ଦିଲ୍ଲୀ ଜିଲ୍ଲା କ୍ରିକେଟ ଆସୋସିଏସନ ଅଧ୍ୟକ୍ଷ ପଦବୀରୁ ଇସ୍ତଫା ଦେଲେ ସିନିୟର ଜର୍ନାଲିଷ୍ଟ ରଜତ ଶର୍ମା
1 min read
ଆଓରି-ନୂଆଦିଲ୍ଲୀ(୧୬/୧୧) : ସିନିୟର ଜର୍ନାଲିଷ୍ଟ ରଜତ ଶର୍ମା ଡିଡିସିଏର ପ୍ରେସିଡେଣ୍ଟ ପଦବୀରୁ ଇସ୍ତଫା ଦେଇଛନ୍ତି । ଦିଲ୍ଲୀ ଜିଲ୍ଲା କ୍ରିକେଟ ଆସୋସିଏସନ (ଡିଡିସିଏ)ର ଅଧ୍ୟକ୍ଷ ପଦବୀରୁ ଶନିବାର ଦିନ ସେ ଇସ୍ତଫା ଦେଇଛନ୍ତିି । ତେବେ ଇସ୍ତଫା ପଛର କାରଣ ଅସ୍ପଷ୍ଟ ରହିଛି ।
ସୂଚନାଯୋଗ୍ୟ, ରଜତ ଶର୍ମା ଡିଡିସିଏର ଅଧ୍ୟକ୍ଷ ହେବା ପରେ ଦିଲ୍ଲୀର ଫିରୋଜଶାହ କୋଟଲା ଷ୍ଟାଡିୟମର ନାମ ପରିବର୍ତ୍ତନ କରି ଅରୁଣ ଜେଟଲୀ ଷ୍ଟାଡିୟମରେ ନାମିତ କରାଯାଇଥିଲା। ସ୍ୱର୍ଗତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟଲୀଙ୍କ ଘନିଷ୍ଠ ବନ୍ଧୁ ହେଉଛନ୍ତି ରଜତ ଶର୍ମା । ଦିଲ୍ଲୀର ଶ୍ରୀ ରାମ କଲେଜ ଅଫ କମର୍ସରେ ପାଠ ପଢ଼ୁଥିବା ବେଳେ ଦୁହେଁ ଘନିଷ୍ଠ ହୋଇଥିଲେ। ଡିଡିସିଏରେ ଦୀର୍ଘ ବର୍ଷ ଧରି ଜେଟଲୀ ମଧ୍ୟ ଅଧ୍ୟକ୍ଷ ପଦବୀରେ ଥିଲେ। ଗତବର୍ଷ ଜୁଲାଇରେ ଡିଡିସିଏ ପାଇଁ ନିର୍ବାଚନ ହୋଇଥିଲା। ପୂର୍ବତନ କ୍ରିକେଟର ମଦନ ଲାଲଙ୍କୁ ୫୧୭ ଖଣ୍ଡ ଭୋଟରେ ପରାସ୍ତ କରି ଏହି ପଦ ପାଇଁ ମନୋନୀତ ହୋଇଥିଲେ ରଜତ ଶର୍ମା।