March 23, 2023

୨୯ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି

1 min read

ଆଓରି-ଭୁବନେଶ୍ଵର(୨୬/୭) : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦୁର୍ବଳ ହୋଇ ଯାଇଛି। ଆସନ୍ତା ୨୮ ତାରିଖ ଯାଏ ବର୍ଷା ନାହିଁ। ରାଜ୍ୟର ବିଭିନ୍ନ ଜିଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ୨୯ ତାରିଖରୁ ରାଜ୍ୟରେ ବର୍ଷା ପରିମାଣ ବୃଦ୍ଧି ପାଇବ। ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଓଡ଼ିଶା ଉପରେ ଏହାର ସେତେଟା ପ୍ରଭାବ ରହିବ ନାହିଁ। ଉତ୍ତର ଓଡ଼ିଶାରେ କିଛି ପରିମାଣରେ ବର୍ଷା ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ.ଆର. ବିଶ୍ୱାସ କହିଛନ୍ତି। ମୌସୁମୀ ଦୁର୍ବଳ ରହିଥିବାରୁ ରାଜ୍ୟରେ ବର୍ଷା ପରିମାଣ ହ୍ରାସ ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଳ୍ପ କେତେକ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର ବର୍ଷା ରେକର୍ଡ କରାଯାଇଛି। କଟକରେ ସର୍ବାଧିକ ୨୭ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୭.୮, ସୋନପୁର ୨, ଭବାନୀପାଟଣା ୬, କୋରାପୁଟ ୩, ଢେଙ୍କାନାଳରେ ୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡା ଏବଂ ବାଲେଶ୍ୱର ଜିଲାର ଅଧିକାଂଶ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜୁନ୍‌ ପହିଲାରୁ ଜୁଲାଇ ୨୫ ତାରିଖ ମଧ୍ୟରେ ରାଜ୍ୟରେ ୧୪ ପ୍ରତିଶତ ଅଧିକ ବର୍ଷା ହୋଇଛି। ୧୪ ଜିଲାରେ ସ୍ବାଭାବିକଠାରୁ ଅଧିକ ବର୍ଷା ହୋଇଥିବା ବେଳେ ୧୩ ଜିଲାରେ ସ୍ବାଭାବିକ ଓ ୨ଟି ଜିଲାରେ ସ୍ବାଭାବିକଠାରୁ କମ୍‌ (୨୦.୯%) ଓ ଗୋଟିଏ ଜିଲାରେ ଅତି ପ୍ରବଳ ବର୍ଷା ହୋଇଛି। ଏହି ସମୟ ମଧ୍ୟରେ ସମଗ୍ର ରାଜ୍ୟରେ ୪୮୨ ମିଲିମିଟର ବର୍ଷା ହେବା ଜାଗାରେ ୫୪୮.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.