March 23, 2023

କାଳିଆ ଯୋଜନା କରି ଫସିଗଲେ ରାଜ୍ୟ ସରକାର ; ମୋହନ ମାଝୀ

1 min read

ଆଓରି-ଭୁବନେଶ୍ଵର(୨୭/୦୭) : ଚାଷୀ ଚିହ୍ନଟ ଓ ସହାୟତା କେବଳ କାଗଜ କଲମରେ ସୀମିତ । ବ୍ରହ୍ମବିଭ୍ରାଟ ଓ ରତ୍ନଭଣ୍ଡାର ଚାବି ହଜିବା ନେଇ ସରକାର ଖସିଗଲେ କିନ୍ତୁ କାଳିଆ ଯୋଜନାରେ ଫସିଗଲେ । ରାଜସ୍ଥାନ, ଛତିଶଗଡ ଓ ମଧ୍ୟପ୍ରଦେଶର ନିର୍ବାଚନରେ କୃଷି ଋଣଛାଡର ପ୍ରଭାବ ଦେଖି ବାଧ୍ୟରେ ନିଷ୍ପତ୍ତି ନେଲେ ।

ନିର୍ବାଚନ ଯୁଦ୍ଧରେ ବିଜୟ ପାଇଁ କାଳିଆ ଏକମାତ୍ର ଭରସା । କାଳିଆର ଯେମିତି ଆଦି-ଅନ୍ତ ନାହିଁ କାଳିଆ ଯୋଜନାର ମଧ୍ୟ ଆଦି-ଅନ୍ତ ନାହିଁ । ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

ଏହାସହ ସେ ଆହୁରି ମଧ୍ୟ କହିଛନ୍ତି, ଏହା ନିଜସ୍ୱ ଯୋଜନା ନୁହେଁ ବରଂ ତେଲେଙ୍ଗାନା ସରକାରଙ୍କ ରୟତବନ୍ଧୁ ଯୋଜନାର ଅନୁକରଣ । କାଳିଆ ଛାତ୍ରବୃତ୍ତି ଯୋଜନାରେ କେତେ ଜଣ ହିତାଧିକାରୀ ଲାଭବାନ ହୋଇଛନ୍ତି ସରକାର ସ୍ପଷ୍ଟ କରନ୍ତୁ । ନିର୍ବାଚନ ପାଇଁ କାଳିଆ ଥିଲା ଭରସା। ଏହାର କାର୍ଯ୍ୟାନ୍ୱୟନ ନେଇ କୌଣସି ସ୍ପଷ୍ଟ ନୀତି ନାହିଁ। ପଡୋଶୀ ତିନି ରାଜ୍ୟରେ ଚାଷୀଙ୍କ ପାଇଁ ନୂଆ ସରକାର ଆସିବାରୁ ଚାପଗ୍ରସ୍ତ ହୋଇ କାଳିଆ ଆରମ୍ଭ କଲେ ସରକାର ।

୨୦୧୭ ଆର୍ଥିକ ବର୍ଷ ସୁଦ୍ଧା ୫୪ ଲକ୍ଷ ୨୪ ହଜାର ଚାଷୀଙ୍କ ଉପରେ ୨୬ ହଜାର ୬୦୬ କୋଟି ଟଙ୍କା ଋଣ ଥିବା ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିରେ ଜଣାପଡିଛି । ଜାତୀୟ ବ୍ୟାଙ୍କରୁ ୧୬ ହଜାର ୮୭୬ କୋଟି ଓ ସମବାୟ ବ୍ୟାଙ୍କରୁ ୯ ହଜାର ୭୩୦ କୋଟି ଟଙ୍କା ଋଣ କରିଛନ୍ତି ଚାଷୀ । ଯଦି ସରକାର ୭୦ ହଜାର କୋଟି ଟଙ୍କାର ଋଣ ଛାଡ କରିଥାଆନ୍ତେ, ତେଵେ ଯାଇ ଚାଷୀ ଋଣବୋଝରୁ ନିସ୍ତାର ପାଇଥାଆନ୍ତା । କିନ୍ତୁ ରାଜ୍ୟର ଆର୍ଥିକ ସମ୍ବଳ ତ ସେତିକି ନାହିଁ ।

୧୮-୧୯ ବର୍ଷରେ ନିଜସ୍ୱ ଟିକସ ଓ ଅଣଟିକସ ମିଶାଇ ମାତ୍ର ଆୟ ଥିଲା ୪୦ ହଜାର ୫ ଶହ କୋଟି । ସପ୍ତମ ବେତନ କମିଶନ ବୋଝ ବି ଥିଲା ସରକାରଙ୍କ ଉପରେ। ଏଭଳି ସ୍ଥିତିରେ କୃଷି ଋଣଛାଡ କରିଵା ସରକାରଙ୍କ ପକ୍ଷେ କାଠିକର ପାଠ ଥିଲା ବୋଲି କହିଛନ୍ତି ମୋହନ ମାଝୀ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.