ରାଜ୍ୟରେ କରୋନାରେ ଆଉ ୪୨ ମୃତ
1 min read
ଆଓରି-ଭୁବନେଶ୍ୱର(୦୩/୦୬) : ରାଜ୍ୟରେ କରୋନାରେ ଆଉ ୪୨ ଜଣଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮୭୩କୁ ବୃଦ୍ଧି ପାଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ୧୮ ଜିଲ୍ଲାରୁ ଏହି ୪୨ ଜଣଙ୍କ ମୃତ୍ୟୁ ଖବର ଆସିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫ ଜଣଙ୍କ ମୃତ୍ୟୁ ଘଟିଛି। କଳାହାଣ୍ଡି ଓ କଟକ ଏହି ଦୁଇଟି ଜିଲ୍ଲାରେ ୪ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି ।