ରୋଗ ପ୍ରତିରୋଧ କରିବାରେ ସହାୟକ ହୋଇଥାଏ ଷ୍ଟ୍ରବେରି
1 min readବୈଜ୍ଞାନିକମାନଙ୍କ ସୂଚନା ଅନୁଯାୟୀ ,ଯଦି ଆପଣ ପ୍ରତିଦିନ କପେ ଏକ ଚତୁର୍ଥାଂଶ ଷ୍ଟ୍ରବେରି ସେବନ କରିବେ,ତେବେ ଆପଣଙ୍କୁ କେତେକ ରୋଗ ହେବାର ଆଶଙ୍କା କମିଯିବ।
ଆମେରିକା ମାସାଚ୍ୟୁସେଟ୍ସ ଆମହାର୍ଷ୍ଟ ୟୁନିର୍ଭସିଟିର ଗବେଷକ ହ୍ୟାଙ୍ଗ ଶିଓ କହିଛନ୍ତି ଯେ,ସୁସ୍ଥ ଜୀବନଶୈଳି ଓ ଖାଦ୍ୟ ପାନୀୟ ବଦଭ୍ୟାସ ଯୋଗୁଁ ଆମକୁ ଯେଉଁ ସବୁ ରୋଗର ଶିକାର ହେବାର ଆଶଙ୍କା ଥାଏ,ତାହା ଦୂରୀଭୂତ ହୋଇଥାଏ। ଏହି ଗବେଷଣାରୁ ଗୋଟିଏ କଥା କୁହାଯାଇଛି ଯେ,ଷ୍ଟ୍ରବେରି ଖାଇଲେ କୋଲୋନ୍ କର୍କଟ ହେବାର ଆଶଙ୍କା କମିଯାଏ।
ପୃଷ୍ଟିକର ଖାଦ୍ୟ ଷ୍ଟ୍ରବେରି ଆପଣଙ୍କର ସ୍ମରଣ ଶକ୍ତିକୁ ବୃଦ୍ଧି କରିଥାଏ। ଏଥିରେ ପୋଟାସିୟମ ଥିବା ହେତୁ ହୃଦ୍ଘାତର ଆଶଙ୍କା ମଧ୍ୟ କମିଯାଏ। ଏହି ଫଳରେ ଫୋଲେଟ୍ ଥିବା ହେତୁ ଲାଲ୍ ରକ୍ତ କୋଷିକା ନିର୍ମାଣ କରିଥାଏ।
ଏଥିରେ ଭିଟାମିନ୍ ସି ଓ ଫାଇଭର୍ ପ୍ରଚୁର ମାତ୍ରାରେ ଥିବା ହେତୁ କୋଲାନ୍ କର୍କଟ ରୋକରେ ଷ୍ଟ୍ରବେରି ସହାୟକ ହୋଇଥାଏ। ଷ୍ଟ୍ରବେରିରେ ଆଣ୍ଟି ଅକ୍ସିଡେଣ୍ଟସ ଥିବା ହେତୁ ଏହା ରୋଗ ପ୍ରତିରୋଧ କରିବାରେ ମଧ୍ୟ ସହାୟକ ହୋଇଥାଏ।