ସୁପ୍ରିମ୍ କୋର୍ଟର ନିର୍ଦେଶ ; ଅନ୍ଲାଇନ୍ରେ ବାଣ ବିକ୍ରୟ ନିଷିଦ୍ଧ
1 min read
ଆଓରି-ନୂଆଦିଲ୍ଲୀ(୨୩/୧୦) : ଦେଶରେ ଆତିସବାଜି ବା ବାଣ ବିକ୍ରୟ ଉପରେ ସମ୍ପୂର୍ଣ୍ଣ ନିଷିଦ୍ଧାଦେଶ ଜାରି କରିବାକୁ ସୁପ୍ରିମ୍ କୋର୍ଟ ମଙ୍ଗଳବାର ଦିନ ଅଗ୍ରାହ୍ୟ କରି ଦେଇ କହିଛନ୍ତି କି, କେବଳ ଅଳ୍ପ ପ୍ରଦୂଷଣ କରୁଥିବା ‘ଗ୍ରିନ୍ ଫାୟାର୍କ୍ରାକର୍’ ବା ବେରିୟମ କ୍ଲୋରାଇଡ୍ରେ ପ୍ରସ୍ତୁତ ସବୁଜ ରଙ୍ଗର ଆଲୋକ ଦେଉଥିବା ବାଣ ବିକ୍ରୟ କରାଯିବ। ଅନ୍ଲାଇନ୍ରେ ବାଣ ବିକ୍ରୟକୁ ସୁପ୍ରିମ୍ କୋର୍ଟ ନିଷିଦ୍ଧ କରିବା ସହ ଆମାଜନ୍ ଏବଂ ଫ୍ଲିପ୍କାର୍ଟ ଭଳି ଇ-କମର୍ସ ୱେବସାଇଟ୍କୁ ବାଣ ବିକ୍ରୟ ନ କରିବାକୁ କହିଛି।
ସିରିଜ୍ ବାଣ ମଧ୍ୟ ବିକ୍ରୟ ନ କରିବାକୁ ସୁପ୍ରିମ୍ କୋର୍ଟ କହିବା ସହ କେବଳ ନିର୍ଦ୍ଧାରିତ ସ୍ଥାନରେ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି। ବାଣ ଫୁଟାଇବା ନିମନ୍ତେ ନିର୍ଦ୍ଦିଷ୍ଟ ସମୟ ମଧ୍ୟ ନିର୍ଦ୍ଧାରଣ କରିଛନ୍ତି ସୁପ୍ରିମ୍ କୋର୍ଟ। ସୁପ୍ରିମ୍ କୋର୍ଟ କହିଛନ୍ତି ଦୀପାବଳିରେ ରାତି ୧୦ଟା ଯାଏଁ ଏବଂ ନୂଆବର୍ଷ ଓ ବଡ଼ଦିନରେ ରାତି ୧୧ଟା ୪୫ ରୁ ରାତି ୧୨ଟା ୩୦ ଯାଏଁ ବାଣ ଫୁଟାଇବାକୁ ଅନୁମତି ମିଳିବ। ଜଷ୍ଟିସ୍ ଏ କେ ସିକ୍ରି ଏବଂ ଅଶୋକ ଭୂଷଣଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ସମଗ୍ର ଦେଶରେ ବାଣ ଉପରେ ହୋଇଥିବା କଟକଣା ଲାଗୁ ହେବ। ନିର୍ଦେଶ ନ ମାନି ଥିବା ଲୋକେ ପରିଣାମ ଭୋଗିବେ।