August 15, 2022

ସକାଳ ସୂର୍ଯ୍ୟ କିରଣରେ୧୦ମିନିଟ ବସିଲେ ମିଳିଥାଏ ଅନେକ ଫାଇଦା

1 min read

ସକାଳେ ୧୦ ମିନିଟ ପାଇଁ ଖରାରେ ବସିଲେ ଅନେକ ଫାଇଦା ମିଳିଥାଏ। ପ୍ରତିଦିନ ଅଭ୍ୟାସ କରି ଏପରି କଲେ ଶରୀର ସୁସ୍ଥ ରହିବା ସହିତ ଅନେକ ରୋଗରୁ ମିଳିଥାଏ ମୁକ୍ତି। ଖରା ହାଡ଼କୁ ମଜବୁତ କରେ। ସୂର୍ଯ୍ୟକିରଣରୁ ଭିଟାମିନ୍‌-ଡି ମିଳିଥାଏ। ଭିଟାମିନ୍‌-ଡି ମାଂସପେଶୀକୁ ଶକ୍ତ କରିବା ସହ ଶରୀରରେ ଓଷ୍ଟିଓକ୍ୟାଲସିନ୍‌ ନାମକ ଏକ ପ୍ରୋଟିନ୍‌ ନିର୍ମାଣ କରେ। ଆମେରିକୀୟ ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ ଦର୍ଶାଯାଇଛି ଯେ, ପ୍ରତିଦିନ ଶରୀର କିଛି ସମୟ ସୂର୍ଯ୍ୟକିରଣରେ ବସିବା ଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟାକୁ ଦୂର ହୁଏ। ଅଧିକ ଖରା ଉତ୍ତାପରେ ଅପେକ୍ଷା କଅଁଳ ଖରାରେ ବସିଲେ ମେଦବହୁଳତା, ମଧୁମେହ ତଥା ହାର୍ଟ ଆଟାକ୍‌ ଭଳି ସମସ୍ୟାରୁ ମୁକ୍ତି ମିଳେ ବୋଲି ଏହି ଗବେଷଣା ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.