March 21, 2023

ଆଜି ଆସୁଛନ୍ତି ପ୍ରଧାନମନ୍ତ୍ରୀ

1 min read

ଆଓରି-ଭୁବନେଶ୍ଵର(୨୮/୦୫) :ବାତ୍ୟା ୟସ ଦ୍ୱାରା ଅଧିକ ପ୍ରଭାବିତ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଏବଂ ଜୁଆର ଦ୍ୱାରା ଜଳମଗ୍ନ ସ୍ଥାନୀୟ ୧୨୮ଟି ଗାଁର ସ୍ଥିତି ଆକାଶମାର୍ଗରୁ ଦେଖିବେ ପ୍ରଧାନମନ୍ତ୍ରୀ । ସେ ସକାଳ ସାଢ଼େ ୧ଠଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚି ବାତ୍ୟା ସମ୍ପର୍କୀତ ସମୀକ୍ଷା ବୈଠକରେ ଯୋଗଦେବେ । ସେଠାରୁ ପ୍ରଧାନମନ୍ତ୍ରୀ ବାତ୍ୟା ଓ ବନ୍ୟାଞ୍ଚଳ ପରିଦର୍ଶନ କରି ପଶ୍ଚିମବଙ୍ଗ ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଥମେ ସମୀକ୍ଷା ବୈଠକରେ ଯୋଗଦେବେ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ବାତ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତିର ରିପୋର୍ଟ ପ୍ରଦାନ କରିବେ । ଏହି ଅବସରରେ ରିଲିଫ୍ ଓ ପୁନରୁଦ୍ଧାର କାର୍ଯ୍ୟ ଲାଗି ଓଡ଼ିଶା କେନ୍ଦ୍ର ଠାରୁ ସ୍ୱତନ୍ତ୍ର ପ୍ୟାକେଜ୍ ଦାବି କରିପାରେ । ବୈଠକ ପରେ ପ୍ରଧାନମନ୍ତ୍ରୀ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ବାତ୍ୟାଞ୍ଚଳ ପରିଦର୍ଶନରେ ଯିବେ । ଭଦ୍ରକ, ବାଲେଶ୍ୱର ଜିଲ୍ଲା ସହ ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ପଶ୍ଚିମ ମେଦିନାପୁର ଜିଲ୍ଲାର ବାତ୍ୟାଞ୍ଚଳ ମଧ୍ୟ ଆକାଶମାର୍ଗରୁ ପରିଦର୍ଶନ କରିବେ ପ୍ରଧାନମନ୍ତ୍ରୀ । ସେହିଭଳି କୋଲକାତା ଠାରେ ଏକ ବାତ୍ୟା ସମୀକ୍ଷା ବୈଠକରେ ଯୋଗଦେଇ ସେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.