ପୁରୀ-ହାଟିଆ ତପସ୍ୱିନୀ ଏକ୍ସପ୍ରେସ୍ରେ ଅଗ୍ନିକାଣ୍ଡ
1 min read
ଆଓରି-ଭୁବନେଶ୍ଵର(୨୨/୦୩) : ହୋଲି ଦିନ ପୁରୀ ହାତିଆ ତପସ୍ଵିନୀ ଏକ୍ସପ୍ରେସର ୨,୩,୪,୫ ନମ୍ବର ବଗିରେ ନିଆଁ ଲାଗିଯାଇଥିଲା । ଏଥିରେ ୪ ନମ୍ବର ବଗିଟି ସମ୍ପୂର୍ଣ୍ଣ ଭାବେ ଜଳିଯାଇଛି। ନିଆଁ ଲାଗିବା ସମୟରେ ବଗିରେ କୌଣସି ଯାତ୍ରୀ ନଥିଲେ । ଦମକଳ ବାହିନୀର ତିନୋଟି ଦଳ ଏହି ନିଆଁକୁ ନିୟନ୍ତ୍ରଣ କରିଥିଲେ ।
ରେଳ ବିଭାଗ ପକ୍ଷରୁ ଏହାର ତଦନ୍ତ ଆରମ୍ଭ କରାଯାଇଛି ରେଳ ବିଭାଗର ଉଚ୍ଚସ୍ତରୀୟ ୪ ଜଣିଆ ଟିମ ପୁରୀ ରେଳ ଷ୍ଟେସନରେ ପହଞ୍ଚି ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ପୁଲିସ ପ୍ଲାଟଫର୍ମରେ ଲାଗିଥିବା ସିସି ଟିଭି କ୍ୟାମେରାକୁ ଯାଞ୍ଚ କରିଛି । ତେବେ ନିଆଁ ଲାଗିବାର କାରଣ ଜଣା ପଡିନାହିଁ ।