ଉଜ୍ଜଳା ଯୋଜନା ବିଫଳ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀଙ୍କ ବୟାନ ସମ୍ପୂର୍ଣ୍ଣ ରୂପେ ଅସତ୍ୟ ; ଧର୍ମେନ୍ଦ୍ର ପ୍ରଧାନ
1 min read
ଆଓରି-ଭୁବନେଶ୍ଵର(୨୮/୧୨) : ରାଜ୍ୟରେ ଉଜ୍ଜଳା ଯୋଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଦେଇଥିବା ବୟାନକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି । ଯାହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଜ୍ଜଳା ଯୋଜନା ବିଫଳ ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବୟାନ ସମ୍ପୂର୍ଣ୍ଣ ରୂପେ ଅସତ୍ୟ ଓ ତଥ୍ୟ ଉପରେ ଆଦୌ ଆଧାରିତ ନୁହେଁ ବୋଲି ଏକ ପତ୍ର ଲେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।
କେବଳ ସେତିକି ନୁହେଁ, ରାଜ୍ୟରେ ୪.୨ ଲକ୍ଷ ଉଜ୍ଜଳା ପରିବାର ୪ ବା ତଦୁର୍ଦ୍ଦା ରିଫିଲ ନେଇଛନ୍ତି । ସେ ଏହା ମଧ୍ୟ କହିଛନ୍ତି କି, ୨୦୧୪ ମେ ମାସ ସୁଦ୍ଧା ଓଡିଶାରେ ୧୯ ଲକ୍ଷ ଏଲପିଜି କନେକସନ ୨୨ ପ୍ରତିଶତ ଘରେ ପହଞ୍ଚିଥିଲା । ମାତ୍ର ଆଜି ଏହି ସଂଖ୍ୟା ୬୯ ପ୍ରତିଶତରେ ପହଞ୍ଚିଛି। କିନ୍ତୁ ରାଜ୍ୟରେ ଏଲପିଜି ଯୋଗାଇ ଦେବା ପାଇଁ ନିୟମ କୋହଳ ହେବା କାରଣରୁ ରାଜ୍ୟର ୯୦ ପ୍ରତିଶତ ଘରେ ଖୁବ ଶୀଘ୍ର ଏଲପିଜି ଯୋଗାଣ ଲକ୍ଷ ପୂରଣ ହେବ ବୋଲି ଆଶା କରାଯାଉଛି ।
ଏହି ପତ୍ରରେ କେନ୍ଦ୍ରମନ୍ତ୍ରୀ ରାଜ୍ୟସରକାରଙ୍କୁ ସମାଲୋଚନା କରି କହିଛନ୍ତି, ଓଡ଼ିଶା ସରକାର ଜ୍ୱଳନ୍ତ ଜନସମସ୍ୟାକୁ ସମାଧାନ କରିବାର ବିଫଳତାକୁ ଘୋଡାଇ ଲୋକଙ୍କ ଧ୍ୟାନ ହଟାଇବାକୁ ଏପରି ପ୍ରସଙ୍ଗ ଉଠାଇଛନ୍ତି । ରାଜ୍ୟରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ହିତାଧିକାରୀମାନେ ମୋଟ ୧.୨ କୋଟି ରିଫିଲ ନେଇଛନ୍ତି । ଯାହା ସୂଚାଉଛି କି ହିତାଧିକାରୀ ପିଛା ୩.୭ ହାରରେ ସିଲିଣ୍ଡର ବ୍ୟବହାର ହୋଇଛି ।