March 17, 2023

ଆସନ୍ତା ଲୋକସଭା ନିର୍ବାଚନ ଲଢିବେ ନାହିଁ ଶରଦ ପାୱାର

1 min read
Sarad-Pawar-Aajira-Odisha

ଆଓରି-ନୂଆଦିଲ୍ଲୀ(୧୨/୦୩) : ମହାରାଷ୍ଟ୍ରର ବରିଷ୍ଠ ନେତା ଶରଦ ପାୱାର ଆସନ୍ତା ଲୋକସଭା ନିର୍ବାଚନ ଲଢିବେ ନାହିଁ । ଏନସିପି ପ୍ରମୁଖ ଶରଦ ପାୱାର ପୁନେରେ ସାମ୍ୱାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି । ପୂର୍ବରୁ ଶରଦଙ୍କ ନିର୍ବାଚନରୁ ବିଶ୍ରାମ ନେବା ନେଇ ଚର୍ଚ୍ଚା ହେଉଥିଲେ ହେଁ ୨୦୧୯ରେ ଲୋକସଭା ନିର୍ବାଚନ ଲଢିବା ନେଇ ନିଜେ ସଂକେତ ଦେଇଥିଲେ । ମହାରାଷ୍ଟ୍ରର ମାଧା ଲୋକସଭା ନିର୍ବାଚନ ମଣ୍ଡଳୀରୁ ଶରଦ ପାଓ୍ୱାର ପାର୍ଥୀ ହେଉଥିଲେ । ଆସନ୍ତା ନିର୍ବାଚନରେ ଶରଦ ପାୱାର ନିର୍ବାଚନରେ ଅଂଶଗ୍ରହଣ କରୁ ନଥିବାରୁ ସେହି ସିଟ୍‌ରେ ଏନସିପି ନେତା ବିଜୟସିଂହ ମୋହିତେ ପାଟିଲ ଛିଡ଼ା ହେବେ ବୋଲି ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ ପାୱାର ୨୦୧୪ରେ ଲୋକସଭାରେ ମଧ୍ୟ ନିର୍ବାଚନ ଲଢିନଥିଲେ । ସେହି ସମୟରେ ନିର୍ବାଚନ ନଲଢିବା ନେଇ ନିଷ୍ପତ୍ତିକୁ ସରଦ ପାୱାର କହିଥିଲେ ଯେ ମୁଁ ନିର୍ବାଚନ ଲଢିବା ଉପରେ ରୋକ ଲଗାଇବାକୁ ନିଷ୍ପତ୍ତି ନେଉଛି । ଏହାଦ୍ୱାରା ମୁଁ ଅଧିକ ସମୟ ଦଳର କାମ ପାଇଁ ଦେଇପାରିବି । ମୁଁ ରାଜ୍ୟସଭା ଯିବା ବିରୋଧରେ ନାହିଁ । ରାଜ୍ୟସଭାରେ ପ୍ରତି ଦୁଇ ବର୍ଷକୁ ହେବାକୁ ଥିବା ନିର୍ବାଚନ ଆସନ୍ତା ମାର୍ଚ୍ଚରେ ହେବ ।

Leave a Reply

Your email address will not be published.

Copyright © All rights reserved. | Newsphere by AF themes.