August 6, 2022

ଆଜିର ରାଶିଫଳ

1 min read
Aajira-Odisha

ମେଷ : କେତେକ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ସୁସ୍ଥତାର ଅଭାବ ପରିଲକ୍ଷିତ ହେବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା ପରିସରରେ ସାମାନ୍ୟ ଭୁଲରୁ କାମଗୁଡିକ ବିଶୃଙ୍ଖଳିତ ହୋଇପାରେ। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ କିଣାବିକା କ୍ଷେତ୍ରରେ ସନ୍ତୋଷଜନକ ଫଳ ପାଇବେ।

ବୃଷ : ଉଚ୍ଚକର୍ତ୍ତୃପକ୍ଷଙ୍କ ବାଚନିକ ପ୍ରତିଶ୍ରୁତି କାର୍ଯ୍ୟକୁ ତ୍ୱରାନ୍ବିତ କରାଇବାରେ ସାହାଯ୍ୟ କରିବ । କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ଭୁଲ୍‌ ସକାଶେ ନିଜକୁ ଦାୟୀ ହେବାକୁ ପଡିପାରେ । ପଡୋଶୀଙ୍କ ଜରିଆରେ ଆଶା କରିଥିବା ଦିଗରୁ କୌଣସି ମୂଲ୍ୟବାନ ଜିନିଷ ପ୍ରାପ୍ତି ହେବ। ବନ୍ଧୁଗହଣରେ ଅପ୍ରିୟ ସତ୍ୟ କହି ସମାଲୋଚିତ ହୋଇପାରନ୍ତି।

ମିଥୁନ : ରବି ଦୁଃସ୍ଥାନଗତ ହେତୁ ପାଖପଡୋଶୀଙ୍କ ଅସହଯୋଗ କେତେକାଂଶରେ କାମପାଇଁ ପ୍ରତିବନ୍ଧକ ସୃଷ୍ଟି କରିବ। କଠିନ ଶ୍ରମ ଓ ଅତ୍ୟଧିକ ଭ୍ରମଣଜନିତ ପୁରାତନ ରୋଗର ପୀଡା କ୍ରମଶଃ ବୃଦ୍ଧି ପାଇପାରେ । କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରି ବ୍ୟସ୍ତ ହୋଇପାରନ୍ତି। ବନ୍ଧୁଙ୍କ ପାଖରେ ଅଟକି ରହିଥିବା ବକେୟା ଟଙ୍କାକୁ କେନ୍ଦ୍ରକରି ବଚସା ସୃଷ୍ଟିର ସୂଚନା ରହିଛି ।

କର୍କଟ : ସପ୍ତମ କେନ୍ଦ୍ରରେ ଚନ୍ଦ୍ରଙ୍କ କେତୁ ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ବନ୍ଧୁ ସମ୍ପର୍କ ଓ ପରିବହନାଦି କ୍ଷେତ୍ରରେ ବିବାଦୀୟ ସ୍ଥିତି ସୃଷ୍ଟି କରିବ । କୌଣସି କାମ କରିସାରିବା ପରେ ଭଲମନ୍ଦର ବିଚାର କରି ଅସ୍ଥିରତା ଅନୁଭବ କରିପାରନ୍ତି। କୌଣସି ସମସ୍ୟାର ସମାଧାନ ପାଇଁ ଅନ୍ୟର ସହଯୋଗ ଲୋଡ଼ିବେ। ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡିବେ ।

ସିଂହ : ବୁଧଙ୍କ ସ୍ଥିତି ଆପଣଙ୍କୁ ବନ୍ଧୁଙ୍କ ସହ ଆଲୋଚନା, ପାରିବାରିକ ସ୍ଥିତି ଓ ଅର୍ଥ ସମ୍ପର୍କିତ ସମସ୍ୟା ସୁଧାରିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବ । ଯେକୌଣସି ବିଷୟରେ ସହଯୋଗ ଆଶାକଲେ ସ୍ବାର୍ଥହାନି ଆଶଙ୍କାରେ ଆତ୍ମୀୟ ସ୍ଵଜନ ଦୂରେଇ ଯାଇପାରନ୍ତି। ଗତକାଲିର ଯୋଜନା ଠିକ୍‌ ଭାବେ ବଦଳାଇବା ପାଇଁ କଷ୍ଟକର ହେବ ।

