କିଏ ହେବ ଟିମ ଇଣ୍ଡିଆର ନୂଆ କୋଚ୍ ନେଇ କଳ୍ପନା ଜଳ୍ପନା
1 min read
ଆଓରି-ନୂଆଦିଲ୍ଲୀ(୧୮/୦୭) : କିଏ ହେବ ଟିମ ଇଣ୍ଡିଆର ନୂଆ କୋଚ୍ ? ଏହାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି । ତେବେ ଏହି ଗୁରୁଦାୟିତ୍ୱ କପିଲ୍ଦେବଙ୍କୁ ଦିଆଯାଇଛି । ଭାରତର ବିଶ୍ୱକପ୍ ପରାଜୟ ପରେ ଏବେ ଟିମଇଣ୍ଡିଆ ନୂଆ କୋଚ୍ ଖୋଜୁଛି । ଦଳକୁ ମଜଭୁତ କରି ଗଢିବା ପାଇଁ ଏକ ନୂଆ ଚେହେରା ସହ ଦକ୍ଷତା ସମ୍ପର୍ଣ୍ଣ ବ୍ୟକ୍ତି ବାଛିବା ପ୍ରୟାସ ଆରମ୍ଭ ହୋଇଛି ।
ତେବେ ଏଥର କୋଚ୍ ଚୟନରେ କୋହଲିଙ୍କ ପରାମର୍ଶ ନିଆଯିବ ନାହିଁ । ପୁରା କୋଚ୍ ଚୟନ ପ୍ରକ୍ରିୟା କପିଲ୍ ଦେବଙ୍କ ନେତୃତ୍ୱରେ ୩ ଜଣିଆ ପ୍ୟାନେଲ୍ କରିବ । ବିସିସିଆଇର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ଏଥର କୋଚ୍ ବାଛିବା ବେଳେ କୋହଲିଙ୍କୁ ଏଥିରୁ ଦୂରରେ ରଖାଯିବ । ଏହାର କାରଣ ହେଉଛି କୁମ୍ୱଲେଙ୍କ କୋଚ୍ ସମୟର ବିବାଦ ଘଟଣା । ସେତେବେଳେ କୋଚ୍ ଅନୀଲ କୁମ୍ୱଲେ ଓ କୋହଲିଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା, ଶାସ୍ତ୍ରୀଙ୍କ ନିଯୁକ୍ତି ସପକ୍ଷରେ ଯୁକ୍ତି ବାଢିଥିଲେ କୋହଲି । ବିବାଦୀୟ ଢଙ୍ଗରେ କୋଚ୍ ପଦରୁ ବିଦା ହୋଇଗଲେ କୁମ୍ୱଲେ । ଏହା ମଧ୍ୟରେ ବିସିସିଆଇ ନୂଆ କୋଚ୍ ପଦବୀ ପାଇଁ ଆବେଦନ ଆହ୍ୱାନ କରିଛି । ଆଇସିସି ବିଶ୍ୱକପ୍ ୨୦୧୯ ସରିବା ସହ ଶାସ୍ତ୍ରୀଙ୍କ କୋଚ୍ ଅବଧି ଶେଷ ହୋଇସାରିଛି । ତେବେ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜକୁ ଧ୍ୟାନରେ ରଖି ଆଉ ୪୫ ଦିନ ଅବଧି ବୃଦ୍ଧି କରିଛି ବିସିସିଆଇ । ନୂଆ କୋଚ୍ ଚୟନରେ କପିଲ୍ ଦେବଙ୍କ ନିଷ୍ପତି ଚୂଡାନ୍ତ ହେବ ବୋଲି ବିସିସିଆାଇ ସୂଚନା ଦେଇଛି ।