March 25, 2023

ବିଜେପି କାର୍ଯ୍ୟାଳୟରେ ପହଞ୍ଚିଲା ସୁଷମା ସ୍ୱରାଜଙ୍କ ପାର୍ଥିବ ଶରୀର

1 min read
Sushma-Swaraj-Aajira-Odisha

ଆଓରି-ନୂଆଦିଲ୍ଲୀ(୦୭/୦୮) : ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କ ପାର୍ଥିବ ଶରୀର ବିଜେପି କାର୍ଯ୍ୟାଳୟରେ ପହଞ୍ଚିଛି ।  ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ସୁଷମାଙ୍କ ଶେଷ ଦର୍ଶନ କରୁଛନ୍ତି ବହୁ ବରିଷ୍ଠ  ନେତା, ମନ୍ତ୍ରୀ ଏବଂ ବିରୋଧି । ଶେଷ ଦର୍ଶନ ପରେ ଦିଲ୍ଲୀ ଲୋଧିରୋଡ଼ରେ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ହେବ ସୁଷମାଙ୍କ ଶେଷକୃତ୍ୟ ।

ମାତ୍ର ୬୭ ବର୍ଷ ବୟସରେ ଦିଲ୍ଲୀ ଏମ୍ସରେ ସେ ଆଖି ବୁଜିଛନ୍ତି । ସୁଷମାଙ୍କ ଦେହାନ୍ତରେ ପୂରା ଦେଶରେ ଶୋକର ଛାୟା ଖେଳିଯାଇଛି । ପୂରା ଦେଶ ଏବେ ନିସ୍ତବ୍ଧ ହୋଇଯାଇଛି । ନିଜ ପ୍ରିୟ ନେତ୍ରୀଙ୍କୁ ହରାଇବା ପରେ ବିଜେପି ଶିବିରରେ ମଧ୍ୟ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.