March 21, 2023

ଆସୁଛି ଅତି ଭୟଙ୍କର ବାତ୍ୟା ୟାସ୍‍

1 min read

ଆଓରି-ଭୁବନେଶ୍ଵର(୨୫/୦୫) : ବଙ୍ଗୋସାଗରରେ ସୃଷ୍ଟି ହୋଇଥିବା ଭୟଙ୍କର ବାତ୍ୟା ‘ୟାସ୍‍’ ଉପକୂଳ ଆଡକୁ ଅଗ୍ରସର ହେଉଛି। ଘଣ୍ଟାକୁ ଏହା ୧୦ କିଲୋମିଟର ବେଗରେ ଉପକୂଳମୁହାଁ ଗତି କରୁଛି । ବାତ୍ୟା ସମୟରେ ପବନର ବେଗ ଯଥେଷ୍ଟ ଅଧିକ ରହୁଥିବା ଏବଂ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଥିବାରୁ ଜନସାଧାରଣଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତରଣ ପ୍ରକ୍ରିୟା ବ୍ୟାପକ କରାଯାଇଛି। ବାତ୍ୟା ଦ୍ୱାରା ପ୍ରଭାବିତ ହେବାକୁ ଥିବା ଜଗତସିଂହପୁର, କେନ୍ଦ୍ରାପଡା, ବାଲେଶ୍ୱର ଓ ଭଦ୍ରକ ଜିଲାର ଜିଲା ପ୍ରଶାସନ ପକ୍ଷରୁ ଅଗ୍ନିଶମ ବାହିନୀ, ପୁଲିସ, ଓଡ୍ରାଫ, ଏନଡିଆରଏଫ ଆଦି ସହଯୋଗରେ ଖାଲୁଆ ଅଞ୍ଚଳରେ ଏବଂ କଚ୍ଚାଘରେ ରହୁଥିବା ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ପାଣିପାଗ ବିଭାଗର ଆକଳନ ଅନୁଯାୟୀ ବାତ୍ୟା ୟାସ୍‍ ୨୬ ତାରିଖ ମଧ୍ୟାହ୍ନ ସୁଦ୍ଧା ପାରାଦୀପ ଓ ସାଗରଦ୍ୱୀପ ମଧ୍ୟବର୍ତ୍ତୀ ସ୍ଥାନରେ ସ୍ଥଳଭାଗ ଅତିକ୍ରମ କରିବ। ବାଲେଶ୍ୱର ଜିଲାଦେଇ ଏହା ସ୍ଥଳବିଭାଗ ଅତିକ୍ରମ କରିବା ଆକଳନ କରାଯାଇଛି। ବାତ୍ୟା ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ଘଣ୍ଟା ପ୍ରତି ୧୬୦ରୁ ୧୬୫ କିଲୋମିଟର ଏବଂ ସ୍ଥଳବିଶେଷରେ ୧୮୫ କିଲୋମିଟର ରହିବା ଅନୁମାନ କରିଛି ପାଣିପାଗ ବିଭାଗ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.