେ କଳହ ସଙ୍ଗକୁ କର୍ମ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି। ଧନିଷ୍ଠା ନକ୍ଷତ୍ର ନିଜ ପରିସରର ବ୍ୟକ୍ତି ବିଶେଷଙ୍କ କଥାକୁ ବିଶ୍ୱାସ କରି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଶିକ୍ଷା, ପରୀକ୍ଷା, ବାଣିଜ୍ୟ ଓ ସଭାସମିତି କ୍ଷେତ୍ର ଭଲ ରହିବ।

କୁମ୍ଭ : କୌଣସି ଅସୁବିଧା ନ ଥିଲେ ମଧ୍ୟ ନିଜର ପ୍ରକାଶଭଙ୍ଗୀ ହିଁ ସମସ୍ତ ଅନର୍ଥର କାରଣ ହୋଇଯିବ। ଶିକ୍ଷା,ପରୀକ୍ଷା,ବାଣିଜ୍ୟ,ବ୍ୟବସାୟରେ ସମସ୍ୟାର ଆଶଙ୍କା ରହିଛି । ଶତଭିଷା ନକ୍ଷତ୍ରର ପାରିବାରିକ କ୍ଷେତ୍ର ପୂର୍ବପରି ରହିବ। ଅର୍ଥ ସମ୍ପର୍କ, ଯାନବାହନ, ଜମିଜମା ଓ କଚେରି ମାମଲା କ୍ଷେତ୍ରରୁ ସନ୍ତୋଷଜନକ ଫଳ ପାଇବେ।

ମୀନ : ଚନ୍ଦ୍ରଙ୍କ ସ୍ଥିତି ବିଶେଷ ଶୁଭପ୍ରଦ ନ ହେଲେ ମଧ୍ୟ ମଙ୍ଗଳଙ୍କ ପ୍ରଭାବରେ ଅର୍ଥ ସାହାଯ୍ୟ ପାଇଁ ଚିନ୍ତା କରିବାକୁ ପଡ଼ିବ ନାହିଁ। କିନ୍ତୁ ଉତ୍ତରଭାଦ୍ରପଦ୍‌ ନକ୍ଷତ୍ର ସକାଶେ ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବାର ଆଶଙ୍କା ରହିଛି। ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗୁ କିମ୍ବା ପରୋକ୍ଷ ଶତ୍ରୁତା ହେତୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.