October 4, 2022

ଆଜିର ରାଶିଫଳ

1 min read
Aajira-Odisha

ମେଷ : ବନ୍ଧୁମାନଙ୍କ ସହାୟତାରେ ପାରିବାରିକ ସମସ୍ୟାକୁ ସୁଧାରି ନେବେ। ନିଜର ସମ୍ପର୍କୀୟମାନଙ୍କ ଦ୍ୱାରା କୌଣସି ସମସ୍ୟା ବିଷୟରେ ଚିନ୍ତିତ ରହିପାରନ୍ତି। ସହକର୍ମୀଙ୍କ ପ୍ରତିଶ୍ରୁତି ଉପରେ ପୂର୍ଣ୍ଣ ଭରସା କରି ମନସ୍ତାପ କରିବାକୁ ପଡିପାରେ। ଶାରୀରିକ ଓ ମାନସିକ ସୁସ୍ଥତା ପ୍ରାୟତଃ ପୂର୍ବଭଳି ଅକ୍ଷୁଣ୍ଣ ରହିବ।

ବୃଷ : କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ ରହିଯାଇଥିବା କାର୍ଯ୍ୟ ସକାଶେ ଅନୁତାପ କରିବେ। ନିଜର ସ୍ବାର୍ଥ ହାସଲ ସକାଶେ ନିକଟରେ ରହୁଥିବା କୌଣସି ବିଜାତୀୟ ବ୍ୟକ୍ତି ଆପଣଙ୍କୁ ଅସୁବିଧାରେ ପକାଇପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। କ୍ରୀଡା, କଳା, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ।

ମିଥୁନ : ଅନ୍ୟମାନଙ୍କ ମନକୁ ସୁହାଇଲା ଭଳି ମଧୁର କଥାକହି କୌଣସି ନୂତନ କାମ ଆରମ୍ଭ କରି ଖୁସି ରହିବେ। ପରିବାରର ସଦସ୍ୟଙ୍କ ପ୍ରତି ଉଦାସୀନ ହେତୁ ସମସ୍ୟା ବଢିପାରେ। ସରକାରୀ କାମରେ ନୂତନ ଦାୟିତ୍ୱ ହାତକୁ ନେଇ ବିଚଳିତ ରହିପାରନ୍ତି। ଆକସ୍ମିକ ଭାବରେ ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।

କର୍କଟ : ବିଭିନ୍ନ କ୍ଷେତ୍ରରେ ରହି ଆସିଥିବା ସମସ୍ୟା କ୍ରମଶଃ ସୁଧୁରିବା ହେତୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ। ଜମିଜମା, କଚେରି ମାମଲା, ବନ୍ଧୁବର୍ଗରେ ଚେଷ୍ଟା କରୁଥିବା କାମ କୌଣସି ବ୍ୟକ୍ତିଙ୍କ ସହାୟତାରେ ସମ୍ପନ୍ନ ହେବ। ପାରସ୍ପରିକ ମତଭେଦ କାରଣରୁ ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ।

ସିଂହ : ସ୍ଵାସ୍ଥ୍ୟ ସମ୍ପର୍କିତ ସମସ୍ୟା ସାଙ୍ଗକୁ ସନ୍ତାନ ହେତୁକ ଦୁଶ୍ଚିନ୍ତା ମାନସିକ ସ୍ଥିତିକୁ ବିଡମ୍ବିତ କରିବ। ଲୋକମାନଙ୍କ କଥାକୁ ବିଶ୍ୱାସ କରି କୌଣସି କାମକଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟରେ ଆଖିଦୃଶିଆ ସଫଳତା ହାସଲ କରି ପାରିବେ ନାହିଁ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା କାରଣରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।

କନ୍ୟା : କର୍ମକ୍ଷେତ୍ରରେ କିମ୍ବା ବନ୍ଧୁ ଗହଣରେ ଉଚ୍ଚ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଅଧ୍ୟୟନ ଓ ଅଧ୍ୟାପନା କ୍ଷେତ୍ରରୁ ଶୁଭଫଳ ପାଇବେ। ଆକସ୍ମିକ ଭାବେ ଗୁଡିଏ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବେ। ପ୍ରବାସୀମାନେ ପରିବାରକୁ ମନେପକାଇ ନିଃସଙ୍ଗତାବୋଧ କରିପାରନ୍ତି।

