July 15, 2024

କପିଲ ଶର୍ମାଙ୍କ ସହିତ ପୁଣିଥରେ ନଜର ଆସିବେ ସୁନୀଲ

1 min read
kapil-sharma-sunil-grover-aajira-odisha

ଆଓରି-ନୂଆଦିଲ୍ଲୀ(୧୧/୧୨) :  ସିନେ ପରଦାର ହାସ୍ୟ ଅଭିନେତା ସୁନୀଲ ଗ୍ରୋଭର(ମଶୁର ଗୁଲାଟି) କପିଲ ଶର୍ମାଙ୍କ ସହିତ ପୁଣିଥରେ ଟେଲିଭିଜନ ପରଦାରେ ନଜର ଆସିବେ। ବଲୀଉଡ ସୁପରଷ୍ଟାର ସଲମାନ ଖାନଙ୍କ ପ୍ରଯୋଜିତ କାର୍ଯ୍ୟକ୍ରମରେ ଦୁହେଁ ପରଦା ଉପରେ ଦେଖାଦେବେ। ସଲମାନ ଖାନଙ୍କ କହିବା ପରେ ସୁନୀଲ କପିଲଙ୍କ ସହିତ କାମ କରିବାକୁ ରାଜି ହୋଇଛନ୍ତି। ବର୍ତ୍ତମାନ ସୁନୀଲ ସଲମାନଙ୍କ ସହିତ ଏକ ଫିଲ୍ମ ଶୁଟିଙ୍ଗରେ ବ୍ୟସ୍ତ ଅଛନ୍ତି।

ସୁନୀଲ ଗ୍ରୋଭର , ଅଲ୍ଲୀ ଅଜଗର ଏବଂ ଉପାସନା ସିଂହଙ୍କ ସହିତ “କାନପୁର କା ଖୁରାନାସ” ନାମକ ଏକ ସିରିଏଲରେ କମେଡି କରିବାରେ ନଜର ଆସିବେ। କମେଡି ନାଇଟସ ୱିଥ କପିଲର ଲୋକପ୍ରିୟତା ବୃଦ୍ଧି ପାଇବା ପରେ କପିଲ ଆଉ ସୁନୀଲଙ୍କ ମଧ୍ୟରେ ଦୂରତା ବଢିବାରେ ଲାଗିଥିଲା। ଏହାପରେ ବିମାନ ମଧ୍ୟରେ ସୁନିଲଙ୍କୁ ଅପବ୍ୟବହାର କରି ତାଙ୍କ ଉପରକୁ ହାତ ଉଠାଇ ଥିଲେ କପିଲ। ଏହାପରେ କପିଲଙ୍କ ସୋରୁ ସୁନୀଲ ବାହାରି ଆସିଲେ।

Leave a Reply

Your email address will not be published. Required fields are marked *

Copyright © Aajiraodisha All rights reserved. | Newsphere by AF themes.