March 25, 2023

୪୬ ଡିଗ୍ରି ତାପମାତ୍ରାରେ ଦେଶର ସୀମାକୁ ଜଗି ରହିଛନ୍ତି ଯବାନ

1 min read

ଆଓରି-ଭୁବନେଶ୍ଵର(୦୮/୦୬): ଅନ୍ତର୍ଜାତୀୟ ସୀମା (ଆଇବି) ସହିତ ଜଡ଼ିତ ଥିବା ସ୍ଥାନରେ ଏଇ କିଛିଦିନ ହେବ ଅସହ୍ୟ ଗରମ ପଡ଼ିଛି। ଏହି ଅଞ୍ଚଳରେ ନିୟୋଜିତ ଥିବା ବିଏସ୍‌ଏଫ୍‌ ଓ ସେନାର ଯବାନଙ୍କୁ ସୂର୍ଯ୍ୟର ପ୍ରଚଣ୍ଡ ଉତ୍ତାପ ସହିବାକୁ ପଡ଼ୁଛି। ଦିନ ସମୟରେ ତାପମାତ୍ର ବୃଦ୍ଧି ଯବାନଙ୍କ ପାଇଁ ସହିବା କଠିନ ହୋଇପଡ଼ୁଛି। ସୀମାରେ ଥିବା ଯବାନଙ୍କ କହିବାନୁସାରେ, ଏହି ଭୀଷଣ ଗରମ ସହ୍ୟ କରିବା ବହୁତ  କଷ୍ଟ, କିନ୍ତୁ ଏହା ସହିବାକୁ ପଡ଼ିବ। କାରଣ ଦେଶର ଲୋକମାନଙ୍କୁ  ଶାନ୍ତିରେ ଶୋଇବା ଲାଗି ଆମକୁ  ସୀମାରେ  ଜଗି ରହିବାକୁ ହେବ । ପାଣିପାଗରସ୍ଥିତି ଯାହା ବି ହେଉ, ଆମକୁ ସର୍ବଦା ଦେଶର ସୁରକ୍ଷା ପାଇଁ ଜାଗୃତ କରିବାକୁ ପଡ଼ିବ।

ପ୍ରକାଶିତ ରିପୋର୍ଟ ଅନୁସାରେ, ରାଜସ୍ଥାନ ଓ ଗୁଜୁରାଟରେ ଇଣ୍ଟରନ୍ୟାସନାଲ ବର୍ଡରରେ ନିୟୋଜିତ ଥିବା ବିଏସ୍‌ଏଫ୍‌ ଯବାନ ଅତ୍ୟଧିକ ଉତ୍ତାପରେଅଛନ୍ତି, କାରଣ ସିଧା ସୂର୍ଯ୍ୟଙ୍କ କିରଣ ସେମାନଙ୍କ ଉପରେ ପଡ଼ୁଛି। ଏତେ ଗରମ ସତ୍ତ୍ୱେ ସେମାନେ ନିଜ କର୍ତ୍ତବ୍ୟରେ ଅଟଳ ଅଛନ୍ତି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.