ରାଜ୍ୟରୁ ଆଜି ୮୩୯୯ ପଜିଟିଭ୍ ଚିହ୍ନଟ
1 min read
ଆଓରି-ଭୁବନେଶ୍ବର(୦୨/୦୬) : ରାଜ୍ୟରେ ଧିରେ ଧିରେ ସାମାନ୍ୟ ଅବସ୍ଥାକୁ ଫେରୁଛି ସଂକ୍ରମଣର ଟ୍ରାକ ।ଗତ ୨୪ ଘଣ୍ଟା ମଧ୍ୟରେ ୮୩୯୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୮୨୧୩୧ ରେ ପହଞ୍ଚିଛି ।ଆଜିର ସଂକ୍ରମିତଙ୍କ ମଧ୍ୟରୁ ୪୭୪୧ ଜଣ କ୍ୱାରେଣ୍ଟାଇନରେ ରହିଥିବା ସମୟରେ ୩୬୫୮ ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି ।ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୧୦୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।