କନ୍ୟା : କର୍ମକ୍ଷେତ୍ରରେ କୌଣସି ବ୍ୟକ୍ତି ନିଜର ଫାଇଦା ହାସଲ ପାଇଁ ଫନ୍ଦିଫିକର କରିବା ଲାଗି ଯୋଜନା କରିପାରନ୍ତି । ବୁଦ୍ଧିଜୀବୀ ଗହଣରେ ଆଲୋଚନା କିମ୍ବା ସଭାସମିତିରେ ପାଣ୍ଡିତ୍ୟର ପରିପ୍ରକାଶ ଯୋଗୁ ସୁସମ୍ପର୍କ ସ୍ଥାପିତ ହୋଇପାରେ। ଅର୍ଥନୈତିକ ସ୍ଥିତି, ପାରିବାରିକ ପରିସ୍ଥିତି ଓ ବିବାଦୀୟ ଘଟଣା ସକାଶେ ଚିନ୍ତା କରିବାକୁ ପଡିପାରେ।

ତୁଳା : ପାରିବାରିକ ଅସୁବିଧା ଦୂର କରିବା ପାଇଁ ବନ୍ଧୁଙ୍କ ସହାଯ୍ୟ,ସହଯୋଗ ପାଇବାକୁ ଯୋଗାଯୋଗ କଲେ ସକାରାମତ୍କ ଫଳ ପାଇବେ । ବ୍ୟବସାୟ ସାଙ୍ଗକୁ ପ୍ରକାଶନ, ପ୍ରଶାସନ, ଆଇନ କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି । ଯାନ୍ତ୍ରିକ ତ୍ରୁଟି ଯାତ୍ରାକୁ ବିଳମ୍ବ କରିବ। ନିକଟ ସମ୍ପର୍କୀୟଙ୍କ ପରୋକ୍ଷ ଶତ୍ରୁତା କାର୍ଯ୍ୟକୁ ଭଣ୍ଡୁର କରିଦେଇ ପାରେ।

ବିଛା : କେତେ ପ୍ରକାରର ଚେଷ୍ଟା ଓ ଉପାୟ ଚିନ୍ତାକଲେ ମଧ୍ୟ କାମଗୁଡିକ ସୁବିଧାରେ ନ ହେବା କାରଣରୁ ମାନସିକ ବ୍ୟଥା ଅନୁଭବ କରିବେ। ମାଲି ମକଦ୍ଦମା, ପ୍ରତିଯୋଗିତା କିମ୍ବା ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ । କର୍ମକ୍ଷେତ୍ରରେ ଦାୟିତ୍ୱ କ୍ରମେ ବୃଦ୍ଧି ପାଇବା ସହ ବାଧ୍ୟତାମୂଳକ ସରକାରୀ କାମରେ ଯାତ୍ରା ବ୍ୟଥିତ କରାଇପାରେ।

ଧନୁ : ଯୋଜନାକୁ ବାସ୍ତବରୂପ ଦେବାରେ ସମର୍ଥ ହେବାଜନିତ ମାନସିକ ପ୍ରଫୁଲ୍ଲତା ଅନୁଭବ କରିବେ । ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ କିନ୍ତୁ ଏଥିପାଇଁ ବହୁତ ଝିନ୍‌ଝଟ୍‌ ହେବାକୁ ପଡିବ । ସାମାଜିକ ସ୍ତରରେ ଗଠନମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ।

ମକର : ବିକ୍ଷିପ୍ତମନ ଓ କର୍ମଜଞ୍ଜାଳ ବୃଦ୍ଧିଜନିତ ମାନସିକ ସ୍ଥିତି ଭଲ ରହି ନ ପାରେ । ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ ନାହିଁ । ପରୋକ୍ଷ ଶତ୍ରୁତା କାରଣରୁ ଅଫିସିଆଲି କାମରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ । ପଛକଥା ନ ଭାବି ପରିସ୍ଥିତିକୁ ସାମ୍‌ନା କରିବାକୁ ଚେଷ୍ଟା କଲେ ଅବଶ୍ୟ ଉପକୃତ ହୋଇପାରିବେ।

କୁମ୍ଭ : ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ। ବ୍ୟବସାୟ କିମ୍ବା ପରିବହନ କ୍ଷେତ୍ରରେ ସମସ୍ୟା ସମାଧନ କରି ଏକପ୍ରକାର ଆତ୍ମସନ୍ତୋଷ ଲାଭକରିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ । ପିଲାଙ୍କ ଆଚରଣରେ ପରିବର୍ତ୍ତନ ଦୁଶ୍ଚିନ୍ତା ବୃଦ୍ଧି କରିବ।

ମୀନ : ପ୍ରତ୍ୟେକ କ୍ଷେତ୍ରରେ ପିଠି ଥାପୁଡ଼େଇ କାମ ହାସଲ କରୁଥିଲେ ମଧ୍ୟ ଆଜି ତାହା କାମକୁ ଆସିବ ନାହିଁ । ଦୀର୍ଘ ଦିନରୁ ଦେହରେ ବସା କରିରହିଥିବା ପୁରାତନ ରୋଗର ପୀଡା ଅନୁଭବ ହୋଇପାରେ । ଅନ୍ୟ କଥାକୁ ସତ ମନେକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.