March 31, 2023

ଆଜିର ରାଶିଫଳ

1 min read
Aajira-Odisha

ମେଷ: ବ୍ୟବସାୟରେ ଲାଭବାନ ହେବେ। ନୂଆ ସୁଯୋଗ ଆସିପାରେ ଯାହା ଆପଣଙ୍କ ପାଇଁ ଉନ୍ନତିର ରାସ୍ତା ଖୋଲିବ। ଅର୍ଥ ଲାଭ ହୋଇପାରେ। ଭ୍ରମଣ ଯୋଗ ରହିଛି। ସନ୍ତାନସନ୍ତତିଙ୍କ ଠାରୁ ଭଲ ଖବର ପାଇପାରନ୍ତି। ଖାଦ୍ୟପେୟରେ ଧ୍ୟାନ ଦିଅନ୍ତୁ।

ବୃଷ: ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ପରିବାର ସହ ଭ୍ରମଣ ଯୋଗ ରହିଛି। କୌଣସି କାର୍ଯ୍ୟରେ ଅଧିକ ଖର୍ଚ୍ଚାନ୍ତ ହୋଇପାରନ୍ତି। ସ୍ୱାସ୍ଥ୍ୟ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଦେଖାଦେଇ ପାରେ ତେଣୁ ସେଥିପ୍ରତି ସତର୍କ ରହନ୍ତୁ।

ମିଥୁନ: ଦିନ ଭଲରେ କଟିବ। ଅଳ୍ପ ପରିଶ୍ରମରେ ଅଧିକ ଫଳ ପାଇବେ। ଆଜି ଯେଉଁ ନିଷ୍ପତ୍ତି ନେବେ ତାର ପ୍ରଭାବ ଅନେକ ଦିନ ଯାଏଁ ରହିବ। ପରିବାର ସଦସ୍ୟଙ୍କ ଠାରୁ ସହଯୋଗ ପାଇବେ। ସ୍ୱାସ୍ଥ୍ୟ ଭଲ ରହିବ।

କର୍କଟ: ଆପଣ ସ୍ଥିର କରିଥିବା କାର୍ଯ୍ୟରେ ସଫଳତା ପାଇବେ। ମାନସିକ ଅବସ୍ଥା ଦୁର୍ବଳ ହୋଇପାରେ। କୌଣସି କାର୍ଯ୍ୟରେ ବୁଝି ବିଚାରି ଅର୍ଥ ନିବେଶ କରନ୍ତୁ। ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ।

ସିଂହ: ଦିନ ଭଲରେ କଟିବ। ଅର୍ଥ ସମ୍ପର୍କିତ ସମସ୍ୟାର ସମାଧାନ ହେବ। କିନ୍ତୁ ଅଯଥା ବ୍ୟୟ ମଧ୍ୟ ହେବ। ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ପାରେ। ପୁରୁଣା ରୋଗ ଯୋଗୁ ଅସୁବିଧାର ସାମ୍ନା କରିପାରନ୍ତି। ଆଖି କିମ୍ବା ମୁହଁରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

କନ୍ୟା: କୌଣସି ଧାର୍ମିକ କିମ୍ବା ସାମାଜିକ କାମରେ ନିଜକୁ ସାମିଲ କରିପାରନ୍ତି। ଜୀବନରେ ଭଲ ପରିବର୍ତ୍ତନର ସୂଚନା ପାଇବେ। ଅଧିକ ଖର୍ଚ୍ଚାନ୍ତ
ହୋଇପାରନ୍ତି ତେଣୁ ବୁଝିସୁଝି ପଇସା ଖର୍ଚ୍ଚ କରନ୍ତୁ।

ତୁଳା: ପୁରୁଣା ମାମଲା ସମାଧାନ ହେବ। ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଠିକ ରହିବ। ଜରୁରୀ କାମରେ ସଫଳତା ପାଇବେ। ଆଜି କୌଣସି ନୂଆ କାମ ହାତକୁ ନିଅନ୍ତୁ ନାହିଁ। ଅଧିକ ଶାରୀରିକ ପରିଶ୍ରମ କରିବାକୁ ପଡିପାରେ।

ବିଛା: କୌଣସି ବିବାଦର କଥାବାର୍ତ୍ତା ମାଧ୍ୟମରେ ସମାଧାନ ହୋଇପାରେ। ପୁରୁଣା ରୋଗ ଆପଣଙ୍କୁ ସାମାନ୍ୟ କଷ୍ଟ ଦେଇପାରେ। ଭବିଷ୍ୟତ ପାଇଁ ନୂଆ ଯୋଜନା ଆରମ୍ଭ କରିପାରନ୍ତି।

ଧନୁ: ନୂଆ ଲୋକଙ୍କ ସହ ସାକ୍ଷାତ ହେବ। ବ୍ୟବସାୟରେ ଅଧିକ ଲାଭାନ୍ଵିତ ହେବେ। ପିତାମାତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନେଇ ଚିନ୍ତିତ ରହିପାରନ୍ତି। ପଇସାପତ୍ର ମାମଲାରେ କାହା ଉପରେ ଭରସା କରନ୍ତୁ ନାହିଁ।

ମକର: ଧୈର୍ଯ୍ୟ ଓ ସାହସର ସହ କାମ କଲେ ଆଜି ପୁରୁଣା କାମରେ ସଫଳତା ପାଇପାରନ୍ତି। ଖର୍ଚ୍ଚ ବୃଦ୍ଧି ପାଇପାରେ। ଯାନବାହନ ସତର୍କରେ ରଖନ୍ତୁ। ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ।

କୁମ୍ଭ: ଦିନଟି ଚଳଚଞ୍ଚଳ ରହିବ। ଅନ୍ୟକୁ ନିଜ ବିଷୟରେ ବୁଝେଇବାରେ ସଫଳ ହେବେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଚାକିରୀ କ୍ଷେତ୍ରରେ କିଛିଟା ସମସ୍ୟା ଦେଖାଦେଇ ପାରେ।

ମୀନ: ଧନ ଲାଭ ଯୋଗ ରହିଛି। ଭଲ ଖବର ମିଳିବ ସଂଭାଵନା ରହିଛି। ସାମୁହିକ କାର୍ଯ୍ୟରେ ଯୋଗଦାନ କରିବେ। ବ୍ୟବସାୟୀ ମାନେ ଅସୁବିଧାରେ ପଡିପାରନ୍ତି।

 

Leave a Reply

Your email address will not be published.

Copyright © All rights reserved. | Newsphere by AF themes.