ଆକାଶ ମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ
1 min readଆଓରି-ଭୁବନେଶ୍ଵର(୨୭/୦୫) :ଆଜି ଆକାଶ ମାର୍ଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି। ବାତ୍ୟା ୟାସ ପ୍ରଭାବରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ଜିଲା ବାଲେଶ୍ୱର, ଭଦ୍ରକ ହେଲିକପ୍ଟର ଯୋଗେ ସ୍ଥିତି ପରଖିଛନ୍ତି। ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିଥିଲେ। ପ୍ରଭାବିତ ଅଞ୍ଚଳ ଗୁଡିକରେ ଅଗ୍ନିଶମ କର୍ମଚାରୀ, ଏନଡିଆରଏଫ ଟିମ ପହଞ୍ଚି ନିଜ କାର୍ଯ୍ୟ ତୁରନ୍ତ ଆରମ୍ଭ କରି ଦେଇଥିଲେ। ଏହାସହ ବାତ୍ୟା ପ୍ରଭାବିତ ଜିଲା ଗୁଡିକରେ ପୁନରୁଦ୍ଧାର,କ୍ଷୟକ୍ଷତି ଆକଳନ ପାଇଁ ତ୍ୱରିତ ପଦକ୍ଷେପ ସରକାର ଗ୍ରହଣ କରିଛନ୍ତି।