March 24, 2023

ଗଗନଯାନ ମିଶନରେ ତାଲିମ ପାଇଁ ଋଷ ଗଲେ ୭ଭାରତୀୟ ବାୟୁସେନା ପାଇଲଟ

1 min read
Gaganayan-Mission-Aajira-Odisha

ଆଓରି-ନୂଆଦିଲ୍ଲୀ(୧୫/୧୧) : ୧୨ ଜଣ ଭାରତୀୟ ମହାକାଶଯାତ୍ରୀଙ୍କ ମଧ୍ୟରୁ ୭ ଜଣଙ୍କୁ ତାଲିମ ପାଇଁ ଋଷ ପଠାଯାଇଛି । ଭାରତର ଗଗନଯାନ ମିଶନ ପାଇଁ ଚୟନ କରାଯାଇଥିଲେ ୧୨ଭାରତୀୟ ମହାକାଶଯାତ୍ରୀ ।  ତେବେ ଏହି ୭ଜଣ  ଫେରିବା ପରେ ଅବଶିଷ୍ଟ ୫ ଜଣଙ୍କୁ ଋଷ ପ୍ରେରଣ କରାଯିବ ବୋଲି ଜଣାପଡିଛି ।

ଏହି ୧୨ ଜଣ ହେଉଛନ୍ତି ଭାରତୀୟ ବାୟୁସେନାର ପାଇଲଟ । ଏମାନଙ୍କ ମଧ୍ୟରେ ଓଡିଆ ପୁଅ ଓ୍ଵିଙ୍ଗ କମାଣ୍ଡର ନିଖିଲ ରଥ ମଧ୍ୟ ଅଛନ୍ତି । ପ୍ରଥମରୁ ଏହି ମିଶନ ପାଇଁ ପାଇଲଟଙ୍କ ସର୍ବୋଚ୍ଚ ବୟସ ସୀମା ୩୦ ଥିଲା, କିନ୍ତୁ ଏହି ବୟସ ବର୍ଗରେ କେହି ଚୟନ ନ ହେବାରୁ ବାଧ୍ୟ ହୋଇ ବୟସସାମାକୁ ୪୧କୁ ବୃଦ୍ଧି କରାଯାଇଛି ।

ଏହି ୧୨ ଜଣଙ୍କୁ ନେଇ ଏବେ ସ୍କ୍ରିନିଂ ଚାଲିଛି । ତାଲିମ ପରେ ଏମାନଙ୍କ ମଧ୍ୟରୁ ମାତ୍ର ୪ ଜଣଙ୍କୁ ଚୂଡାନ୍ତ ପର୍ଯ୍ୟାୟ ପାଇଁ ରଖାଯିବ । ଶେଷରେ ମହାକାଶ ଯିବାକୁ ଏହି ୪ ଜଣଙ୍କ ମଧ୍ୟରୁ ୨ଜଣଙ୍କୁ ବଛାଯିବ । ଆସନ୍ତା ୨୦୨୧ ଡିସେମ୍ବର ସୁଦ୍ଧା ଭାରତ ମହାକାଶକୁ ମଣିଷ ପଠାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ବର୍ଷ ନିଜର ସ୍ୱାଧୀନତା ଦିବସ ଅଭିଭାଷଣରେ ଘୋଷଣା କରିଥିଲେ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.