ତୁଳା : ଅର୍ଥନୈତିକ ସ୍ଥିତି ପ୍ରାୟତଃ ଭଲ ରହିଥିଲେ ମଧ୍ୟ କେତେକ ବାକି ପଡିଥିବା କାମକୁ ନେଇ ଅସନ୍ତୁଷ୍ଟ ରହିବେ। ପ୍ରତ୍ୟୁଷ ଯାତ୍ରା ସମୟରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ବନ୍ଧୁଙ୍କ ସାମ୍ନାରେ ମନର କଥାଟିକୁ ପ୍ରକାଶ କରିପାରିବେ ନାହିଁ। ନିଜର ଭାଇଙ୍କ କାର୍ଯ୍ୟରେ ଅସନ୍ତୋଷ ବ୍ୟକ୍ତ କରିପାରନ୍ତି।

ବିଛା : ଆପଣ ଠିକ୍‌ ସମୟରେ ଯାହା ଆଶା କରୁଥିବେ ତାହା ପାଇବେ ନାହିଁ। ଅବହେଳାରେ ରହିଯାଇଥିବା କାମ ସାଙ୍ଗକୁ ବାରମ୍ବାର ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି ହେଉଥିବା ଯୋଗୁ ମନ ଅଶାନ୍ତ ରହିବ। ଅପରାହ୍ନ ସମୟରେ ଦୀର୍ଘ ଦିନରୁ ଆଶା କରୁଥିବା ପ୍ରତୀକ୍ଷିତ ଖବର ପାଇ ଖୁସି ହେବେ। ବନ୍ଧୁମାନଙ୍କ ସହାୟତାରେ ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।

ଧନୁ : କୌଣସି ନିକଟତମ ବ୍ୟକ୍ତିଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବା ସକାଶେ ଚେଷ୍ଟା କଲେ ଉପକୃତ ହୋଇପାରିବେ। କଠିନ ଶ୍ରମଜନିତ ସନ୍ଧ୍ୟାରେ ସାମାନ୍ୟ ଶାରୀରିକ ଅସୁସ୍ତି ଅନୁଭବ କରିବେ। ଶତ୍ରୁମାନେ ଆଗରେ ନ ହେଲେ ମଧ୍ୟ ପଛରେ ବାଧିଲାଭଳି କଥା କହିପାରନ୍ତି।

ମକର : ବନ୍ଧୁଙ୍କ ସମ୍ମୁଖରେ ମନ କଥାକୁ ଲୁଚାଇ ରଖି ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିପାରନ୍ତି। ଘରୋଇ କ୍ଷେତ୍ରରେ ମତଭେଦ କାରଣରୁ ସାମୂହିକ କାର୍ଯ୍ୟରେ ବାଧାବିଘ୍ନ ଦେଖାଦେବ। ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବା କାରଣରୁ ଆର୍ଥିକ ସ୍ଥିତି ସେତେଟା ଭଲ ରହିବ ନାହିଁ । ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ।

କୁମ୍ଭ : ବିଭିନ୍ନ ପ୍ରକାର ସମସ୍ୟା ମଧ୍ୟଦେଇ ଗତି କରୁଥିବାରୁ ପ୍ରଗତିର ପଥରୋଧ ହୋଇପାରେ। ପରିବାରରେ ସାଧାରଣ କଥାରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟର ସୂଚନା ରହିଛି। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। କର୍ମକ୍ଷେତ୍ରରେ ସୁଯୋଗ ଆପଣା ଛାଏଁ ଆସିବ ଓ କାମ ସମ୍ପନ୍ନ ହୋଇପାରିବ।

ମୀନ : ହାତକୁ ନେଇଥିବା କାମଗୁଡିକ ସୁବିଧାରେ ହାସଲ କରିବା କାରଣରୁ ଏକ ପ୍ରକାର ଆଶ୍ୱସ୍ତି ଅନୁଭବ କରିବେ। ଯଦିଓ ଦେହ ଭଲ ରହିବ, ମାତ୍ର ଶ୍ରମଜନିତ କ୍ଳାନ୍ତିବୋଧ କରିବେ। ପାଖ ପଡୋଶୀଙ୍କ ଅଭିଯୋଗ ଅମୂଳକ ନୁହେଁ, ଏହାକୁ ଗୁରୁତ୍ୱର ସହ ବିଚାରକୁ ନେବା ଭଲ ହେବ। ଜନକଲ୍ୟାଣ କାମରେ ଅର୍ଥ ଓ ଶ୍ରମ ବିନିଯୋଗ କରି ବହୁଜନ ପ୍ରଶଂସିତ ହେବେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.