August 6, 2022

ନରେନ୍ଦ୍ର ମୋଦୀଙ୍କ ପାଇଁ ପ୍ରସଂଶାର ସୁଅ ଛୁଟାଇଲେ ଶିବସେନାର ନେତା

1 min read

ଆଓରି-ନୂଆଦିଲ୍ଲୀ(୧୪/୦୨) : ଅନ୍ୟ ଦଳର ନେତା ହୋଇ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଲେ । କହିଲେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଗୁଁ ଆମ ଦେଶର ବିଦେଶରେ ବହୁ ପ୍ରସିଦ୍ଧି ଲାଭ କରିପାରିଛି । ଦେଶର ମୁଣ୍ଡ ଉପରକୁ ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କର ଏଭଳି ପ୍ରଶଂସା, ଆଉ କେହି ନୁହେଁ ବୁଧବାର ଶିବସେନାର ସାଂସଦ ଆନନ୍ଦ ରାଓ ଅଡସୁଲ ଲୋକସଭାରେ କହିଛନ୍ତି । ସେ କହିଛନ୍ତି, ସରକାର ଦେଶର ମଙ୍ଗଳ ପାଇଁ ବିଗତ ୫ ବର୍ଷ ମଧ୍ୟରେ ଅନେକ ଭଲ କାମ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ଗୌରବକୁ ବିଦେଶରେ ବଢ଼ାଇଛନ୍ତି ।

ସାଂସଦ ରାଓ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଚିତ୍ରକୁ ବିଦେଶରେ ଭଲ ଭାବରେ ପରିଚିତ କରିପାରିଛନ୍ତି । ଏଥିପାଇଁ ଆମେ ଗର୍ବ ଅନୁଭବ କରୁଛୁ । ଏନ୍‌ଡିଏରେ ସାମିଲ ହୋଇଥିବା ପାର୍ଟିର ସଦସ୍ୟ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କୁ ଯେଉଁଭଳି ସହଯୋଗ ଦେବା କଥା, ତାହା ଆମେ ଦେଇଛୁ । ଆମେ ମନ ପ୍ରାଣ ଦେଇ ସରକାରଙ୍କୁ ସହଯୋଗ କରିବାକୁ ଉଦ୍ୟମ ଚଳାଇଛୁ । ସେ କହିଛନ୍ତି ନିର୍ବାଚନ ଆସୁଛି-ଯାଉଛି । ବିଜୟ-ପରାଜୟ ଏକ ସାଧାରଣ କଥା । ସେଥି ମଧ୍ୟରେ ଏନଡିଏକୁ ପୁଣି ଥରେ ବହୁମତ ମଳିବ ଏବଂ ସରକାର ଗଢ଼ିବ ବୋଲି ସେ ଆଶା ରଖିଥିବା କହିଛନ୍ତି ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.