March 23, 2023

ଅନୁଭବ ମହାନ୍ତି ଓ ଅନୁପ୍ରାସ ମହାନ୍ତିଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିବା ମହିଳାଙ୍କ ବୟାନ କୋର୍ଟରେ ରେକର୍ଡ

1 min read

ଆଓରି-ଭୁବନେଶ୍ଵର(୧୬/୦୭) : କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ଓ ତାଙ୍କ ଭାଇ ଅନୁପ୍ରାସ ମହାନ୍ତିଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ ଆଣିଥିବା ମହିଳାଙ୍କ ବୟାନ କୋର୍ଟରେ ରେକର୍ଡ କରାଯାଇଛି। ୧୬୪ ଧାରାରେ କଟକ ଜେଏମ୍‌ଏଫ୍‌ସି କୋର୍ଟରେ ବୟାନ ରଖିଛନ୍ତି ମହିଳା। ଏହି ସମୟରେ ସେଠାରେ ପୁରୀ ଘାଟ ପୋଲିସ ଏବଂ ତଦନ୍ତକାରୀ ଅଫିସରମାନେ ଉପସ୍ଥିତ ଥିଲେ।

ପ୍ରକାଶଯୋଗ୍ୟ, ଏମ୍‌ପି ତଥା ଅଭିନେତା ଅନୁଭବ ଏବଂ ଭାଇ ଅନୁପ୍ରାସଙ୍କ ନାମରେ ମହିଳାଜଣକ ପୁରୀ ଘାଟ ଥାନାରେ ଏତଲା ଦେଇଥିଲେ। ଅନୁଭବ ତାଙ୍କୁ ଗାଳିଗୁଲଜ କରିଥିବା ସେ ଅଭିଯୋଗରେ ଦର୍ଶାଇଥଲେ। ଅପରପକ୍ଷେ ଅନୁଭବ ଏହାକୁ ଖଣ୍ଡନ କରିବା ସହ ତାଙ୍କୁ ବଦ୍‌ନାମ କରିବା ଲାଗି ଷଡ଼ଯନ୍ତ୍ର କରାଯାଉଥିବା କହିଥିଲେ। ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବା ଅଭିଯୋଗରେ ସେ ରବିବାର ଥାନା ସମ୍ମୁଖରେ ଧାରଣା ଦେଇଥିଲେ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.