ପ୍ରକାଶ ପାଇଲା ମାଧ୍ୟମିକ ଶିକ୍ଷା ପରିଷଦ ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ
1 min read
ଆଓରି-ଭୁବନେଶ୍ଵର(୦୩/୦୬) : ପ୍ରକାଶ ପାଇଲା +୨ ବିଜ୍ଞାନ ଫଳ । ଆଜି ମଧ୍ୟାହ୍ନ ୧୨ଟାରେ +୨ ବିଜ୍ଞାନ ଫଳ ପ୍ରକାଶ ପାଇଛି । ଏଥର ଗୀତଗୋବିନ୍ଦ ଭବନରେ ପରୀକ୍ଷା ଫଳ ପ୍ରକାଶ ପାଇଛି । ବୁକଲେଟ୍ ଉନ୍ମୋଚନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ।
ଏଥର ୯୭ହଜାର ୭୫୦ଜଣ ଛାତ୍ରଛାତ୍ରୀ +୨ ବିଜ୍ଞାନ ପରୀକ୍ଷା ଦେଇଥିଲେ । ଏଥିମଧ୍ୟରୁ ୭୦,୭୦୬ ହଜାର ଛାତ୍ରଛାତ୍ରୀ ପାସ୍ କରିଛନ୍ତି । ସେଥିମଧ୍ୟରୁ ଛାତ୍ରଙ୍କ ସଂଖ୍ୟା ୪୦,୦୫୮ ଏବଂ ଛାତ୍ରୀଙ୍କ ସଂଖ୍ୟା ରହିଛି ୩୦,୬୪୮ ।
ଚଳିତ ବର୍ଷର ପାସ୍ ହାର ୭୨.୩୩ ପ୍ରତିଶତ ରହିଛି । ପ୍ରଥମ ଶ୍ରେଣୀରେ ପାସ୍ ହାର ୨୯.୪୨%(୨୦,୮୦୬) । ଦ୍ୱିତୀୟ ଶ୍ରେଣୀରେ ପାସ୍ ହାର ୩୩.୮୧% (୨୩,୯୦୪)ରହିଛି । ତୃତୀୟ ଶ୍ରେଣୀର ପାସ୍ ହାର ୩୫.୮୭ ପ୍ରତିଶତ (୨୫,୩୬୦) ରହିଛି । ୨୯ କଲେଜରେ ୧୦୦ ପ୍ରତିଶତ ପିଲା ପାସ୍ । ୯ଟି କଲେଜ୍ରେ ପାସ ହାର ଶୂନ ।
ବାଲେଶ୍ୱରରେ ସର୍ବାଧିକ ୮୬.୫୬ ପ୍ରତିଶତ ଏବଂ ଗଜପତିରେ ସର୍ବନିମ୍ନ ପାସହାର ୩୬.୨୦ ପ୍ରତିଶତ ରହିଛି । ପୂର୍ବ ବର୍ଷ ଅପେକ୍ଷା ପାସ୍ ହାର ୪ ପ୍ରତିଶତ ହ୍ରାସ ପାଇଛି ।
ଚଳିତବର୍ଷ ଯଦିଓ ପୂର୍ବବର୍ଷ ଗୁଡ଼ିକ ତୁଳନାରେ ବିଳମ୍ବରେ ରେଜଲ୍ଟ ପ୍ରକାଶ ପାଇଛି କିନ୍ତୁ ଏଥର ଯେପରି ତ୍ରୁଟି ନରହେ ସେଥିପ୍ରତି କର୍ତ୍ତୃପକ୍ଷ ସମସ୍ତ ପ୍ରସ୍ତୁତି କରିଥିବା କହିଥିଲେ । ଚଳିତବର୍ଷ ସାଧାରଣ ନିର୍ବାଚନ ପ୍ରକ୍ରିୟା, ବାତ୍ୟାର ପ୍ରଭାବ ଯୋଗୁଁ ଫଳ ପ୍ରକାଶରେ ବିଳମ୍ବ ହେଲା ବୋଲି ପରିଷଦ ପକ୍ଷରୁ କୁହାଯାଇଛି ।