May 29, 2022

ଏସ୍‍ସି/ଏସ୍‍ଟି ଆଇନ୍‍ ସଂଶୋଧନ ରାୟ: ମେ’ ୩ରେ ହେବ ପୁନର୍ବିଚାର ଆବେଦନ ଶୁଣାଣି

1 min read

ଆଓରି(ତା୨୮|୪)-ଅନୁସୂଚିତ ଜାତି ଓ ଜନଜାତି(ନିର୍ଯାତନା ନିରୋଧ) ଆଇନ୍‍ର ସଂଶୋଧନ ସଂକ୍ରାନ୍ତରେ ଗତ ମାର୍ଚ୍ଚ ୨୦ ତାରିଖରେ ଦେଇଥିବା ରାୟର ପୁନର୍ବିଚାର ପାଇଁ ସୁପ୍ରିମକୋର୍ଟ ସମ୍ମତି ପ୍ରଦାନ କରିଛନ୍ତି। ଏହି ରାୟକୁ ନେଇ ବିବାଦ ସୃଷ୍ଟି ହେବା ପରେ ପୁନର୍ବିଚାର ପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆସନ୍ତା ୩ ତାରିଖରେ ଆବେଦନ ଉପରେ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ସରକାରଙ୍କ ପକ୍ଷରୁ ଆଟର୍ଣ୍ଣି ଜେନେରାଲ୍‍ କେ କେ ଭେନୁଗୋପାଳ ପକ୍ଷ ରଖିଛନ୍ତି। ଏସ୍‍ସି ଏସ୍‍ଟି ଓ ପଛ୍ରୁଆ ବର୍ଗର ଲୋକଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟରେ ଉପରୋକ୍ତ ଆଇନ୍‍ ପ୍ରଣୟନ କରାଯାଇଥିଲା। ଏହି ଆଇନ୍‍ ଅଧୀନରେ ଅଭିଯୋଗ ହେବା ମାତ୍ରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ନିୟମ ରହିଛି। ଏହାଦ୍ୱାରା ଅଭିଯୁକ୍ତ ଆଗୁଆ ଜାମିନ୍‍ ପାଇ ପାରିବେ ନାହିଁ କି ମାମଲାକୁ ବିଭ୍ରାନ୍ତି କରିପାରିବେ ନାହିଁ ବୋଲି ଚିନ୍ତା କରି ଆଇନ ପ୍ରଣୟନ କରାଯାଇଥିଲା। କିନ୍ତୁ ଆଇନର ଦୁରୁପଯୋଗ ହେଉଥିବା ଅଭିଯୋଗ ଓ ଉଦାହରଣ ଦେଖିବା ପରେ ସୁପ୍ରିମକୋର୍ଟ ଆଇନ୍‍ରେ ସଂଶୋଧନ ଆଣିଥିଲେ। ଅଭିଯୋଗ ହେବା ମାତ୍ରେ ଅଭିଯୁକ୍ତଙ୍କୁ ତତ୍କାଳ ଗିରଫ କରାଯାଇପାରିବ ନାହିଁ ଏବଂ ପ୍ରାଥମିକ ତଦନ୍ତ ପରେ ହିଁ ୱାରେଣ୍ଟ ଜାରି କରାଯାଇପାରିବ ବୋଲି ସୁପ୍ରିମ୍‍କୋର୍ଟ ଗତ ମାସ ୨୫ ତାରିଖରେ ରାୟ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ଦେଶରେ ଉତ୍ତେଜନା ଓ ହିଂସା ଦେଖାଦେଇଥିଲା।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.